ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ରାଜପାଲ ଯାଦବଙ୍କ ଘରେ ସେଣ୍ଟ୍ରାଲ ବ୍ୟାଙ୍କ ଟିମ୍, କୋଟି କୋଟି ଟଙ୍କାର ସମ୍ପତି ଜବତ

ନୂଆଦିଲ୍ଲୀ,୧୩/୮: ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ଘରେ ଉତ୍ତରପ୍ରଦେଶ ଶାହଜାନପୁରର ସେଣ୍ଟ୍ରାଲ ବ୍ୟାଙ୍କ ଟିମ୍। ତାଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତି ଜବତ ହୋଇଛି । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ମୁମ୍ବାଇ ଶାଖାରୁ ରାଜପାଲ ଯାଦବ କୋଟି କୋଟି ଟଙ୍କା ଋଣ ନେଇଥିଲେ  । ଯେଉଁଥିପାଇଁ ସେ ବାପା ନାରଙ୍ଗ ଯାଦବଙ୍କ ନାଁରେ ଥିବା ଜମି ଓ ଘର ବନ୍ଧକ ରଖି ଟଙ୍କା ଆଣିଥିଲେ  । ଏନେଇ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ମୁମ୍ବାଇ ଶାଖାର ଟିମ ଦୁଇ ଦିନ ପୂର୍ବରୁ ଶାହାଜାନପୁରରେ ପହଞ୍ଚିଥିଲା  । ଏହାପରେ ଗୋପନୀୟ ଢଙ୍ଗରେ ଋଣରେ ବୁଡିଥିବା ରାଜପାଲ ଯାଦବଙ୍କ ସମ୍ପତ୍ତିକୁ ଜବତ କରିଛି ବ୍ୟାଙ୍କ  ।

ତେବେ ରାଜପାଲ ଯାଦବଙ୍କ ବାପାଙ୍କ ନାମରେ କୋଟି କୋଟି ମୂଲ୍ୟର ଏହି ସମ୍ପତ୍ତି ସହରର ସଦର ବଜାର ନିକଟ ସେଟ ଏକ୍ବାଲ୍ୟାବ ପାଖରେ ଏହି ସମ୍ପତ୍ତି ରହିଛି । ବ୍ୟାଙ୍କ କର୍ମଚାରୀମାନେ ଗେଟ୍‌ରେ ତାଲା ପକାଇ ସିଲ୍‌ କରିଦେଇଛନ୍ତି  । ଏହା ସହ ସେଠାରେ ବ୍ୟାଙ୍କ ସମ୍ପତ୍ତି ଲେଖି ବ୍ୟାନର ମାରିଛନ୍ତି । ପ୍ରକାଶ ଥାଉକି, ଏହା ପୂର୍ବରୁ ଅତା ପତା ଲାପତା ଫିଲ୍ମର ଋଣ ନ ସୁଝିବା ଯୋଗୁଁ ଜେଲ ଯାଇସାରିଛନ୍ତି ରାଜପାଲ ଯାଦବ  ।ପୁଣି ଥରେ ବ୍ୟାଙ୍କ କରଜ ନ ସୁଝିବା ଯୋଗୁଁ ବନ୍ଧକ ରଖିଥିବା ସମ୍ପତ୍ତିକୁ ଜବତ କରିଛି ବ୍ୟାଙ୍କ  ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.