ପ୍ରମୂଖ ଖବର
  • ଭୁବନେଶ୍ଵର : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, ୱେବସାଇଟରୁ ମିଳିବ ଡିଜିଟାଲ ସାର୍ଟିଫିକେଟ
  • ||
  • ଭୁବନେଶ୍ଵର : ବାଚସ୍ପତି ପ୍ରାର୍ଥୀ ହେଲେ ସୁରମା ପାଢୀ, ଭରିଲେ ନାମାଙ୍କନ ପତ୍ର
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ବିବାଦ ଯୋଗୁଁ ଅଟକିଛି ନୀତିକାନ୍ତି
  • ||
  • ଭୁବନେଶ୍ଵର : ବୁଧବାର ରାଜ୍ୟରେ ଛେଚିବ ବର୍ଷା, ୨୦ ସୁଦ୍ଧା ଅଧା ଓଡ଼ିଶା ଛୁଇଁବ ମୌସୁମୀ
  • ||
  • ଡ୍ରେନ୍‌ରେ ପଡ଼ି ନାବାଳକଙ୍କ ମୃତ୍ୟୁ ଘଟଣା : ମୁକୁଳା ଡ୍ରେନ୍‌ର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ, ୭ ଦିନ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||

୪ ଲକ୍ଷ କୋଟିର ନିବେଶ ଟାଣିବ ପିଏଲ୍‌ଆଇ ସ୍କିମ୍‌, ସୃଷ୍ଟି ହେବ ୨ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ,୧୩/୦୬: ଆଗାମୀ ୪ ବର୍ଷରେ  ଅତିରିକ୍ତ ୩ରୁ ୪ ଲକ୍ଷ କୋଟିର ନିବେଶ ଟାଣିବ  ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍‌ଆଇ)  ସ୍କିମ୍‌ । ଏହାସହିତ ୨ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ।  ସେମିକଣ୍ଡକ୍ଟର, ସୋଲାର ମଡ୍ୟୁଲ୍‌ ଏବଂ ଫାର୍ମା  ଇଣ୍ଟର୍‌ମିଡିଆରିଜ୍‌ ଆଦି କ୍ଷେତ୍ରରେ ବଡ଼ ବଡ଼ ପ୍ରକଳ୍ପ  ଆଗକୁ ଆସିବ । ଏହା ଦେଶରେ ବ୍ୟାପକ ନିବେଶ  ଏବଂ ନିଯୁକ୍ତି ଆଣିବ ବୋଲି ଇକ୍ରାର ଜଣେ ବରିଷ୍ଠ  କାର୍ଯ୍ୟନିର୍ବାହୀ ପ୍ରକାଶ କରିଛନ୍ତି । 

ଇକ୍ରାର କାର୍ଯ୍ୟନିର୍ବାହୀ ଉପସଭାପତି ଏବଂ  ମୁଖ୍ୟ ରେଟିଂ ଅଫିସର କେ. ରବିଚନ୍ଦ୍ରନ କହିଛନ୍ତି  ଯେ, ଆଗକୁ ତୈଳ ଓ ଗ୍ୟାସ, ଧାତବ ଏବଂ  ଖଣି, ହସ୍ପିଟାଲ, ସ୍ୱାସ୍ଥ୍ୟସେବା ଏବଂ ସିମେଣ୍ଟ ଆଦି  କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶ ବଢ଼ିବ । 

ତେବେ ଘରୋଇ ନିବେଶକୁ ରେକର୍ଡ ସ୍ତରକୁ  ନେବାକୁ ହେଲେ ସରକାରଙ୍କୁ କିଛି ଟିକସ ରିହାତି  ପ୍ରଦାନ କରିବାକୁ ପଡ଼ିବ । ଏହା ହେଲେ ଲୋକଙ୍କ  ହାତକୁ ଅଧିକ ଟଙ୍କା ଆସିବ ବୋଲି ରବିଚନ୍ଦ୍ରନ  କହିଛନ୍ତି । ସେ କହିଛନ୍ତି ଯେ, ପିଏଲ୍‌ଆଇ  ସ୍କିମ୍‌ ଅଧୀନରେ ଆଗାମୀ ୩ରୁ୪  ବର୍ଷରେ ୩ରୁ୪ ଲକ୍ଷ କୋଟିର  ଅତିରିକ୍ତ ନିବେଶ ଆସିବ ।  ଆଗକୁ ସେମିକଣ୍ଡକ୍ଟର,  ସୋଲାର ମଡ୍ୟୁଲ୍‌ ଏବଂ  ଫାର୍ମା ଇଣ୍ଟର୍‌ମିଡିଆରିଜ୍‌  ଭଳି କ୍ଷେତ୍ରରେ ବଡ଼ ବଡ଼  ପ୍ରକଳ୍ପ ଆସିବାକୁ ଯାଉଛି, ଯାହା  ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ପ୍ରାୟ ୨  ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । 

ସୂଚନାଯୋଗ୍ୟ, ୨୦୨୧ରେ  ଟେଲିଯୋଗାଯୋଗ, ହ୍ୱାଇଟ୍‌ ଗୁଡ୍‌ସ,  ବୟନ ଶିଳ୍ପ, ମେଡିକାଲ ଡିଭାଇସ୍‌  ବିନିର୍ମାଣ, ଅଟୋମୋବାଇଲ, ସ୍ପେସିଆଲିଟି ଷ୍ଟିଲ,  ଖାଦ୍ୟ ଉତ୍ପାଦ, ଉଚ୍ଚ ଦକ୍ଷତାଯୁକ୍ତ ସୋଲାର ପିଭି  ମଡ୍ୟୁଲ, ଆଡ୍‌ଭାନ୍ସଡ କେମେଷ୍ଟ୍ରି ସେଲ୍‌ ବ୍ୟାଟେରି,  ଡ୍ରୋନ୍‌ ଏବଂ ଫାର୍ମା ଆଦି ସମେତ ୧୪ଟି କ୍ଷେତ୍ରରେ  ୧.୯୭ ଲକ୍ଷ କୋଟିର ବ୍ୟୟବରାଦରେ ପିଏଲ୍‌ଆଇ  ସ୍କିମ୍‌ ଘୋଷଣା କରାଯାଇଥିଲା ।  

୨୦୨୩ ନଭେମ୍ବର ସୁଦ୍ଧା ପିଏଲ୍‌ଆଇ ସ୍କିମ୍‌  ଜରିଆରେ ୧.୦୩ ଲକ୍ଷ କୋଟିରୁ ଅଧିକ ନିବେଶ  ଆସିଛି ଏବଂ ୬.୭୮ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି ।  ଘରୋଇ କ୍ଷେତ୍ର ପୁଞ୍ଜିନିବେଶକୁ ନେଇ  ରବିଚନ୍ଦ୍ରନ କହିଛନ୍ତି ଯେ, ତୈଳ ଓ ଗ୍ୟାସ,  ଧାତବ ଏବଂ ଖଣି, ହସ୍ପିଟାଲ, ହେଲ୍‌ଥକେୟାର  ଏବଂ ସିମେଣ୍ଟ ଆଦି କ୍ଷେତ୍ରରେ ଘରୋଇ ନିବେଶ  ତ୍ୱରାନ୍ୱିତ ହେବ । ମଧ୍ୟବର୍ତ୍ତୀକାଳୀନ ଭାବେ ଏସବୁ  କ୍ଷେତ୍ରରେ ବଡ଼ ଆକାରରେ ନିବେଶ ହେବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.