ତପସ୍ୱୀମାନଙ୍କ ପାଇଁ ଏହା ସେହି ଦିନ, ଯେତେବେଳେ ଧ୍ୟାନରେ ସହସ୍ର ବର୍ଷ ରହିବା ପରେ ଦିନେ ତାଙ୍କ ଭିତରର ସମସ୍ତ ଗତିବିଧି ବନ୍ଦ ହୋଇଗଲା ଏବଂ ସେ ସମ୍ପୂର୍ଣ୍ଣ ଭାବରେ ନିଶ୍ଚଳ ହୋଇଗଲେ । ଉଚ୍ଚାଭିଳାଷୀଙ୍କ ପାଇଁ ଏହା ହେଉଛି ଏକ ଦିନ, ଯେତେବେଳେ ଶିବ ତାଙ୍କର ସମସ୍ତ ଶତ୍ରୁଙ୍କୁ ପରାସ୍ତ କରିଥିଲେ । ତେବେ କିମ୍ବଦନ୍ତୀ ଯାହା ବି ହେଉ, ମହାଶିବରାତ୍ରୀର ମହତ୍ତ୍ୱ ହେଉଛି, ଏହି ଦିନ ମାନବ ଶରୀରରେ ଉର୍ଜାର ସ୍ୱାଭାବିକ ଉତ୍ଥାନ ହୁଏ ।
ଯେତେବେଳେ ଆମେ ଶିବ ବୋଲି କହିଥାଉ, ଅଧିକାଂଶ ଲୋକ ତାଙ୍କୁ ଭଗବାନ ଭାବରେ ଦେଖନ୍ତି, ଯିଏ ସବୁକିଛି ଠାରୁ ଊର୍ଦ୍ଧ୍ୱରେ । କିନ୍ତୁ ଯଦି ଆପଣ ଶିବ ପୁରାଣ ଦେଖିବେ, ତାଙ୍କ ଜୀବନ ମଣିଷ ପରି ଥିଲା, କୌଣସି ମଣିଷ ଯେଉଁସବୁ ଜିନିଷ ଦେଇ ଗତିକରେ ସେ ମଧ୍ୟ ସେସବୁ ଦେଇ ଗତି କରିଥିଲେ । ସେ ଏକ ସମୟରେ ଅନେକ କିଛି ଅଟନ୍ତି । ସେ ସବୁଠାରୁ ସୁନ୍ଦର ଏବଂ ସବୁଠାରୁ ଅସୁନ୍ଦର ମଧ୍ୟ । ସେ ଜଣେ ମହାନ ସନ୍ନ୍ୟାସୀ ଏବଂ ଜଣେ ପାରିବାରିକ ବ୍ୟକ୍ତି ମଧ୍ୟ । ସେ ସବୁଠାରୁ ଶୃଙ୍ଖଳିତ ଏବଂ ଜଣେ ମଦ୍ୟପ ତଥା ନିଶାସକ୍ତ ମଧ୍ୟ । ସେ ଜଣେ ନୃତ୍ୟଶିଳ୍ପୀ ଏବଂ ସେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ନିଶ୍ଚଳ । ଦେବତା, ଦୈତ୍ୟ ଏବଂ ଜଗତର ସମସ୍ତ ପ୍ରକାର ପ୍ରାଣୀ ତାଙ୍କୁ ଉପାସନା କରନ୍ତି । ଏହା ଏହିଭଳି ପ୍ରସ୍ତୁତ କରାଯିବାର ଏକ କାରଣ ହେଉଛି, ଯଦି ଆପଣ ଏହି ବ୍ୟକ୍ତିଙ୍କୁ ଗ୍ରହଣ କରିପାରିବେ, ଯିଏ ଏହି ବ୍ରହ୍ମାଣ୍ଡରେ ଦେଖାଯାଉଥିବା ସମସ୍ତ ଗୁଣର ଏକ ଜଟିଳ ସମାହାର- ସୁନ୍ଦର, ଅସୁନ୍ଦର, ମହାନ, ନୀଚ, ସ୍ୱର୍ଗ ଓ ନର୍କ, ତେବେ ଆପଣ ଜୀବନକୁ ଅତିକ୍ରମ କରିସାରିଛନ୍ତି । ସମସ୍ତ ସଂଘର୍ଷ ଏଇଥିପାଇଁ ଯେ ଆମେ ସବୁବେଳେ କେଉଁଟା ସୁନ୍ଦର, କେଉଁଟା ନୁହେଁ, କେଉଁଟି ଭଲ ଏବଂ କେଉଁଟି ଖରାପ ତାହା ବାଛିବା ପାଇଁ ଚେଷ୍ଟା କରୁ ।
