ପ୍ରମୂଖ ଖବର
  • ଭୁବନେଶ୍ଵର : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, ୱେବସାଇଟରୁ ମିଳିବ ଡିଜିଟାଲ ସାର୍ଟିଫିକେଟ
  • ||
  • ଭୁବନେଶ୍ଵର : ବାଚସ୍ପତି ପ୍ରାର୍ଥୀ ହେଲେ ସୁରମା ପାଢୀ, ଭରିଲେ ନାମାଙ୍କନ ପତ୍ର
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ବିବାଦ ଯୋଗୁଁ ଅଟକିଛି ନୀତିକାନ୍ତି
  • ||
  • ଭୁବନେଶ୍ଵର : ବୁଧବାର ରାଜ୍ୟରେ ଛେଚିବ ବର୍ଷା, ୨୦ ସୁଦ୍ଧା ଅଧା ଓଡ଼ିଶା ଛୁଇଁବ ମୌସୁମୀ
  • ||
  • ଡ୍ରେନ୍‌ରେ ପଡ଼ି ନାବାଳକଙ୍କ ମୃତ୍ୟୁ ଘଟଣା : ମୁକୁଳା ଡ୍ରେନ୍‌ର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ, ୭ ଦିନ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||

ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀଙ୍କ ବୟାନ, ପେଟ୍ରୋଲ, ଡିଜେଲକୁ ଜିଏସ୍‌ଟିକୁ ଆଣିବା ଲକ୍ଷ୍ୟ

ନୂଆଦିଲ୍ଲୀ,୧୩/୦୬: ପେଟ୍ରୋଲ, ଡିଜେଲ ଏବଂ ପ୍ରାକୃତିକ  ବାଷ୍ପକୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିସରଭୁକ୍ତ କରାଇବାକୁ  କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ  ବାଷ୍ପମନ୍ତ୍ରୀ ହରଦୀପ ସିଂ ପୁରୀ ଏହା କହିଛନ୍ତି । ଇଟିକୁ ