ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଭୂତ ଚାଉଳ ନେବା ଘଟଣା: ଘଟଣା ଚାପି ଦେବାକୁ ଯୋଗାଣ ବିଭାଗର ଉଦ୍ୟମ

ଦାରିଙ୍ଗବାଡ଼ି,୪/୮: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତରେ ଚାଉଳ ଦୁର୍ନୀତି ଘଟଣା । ଘଟଣାକୁ ଚପେଇ ଦେବାକୁ ଯୋଗାଣ ବିଭାଗ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ତଦନ୍ତ ବଦଳରେ ଘଟଣାକୁ କେମିତି ଚପାଇ ଦିଆଯିବ ସେନେଇ ସ୍ଥାନୀୟ ଯୋଗାଣ ବିଭାଗ ଅଧିକାରୀ ଉଦ୍ୟମ କରୁଛନ୍ତି । 

ସୂଚନାନୁସାରେ, ସିମନବାଡ଼ି ପଞ୍ଚାୟତର ଯୁଡ଼ାବାଡ଼ି ଗ୍ରାମର ୪ ଜଣ ମୃତ ବ୍ୟକ୍ତି, ଦଡ଼ିବାଡ଼ି ଗ୍ରାମର ଜଣେ ମୃତବ୍ୟକ୍ତିଙ୍କ ସହ ଅନେକ ମୃତ ବ୍ୟକ୍ତିଙ୍କ ନାଁରେ ୩୦ କ୍ଵିଣ୍ଟାଲରୁ ଉର୍ଦ୍ଧ୍ୱ ଚାଉଳ ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ 'ପ୍ରମେୟ'ରେ ଖବର ପ୍ରକାଶ ପାଇଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ଏହାର ତଦନ୍ତ ହେବ ବୋଲି କହିଥିଲେ । ହେଲେ ସ୍ଥାନୀୟ ଯୋଗାଣ ଅଧିକାରୀ ଉକ୍ତ ଘଟଣାକୁ ଚପେଇ ଦେବାକୁ ଚେଷ୍ଟା କରୁଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକରେ ରହିଥିବା ଅନ୍ୟ ପଞ୍ଚାୟତରେ ମୃତବ୍ୟକ୍ତିଙ୍କ ଚାଉଳ ହଡ଼ପ କରିଥିବା ଯୋଗାଣ ସହାୟକ ଓ ଯୋଗାଣ ଅଧିକାରୀ ଚିନ୍ତାରେ ପଡ଼ିଯାଇଛନ୍ତି । 

ଗୋଟିଏ ୱାର୍ଡରୁ ଯଦି ୩୦ କ୍ଵିଣ୍ଟାଲରୁ ଉର୍ଦ୍ଧ୍ୱ ଚାଉଳ ଦୁର୍ନୀତି ହୋଇଛି ତାହେଲେ ପଞ୍ଚାୟତ ଓ ବ୍ଲକ ଅଞ୍ଚଳରେ କେତେ ଦୁର୍ନୀତି ହୋଇଥିବ ତାହା କଳନା କରିହେବ ନାହିଁ । ଭୂତ ନାଁରେ ହଡ଼ପ ହୋଇଥିବା ଚାଉଳ କିଛି ଦୋକାନ ସହ ବାହାରି ଲୋକଙ୍କୁ ବିକ୍ରି କରାଯାଉଥିବା ମଧ୍ୟ ଆଲୋଚନା ହେଉଛି । ଯୋଗାଣ ଅଧିକାରୀ ଓ ବ୍ଲକ୍ ପ୍ରଶାସନ ଛତ୍ରଛାୟା ତଳେ ଏସବୁ ଏଭଳି ଦୁର୍ନୀତି ହେଉଥିବା ବେଳେ ଏତେ ବର୍ଷ ହେଲା କିଭଳି ଜିଲ୍ଲା ପ୍ରଶାସନ ଜାଣିପାରୁନଥିଲା ନା ଜାଣିକି ନଜାଣିବାର ଅଭିନୟ କରୁଥିଲା ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଉପରେ କେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ତାକୁ ନେଇ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.