ଆଧ୍ୟାତ୍ମିକ ପ୍ରକ୍ରିୟାରେ ଥିବା ବ୍ୟକ୍ତିଙ୍କ ପାଇଁ, ପାରିବାରିକ ପରିସ୍ଥିତିରେ ଥିବା ତଥା ଦୁନିଆରେ ଉଚ୍ଚାଭିଳାଷୀ ବ୍ୟକ୍ତିଙ୍କ ପାଇଁ ମହାଶିବରାତ୍ରୀ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ପାରିବାରିକ ପରିସ୍ଥିତିରେ ରହୁଥିବା ଲୋକଙ୍କ ପାଇଁ ମହାଶିବରାତ୍ରୀକୁ ଶିବଙ୍କ ବିବାହ ବାର୍ଷିକୀ ଭାବରେ ପାଳନ କରାଯାଏ । ତପସ୍ୱୀମାନଙ୍କ ପାଇଁ ଏହା ସେହି ଦିନ, ଯେତେବେଳେ ଧ୍ୟାନରେ ସହସ୍ର ବର୍ଷ ରହିବା ପରେ ଦିନେ ତାଙ୍କ ଭିତରର ସମସ୍ତ ଗତିବିଧି ବନ୍ଦ ହୋଇଗଲା ଏବଂ ସେ ସମ୍ପୂର୍ଣ୍ଣ ଭାବରେ ନିଶ୍ଚଳ ହୋଇଗଲେ । ଉଚ୍ଚାଭିଳାଷୀଙ୍କ ପାଇଁ ଏହା ହେଉଛି ଏକ ଦିନ, ଯେତେବେଳେ ଶିବ ତାଙ୍କର ସମସ୍ତ ଶତ୍ରୁଙ୍କୁ ପରାସ୍ତ କରିଥିଲେ । ତେବେ କିମ୍ବଦନ୍ତୀ ଯାହା ବି ହେଉ, ମହାଶିବରାତ୍ରୀର ମହତ୍ତ୍ୱ ହେଉଛି, ଏହି ଦିନ ମାନବ ଶରୀରରେ ଉର୍ଜାର ସ୍ୱାଭାବିକ ଉତ୍ଥାନ ହୁଏ । ଯଦି ଆପଣ ମେରୁଦଣ୍ଡ ଭୂ-ସମାନ୍ତର ଥିବା ଏକ ପ୍ରାଣୀ ହୋଇଥାନ୍ତେ, ଆପଣ ଏହାର ବ୍ୟବହାର କରିପାରିନଥାନ୍ତେ । କିନ୍ତୁ ଯେଉଁମାନଙ୍କର ମେରୁଦଣ୍ଡ ସିଧା ଅଛି, ସେମାନେ ଧନ୍ୟ । ସେମାନେ ସେମାନଙ୍କର ଶକ୍ତିକୁ ଊଦ୍ଧ୍ୱର୍କୁ ସହଜ ଭାବରେ ଚଳାଇ ପାରିବେ । ତେଣୁ ଆମେ ଜାଗ୍ରତ ଓ ସଚେତନ ରହି, ଆମ ମେରୁଦଣ୍ଡ ଭୂଲମ୍ବ ରଖି ଏହି ରାତିକୁ ଅତିବାହିତ କରିବା ଉଚିତ୍, ଯାହା ଦ୍ୱାରା ଆମେ କରୁଥିବା ସାଧନା, ଏହି ଦିନ ପ୍ରକୃତିରୁ ମିଳୁଥିବା ବୃହତ ସାହାଯ୍ୟ ଦ୍ୱାରା ସ୍ୱାଭାବିକ ଭାବରେ ଊଦ୍ଧ୍ୱର୍ ଗତି ପ୍ରାପ୍ତ ହୁଏ । ମଣିଷର ସମସ୍ତ ବିବର୍ତ୍ତନ ହେଉଛି ମୂଳତଃ ଉର୍ଜାର ଏକ ଊର୍ଦ୍ଧ୍ୱ ଗତି ।
