ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଚକୋଲେଟ୍ ଖାଉଥିଲେ ସାବଧାନ ! ଡାର୍କ ଚକୋଲେଟ୍‌କୁ ନେଇ ସତର୍କ କରାଇଲେ ଗବେଷକ...

ନୂଆଦିଲ୍ଲୀ, ୭।୮: ଛୋଟ ପିଲାଠୁ ବୟସ୍କ ଚକୋଲେଟ୍ ସମସ୍ତଙ୍କ ପସନ୍ଦ । କିନ୍ତୁ, ନିକଟରେ ଚକୋଲେଟ୍ ପ୍ରେମୀଙ୍କୁ ସତର୍କ କରାଇଛନ୍ତି ଗବେଷକ । ଗବେଷକଙ୍କ କହିବାନୁସାରେ, ଚକୋଲେଟ୍‌ରେ ରହିଛି ବିଷାକ୍ତ ପଦାର୍ଥ । ଯାହା ଶରୀର ପାଇଁ କ୍ଷତିକାରକ । ଡାର୍କ ଚକୋଲେଟ୍‌ରୁ ଅଧିକ ପରିମାଣରେ ମିଳିଛି ସୀସା ଓ କାଡମିୟମ୍ । ଆମେରିକା ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି, ଚକୋଲେଟ୍ ବିଷାକ୍ତ ପଦାର୍ଥ ସଂସ୍ପର୍ଶରେ ଆସୁଛି, ଯାହାକି ଶରୀର ପାଇଁ କ୍ଷତିକାରକ । 

ଏହି ଗବେଷଣାରେ ଚକୋଲେଟ୍‌ରୁ ତିଆରି ପ୍ରାୟ ୭୨ ଉତ୍ପାଦକୁ ସାମିଲ କରାଯାଇଥିଲା । ଯେଉଁଥିରେ ଡାର୍କ ଚକୋଲେଟ୍ ବି ସାମିଲ ଥିଲା । ଏହି ସମସ୍ତ ଉତ୍ପାଦକୁ ସେମାନେ ୮ ବର୍ଷ ପର୍ଯ୍ୟନ୍ତ ବିଶ୍ଳଷଣ କରିଥିଲେ । ଶେଷରେ ଏହି ଉତ୍ପାଦଗୁଡ଼ିକରୁ ସୀସା ଏବଂ କାଡାମିୟମ୍ ଅଧିକ ପରିମାଣରେ ମିଳିଥିଲା । ସେହିଭଳି ଚକୋଲେଟ୍‌ରୁ ତିଆରି ୪୩ ପ୍ରତିଶତ ଉତ୍ପାଦରେ ସୀସାର ପରିମାଣ ଅବଶ୍ୟକତାଠୁ ଅଧିକ ଥିଲା ଏବଂ ୩୫ ପ୍ରତିଶତ ଉତ୍ପାଦରେ କାଡମିୟମ୍ ମାତ୍ରା ବି ଆବଶ୍ୟକତାଠୁ ଅଧିକ ଥିଲା । ତେବେ ସବୁଠୁ ଚିନ୍ତାଜନକ ବିଷୟ ହେଉଛି, ଅର୍ଗାନିକ ଉତ୍ପାଦରେ ବିଷାକ୍ତ ପଦାର୍ଥର ପରିମାଣ ଅଧିକ ମିଳିଥିଲା । ଗବେଷକମାନଙ୍କ କହିବାନୁସାରେ, ଚକୋଲେଟ୍ ଉତ୍ପାଦରେ ଏହି ବିଷାକ୍ତ ପଦାର୍ଥ ମାଟିରୁ ନଚେତ୍, ଏହାର ମ୍ୟାନୁଫ୍ୟାକଚରିଂ ସମୟରେ ସଂସ୍ପର୍ଶରେ ଆସିଥାଇପାରେ । ସେହିପରି ଏହି ଗବେଷଣାରେ ବିଭିନ୍ନ ବ୍ରାଣ୍ଡର ଚକୋଲେଟ୍‌କୁ ସାମିଲ କରାଯାଇଥିଲା । ଯେଉଁଥିରୁ ଅନେକ ଉତ୍ପାଦରେ ବିଷାକ୍ତ ପଦାର୍ଥର ସ୍ତର ଆବଶ୍ୟକତାଠାରୁ ଅଧିକ ଥିଲା । 

ସୀସା ହେଉଛି ଖୁବ୍ ବିଷାକ୍ତ ତତ୍ତ୍ୱ । ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରରେ ରହିଥାଏ । ଏହାର ସଂସ୍ପର୍ଶରେ ଆସିବା ଦ୍ୱାରା ସ୍ନାୟୁ ପ୍ରଣାଳୀ, କିଡ୍‌ନୀ ଏବଂ ହାର୍ଟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ପିଲାଙ୍କ ଶରୀରରେ ଏହି ବିଷାକ୍ତ ପଦାର୍ଥ ପହଞ୍ଚିବା ଦ୍ୱାରା ସେମାନଙ୍କ ମାନସିକ ବିକାଶ ପ୍ରଭାବିତ ହୋଇଥାଏ । ଅନ୍ୟପଟେ କାଡମିୟମ୍‌ ମଧ୍ୟ ଏକ ପ୍ରକାର ବିଷାକ୍ତ ପଦାର୍ଥ । ଯାହାକି କିଡ୍‌ନୀ ଏବଂ ହାଡ଼କୁ ପ୍ରଭାବିତ କରିଥାଏ । ସେହିପରି ଦୀର୍ଘ ସମୟ ଧରି ଏହି ପଦାର୍ଥ ସଂସ୍ପର୍ଶରେ ଆସିବା ଦ୍ୱାରା ହାଡ଼ ଦୁର୍ବଳ ହୋଇଯିବା, କିଡ୍‌ନୀ ରୋଗ ସମେତ ଅନ୍ୟାନ୍ୟ ଗୁରୁତର ରୋଗ ହେବା ଆଶଙ୍କା ବୃଦ୍ଧି ପାଇଥାଏ । 

ତେବେ ପ୍ରଡକ୍ସନ ଏବଂ ପ୍ରୋସେସିଂ ସମୟରେ ଏହିସବୁ ପଦାର୍ଥ ଚକୋଲେଟ୍‌ରେ ଅଧିକ ଦେଖାଦିଏ ବୋଲି କୁହାଯାଉଛି । ସେହିଭଳି କୋକୋଆ ଗଛଗୁଡ଼ିକ ମାଟିରୁ ଅନେକ ଭାରି ବିଷାକ୍ତ ପଦାର୍ଥକୁ ଅବଶୋଷିତ କରିଥାଏ । ଏଥିରୁ ଚକୋଲେଟ୍ ପ୍ରସ୍ତୁତ କରାଯିବା ପରେ ଚକୋଲେଟ୍‌ରେ କୋକୋଆ ରହିଥାଏ । ଏଣୁ ସୀମିତ ପରିମାଣରେ ଚକୋଲେଟ୍ ଖାଇବାକୁ ଗବେଷକମାନେ ପରାମର୍ଶ ଦେଇଛନ୍ତି । ବିଶେଷ କରି ଛୋଟପିଲା ଏବଂ ଗର୍ଭବତୀଙ୍କୁ ଏ ଦିଗରେ ଦୃଷ୍ଟି ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ସେମାନେ ମତ ଦେଇଛନ୍ତି ।  

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.