ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

‘ଭାରତ ବିଶ୍ୱକପ ଜିତି ଯାଇଥାନ୍ତା, କିନ୍ତୁ ‘ପନୋତି’ ହରାଇ ଦେଲା’... ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ପୁଣି ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ୨୧।୧୧: ଓ୍ବାର୍ଲ୍ଡକପ୍ ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ଟିମ୍ ଇଣ୍ଡିଆ ପରାଜିତ ହେବା ପୁରା ଦେଶକୁ ବ୍ୟଥିତ କରିଛି। ଏହି ମ୍ୟାଚ୍ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ବର୍ତ୍ତମାନ ଏହାକୁ ଏକ ପ୍ରସଙ୍ଗ କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ପନୋତି’ ବୋଲି କହିଛନ୍ତି।

ମଙ୍ଗଳବାର ରାଜସ୍ଥାନର ଜଲୋର ଅଞ୍ଚଳରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ସମୟରେ ରାହୁଲ ଏଭଳି କହୁଥିବାର ଭିଡିଓ ସାମନାକୁ ଆସିଛି। ସେ କହିଛନ୍ତି ଭାରତ ବିଶ୍ୱକପ ଜିତି ଯାଇଥାନ୍ତା, କିନ୍ତୁ ‘ପନୋତି’ ହରାଇ ଦେଲା। ଟିଭିବାଲା ଏହା କହିବେନି, କିନ୍ତୁ ଏସବୁ ଦେଶର ଜନତା ଜାଣନ୍ତି।’

ରାହୁଲଙ୍କ ଏହି ଭିଡିଓକୁ ନେଇ ବିଜେପି ଏବେ ତାଙ୍କୁ ଟାର୍ଗେଟ କରିଛି। ଦଳ ପକ୍ଷରୁ କୁହାଯାଇଛି ରାହୁଲଙ୍କୁ କ୍ଷମା ମାଗିବା ଦରକାର। ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ରାହୁଲ ଏଭଳି ଶବ୍ଦ ବ୍ୟବହାର କରିବା ଅଶୋଭନୀୟ। ମୋଦିଙ୍କୁ ରାହୁଲ କ୍ଷମା ମାଗିବା ଦରକାର। ନହେଲେ ଆମେ ଦେଶରେ ଏହାକୁ ବଡ଼ ପ୍ରସଙ୍ଗ କରିବୁ।’

ଉଲ୍ଲେଖନୀୟ ଯେ, ରାଜସ୍ଥାନକୁ କ୍ଷମତାକୁ ଫେରିବା ପରେ ଜାତିଗତ ଜନଗଣନା କରିବ ବୋଲି   କଂଗ୍ରେସ ମଧ୍ୟ ନିଜର ନିର୍ବାଚନୀ ଇସ୍ତାହାରରେ ପ୍ରତିଶୃତି ଦେଇଛି। ରାହୁଲ ଏହା ଉପରେ ଆଲୋଚନା କରୁଥିବାବେଳେ ହଠାତ୍ ବିଶ୍ୱକପ୍ ଫାଇନାଲ ବିଷୟରେ କହିବାକୁ ଲାଗିଲେ।  

ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ପନୋତି’  କହିବା ପରେ ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ସମାନ କଥା ଦୋହରାଇଥିଲେ। କଂଗ୍ରେସ ମଧ୍ୟ ରାହୁଲଙ୍କ ଏହି କଥାରେ ସହମତ ଥିବା ଜଣା ପଡିଛି। ପାର୍ଟି ନିଜର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲ ‘ପନୋତି’ କହୁଥିବାର ଭିଡିଓ ସେୟାର କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କନେଇ ରାହୁଲ ଗାନ୍ଧୀଙ୍କ ଏଭଳି ବିବାଦୀୟ ବୟାନ ନୂଆ ନୁହେଁ। ପୂର୍ବରୁ ‘ସବୁ ମୋଦି ଚୋର’ ବୋଲି କହି ଅଡୁଆରେ ପଡିଥିଲେ। ଏଥିପାଇଁ ସାଂସଦ ପଦ ମଧ୍ୟ ଚାଲିଯାଇଥିଲା।  ଯଦିଓ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପଦବୀ ଫେରି ପାଇଲେ।

 

Copyright © 2022 - Summa Real Media Private Limited. All Rights Reserved.