କେବଳ ଏକ ଜୈବିକ ବ୍ୟବସ୍ଥା ହେବାରୁ ଆରମ୍ଭ କରି ଏକ ଆଧ୍ୟାତ୍ମିକ ପ୍ରକ୍ରିୟା ହେବା ପାଇଁ, ଶକ୍ତିର ଏକ ଊର୍ଦ୍ଧ୍ୱ ଗତି ଆବଶ୍ୟକ । ଆମେ ଏଠାରେ ଥିଲାବେଳେ, ଯଦି ଆମେ କେବଳ ଆମ ଶରୀରକୁ ଗୁରୁତ୍ୱ ଦେବା, ଯାହାକି ପ୍ରକୃତିର କେବଳ ଏକ ନିର୍ଦ୍ଦିଷ୍ଟ ଦିଗ, ତେବେ ଆମେ କେବଳ ବଞ୍ଚିବା ଏବଂ ପିଲା ଜନ୍ମ କରିବା । ଅସ୍ତିତ୍ୱର ଭୌତିକ ଆୟାମର ଏହା ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ । ଯଦି ଆପଣ ଏହି ଗ୍ରହର ପ୍ରତ୍ୟେକ ପ୍ରାଣୀକୁ ଲକ୍ଷ୍ୟ କରିବେ, ଦେଖିବେ ସେ ସମସ୍ତେ ବଞ୍ଚିବାକୁ ଏବଂ ପ୍ରସବ କରିବାକୁ କ୍ରମାଗତ ଭାବରେ ଇଚ୍ଛା କରୁଛନ୍ତି, ଯାହା ଦ୍ୱାରା ଜୀବନ ଆଗକୁ ଚାଲିବ । କିନ୍ତୁ ଆପଣ ଥରେ ମଣିଷ ହୋଇଗଲେ, ଆପଣ ଜାଣନ୍ତି ଯେ କେବଳ ଜୀବନ ଜାରି ରହିବା ଆପଣଙ୍କ ଲାଗି ଆଉ ଯଥେଷ୍ଟ ନୁହେଁ । ତେଣୁ ଏହି ଦିନ, ଏହି ମହାଶିବରାତ୍ରୀ ଜୀବନର ଭୌତିକ ଆୟାମକୁ ଅତିକ୍ରମ କରିବା ଏବଂ ଆପଣଙ୍କ ଭିତରେ ଦିବ୍ୟତ୍ୱକୁ ଅନୁଭବ କରିବାର ଏକ ସୁଯୋଗ ଅଟେ । ଭାରତର ପଚାଶ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଥିବା ସଦ୍ଗୁରୁ ଜଣେ ଯୋଗୀ, ଦିବ୍ୟଦର୍ଶୀ, ଯୁଗଦ୍ରଷ୍ଟା ତଥା ନ୍ୟୁୟର୍କ ଟାଇମ୍ସର ବେଷ୍ଟ ସେଲିଂ ଲେଖକ । ସଦ୍ଗୁରୁଙ୍କୁ ୨୦୧୭ ମସିହାରେ ଭାରତ ସରକାର ପଦ୍ମଭୂଷଣ ପ୍ରଦାନ କରିଥିଲେ, ଯାହାକି ଅତୁଳନୀୟ ତଥା ବିଶିଷ୍ଟ ସେବା ପାଇଁ ଜଣେ ନାଗରିକଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ପୁରସ୍କାର । ସେ ବିଶ୍ୱର ସର୍ବବୃହତ ଲୋକ ଆନ୍ଦୋଳନ, କନ୍ସିଅସ ପ୍ଲାନେଟ୍- ମାଟି ବଞ୍ଚାଅର ପ୍ରତିଷ୍ଠାତା, ଯାହା ୪୦୦ କୋଟିରୁ ଅଧିକ ଲୋକଙ୍କୁ ଛୁଇଁଛି ।