ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ମୋଦି ୩.୦କୁ ନେଇ ଅର୍ଥନୀତିଜ୍ଞଙ୍କ ଆଶା, ଜାରି ରହିବ ବିଗ୍‌ ବ୍ୟାଙ୍ଗ ସଂସ୍କାର

ନୂଆଦିଲ୍ଲୀ,୧୦/୦୬: ନରେନ୍ଦ୍ର ମୋଦି ଏନ୍‌ଡିଏର ନେତା ନିର୍ବାଚିତ ହେବା ସହ ରବିବାର ସଂଧ୍ୟାରେ ୩ୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପ୍ରାୟ ୧ ଦଶନ୍ଧି  ଧରି ସ୍ପଷ୍ଟ ବହୁମତ ସହ ସରକାର ଚଳାଇଥିବା ବିଜେପି ଏଥର ବହୁମତ ଲାଗି ଏହାର ସହଯୋଗୀ  ଜେଡିୟୁ ଏବଂ ଟିଡିପି ଉପରେ ନିର୍ଭରଶୀଳ ରହିଛି ।  ତେବେ ମେଣ୍ଟ ସରକାର ରହିଲେ ମଧ୍ୟ ସରକାରଙ୍କ ବିଗ୍‌ ବ୍ୟାଙ୍ଗ୍‌ ଆର୍ଥିକ ସଂସ୍କାର ଜାରି ରହିବ ବୋଲି  ବିଶେଷଜ୍ଞ ଆଶା ରଖିଛନ୍ତି । 

ମୋଦି ୩.୦ ସଂସ୍କାର ଧାରା ଜାରି ରଖିବେ ।  ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଅର୍ଥନୀତିଜ୍ଞ ଆଶା  ପ୍ରକଟ କରିଛନ୍ତି । ଭିତ୍ତିଭୂମି, ଶ୍ରମ ଏବଂ ବିନିର୍ମାଣ ଭଳି ବିଭିନ୍ନ କ୍ଷେତ୍ର ପାଇଁ ଆର୍ଥିକ ସଂସ୍କାର ଏବଂ ନୀତିଗତ ପଦକ୍ଷେପ ଜାରି ରହିବାର ଆବଶ୍ୟକତା  ରହିଛି । ଏହା ଦ୍ୱାରା ଦେଶର ଅର୍ଥନୈତିକ ଅଭିବୃଦ୍ଧି  ଓ ଉନ୍ନତୀକରଣ ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି  ଅର୍ଥନୀତିଜ୍ଞ । 

ଚତୁର୍ଦଶ ଅର୍ଥକମିଶନର ସଦସ୍ୟ ଏମ୍‌  ଗୋବିନ୍ଦ ରାଓ କହିଛନ୍ତି,୨୦୪୭ ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ର ଭାବେ ରୁପାନ୍ତରିତ କରିବାକୁ ହେଲେ ଯୋଜନାବଦ୍ଧ ଭାବେ ସଂସ୍କାର ପ୍ରକ୍ରିୟା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡିବ। ଅର୍ଥନୀତିକୁ ଆହୁରି  ଉଦାରଶୀଳ କରିବା ସହ ଭିତ୍ତିଭୂମି ଦୃଢ଼ୀକରଣ  ଏବଂ ଶ୍ରମକୈନ୍ଦ୍ରିକ ବିନିର୍ମାଣ କ୍ଷେତ୍ର ଉପରେ  ଫୋକସ କରିବାକୁ ହେବ । ମେଣ୍ଟ ସରକାରରେ  ବିଗ୍‌ ବ୍ୟାଙ୍ଗ ସଂସ୍କାର ଜାରି ରଖିବା ଏତେଟା ସହଜ  ହୋଇନ ଥାଏ । ତେବେ ମୋଟାମୋଟି ଭାବେ କହିବାକୁ ସଂସ୍କାର ପ୍ରକ୍ରିୟା ସରକାରଙ୍କ ପ୍ରମୁଖ ଏଜେଣ୍ଡା ରହିବ । 

ଅର୍ଥନୀତିଜ୍ଞ ମାନେ ଏହା ମଧ୍ୟ କହିଛନ୍ତି  ଯେ, ମେଣ୍ଟ ସରକାର ଆସୁଥିବାରୁ ସରକାରଙ୍କୁ  ଲୋକାଭିମୁଖୀ କାର୍ଯ୍ୟକ୍ରମ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ। ତେବେ ସରକାର ମେଡ୍‌ ଇନ୍‌  ଇଣ୍ଡିଆ ସଂସ୍କାର ଉପରେ ଫୋକସ ଜାରି ରଖିବେ । ଫଳରେ ଭିତ୍ତିଭୂମି ଏବଂ ବିନିର୍ମାଣ କ୍ଷେତ୍ରକୁ ମିଳିବ ପ୍ରାଥମିକତା ।  

ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିସ୍କର  ଅବସରପ୍ରାପ୍ତ ରାଜନୀତି ଅର୍ଥନୀତିଜ୍ଞ ଗୌତମ ସେନ୍‌  କହିଛନ୍ତି, ସରକାରଙ୍କୁ ଲୋକାଭିମୁଖୀ କାର୍ଯ୍ୟକ୍ରମରେ  ଅଧିକ ଖର୍ଚ୍ଚ କରିବାକୁ ହେବ । ଆର୍‌ବିଆଇ ପ୍ରଦାନ  କରିଥିବା ବକଳା ପୁଞ୍ଜି ଏବଂ ଟିକସ ସଂଗ୍ରହରେ  ଉନ୍ନତି ଥିବାରୁ ଏବେ ରାଜକୋଷ ଦୃଢ଼ ରହିଛି । ସରକାର ଭିତ୍ତିଭୂମିରେ ନିବେଶ ଜାରି ରଖିବେ । ଏହାକୁ ତାଳ ଦେଇ ଘରୋଇ କ୍ଷେତ୍ର ନିବେଶ ମଧ୍ୟ  ଜାରି ରଖିବାର ଢ଼େର ସମ୍ଭାବନା ରହିଛି । ସେହିଭଳି  ଘରୋଇ ବଜାରରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ  ଏବଂ ଏହି କ୍ଷେତ୍ରର ଆଧୁନିକିକରଣ ଭଳି ଦିଗ  ଗୁଡିକ ଉପରେ ସରକାରଙ୍କ ନଜର ରହିବ । 

ଜୁଲାଇରେ ଆସିବ ସରକାରଙ୍କ ପୂର୍ଣ୍ଣାଙ୍ଗ  ବଜେଟ । ଏଥିରେ ମୋଦି ୩.୦ର ଅର୍ଥନୈତିକ  ଏଜେଣ୍ଡା ହେବ ପ୍ରତିଫଳିତ । ଏଥର ବଜେଟରେ  ଜନକଲ୍ୟାଣକାରୀ ଯୋଜନା ଉପରେ ଅଧିକ ଧ୍ୟାନ ରହିବ ବୋଲି ଅର୍ଥନୀତିଜ୍ଞ କହୁଛନ୍ତି । କୃଷକଙ୍କ ଏବଂ ଗରିବ ଲୋକଙ୍କ ବିକାଶ ଦିଗରେ ସ୍କିମରେ ବ୍ୟୟବରାଦ ବଢ଼ିପାରେ। ବଜେଟରେ ମେଣ୍ଟ ସରକାର ଗ୍ରହଣ କରୁଥିବା ପଦକ୍ଷେପ ଆଗାମୀ ୫ ବର୍ଷ ପାଇଁ ଦେଶର ଅଭିବୃଦ୍ଧି ନିର୍ଦ୍ଧାରଣ କରିବାରେ ଏକ ପ୍ରମୁଖ ଯୋଗଦାନ ଦେବ । 

ତେବେ ପୂର୍ବ ଭଳି ଦେଶ ପାଇଁ ଅଭିବୃଦ୍ଧିର  ରାସ୍ତା ଏତେଟା ସହଜ ନୁହେଁ । ବିଶ୍ୱ ଅର୍ଥନୀତିରେ  ମାନ୍ଦାବସ୍ଥା ଏବଂ ଯୁଦ୍ଧ ଭାରତ ପାଇଁ ପ୍ରମୁଖ ଆହ୍ୱାନ ହୋଇପାରେ । ସେନ୍‌ ପୁଣି କହିଛନ୍ତି, ବିଶ୍ୱ  ମାନ୍ଦାବସ୍ଥା, ଯୁଦ୍ଧ ଏବଂ ଇନ୍ଧନ ଦର ବୃଦ୍ଧି ଭାରତ  ପାଇଁ ସମସ୍ୟା ସୃଷ୍ଟି କରିବ । ମୋଦି ୩.୦ର  ଆତ୍ମବିଶ୍ୱାସ ବଢ଼ାଇବାରେ ନିକଟରେ ରିଜର୍ଭ ବ୍ୟାଙ୍କର ଘୋଷଣା ସହାୟକ ହେବ । ଚଳିତ  ଆର୍ଥିକ ବର୍ଷ ଲାଗି ଅର୍ଥନୀତି ଅଭିବୃଦ୍ଧି ଆକଳନକୁ  ବଦଳାଇଛି କେନ୍ଦ୍ରୀୟ ବ୍ୟାଙ୍କ । 

୨୦୨୪-୨୫ ଅବଧିରେ ଅର୍ଥନୀତି ୭.୨% ବଢ଼ିବ ବୋଲି କହିଛି ଆର୍‌ବିଆଇ । ଜିଡିପି ୭%  ବୃଦ୍ଧି ହେବା ନେଇ ଆର୍‌ବିଆଇ ପୂର୍ବରୁ ଆକଳନ  କରିଥିଲା । ଘରୋଇ କ୍ଷେତ୍ର ନିବେଶ ଏବଂ ଗ୍ରାମାଞ୍ଚଳ ଚାହିଦା ଉନ୍ନତ ରହିବା ଯୋଗୁ ଏହା ଅର୍ଥନୀତି  ଉପରେ ବେଶ ଭଲ ପ୍ରଭାବ ପକାଇବ ବୋଲି  ଅନୁମାନ କରିଛି ଆର୍‌ବିଆଇ । ୨୦୨୩-୨୪ରେ  ଦେଶର ବାସ୍ତବ ଜିଡିପି ଅଭିବୃଦ୍ଧି ୮.୨% ବୋଲି  ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନିକଟରେ କହିଛନ୍ତି।

  • PrameyaOdia
  • prameya
  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.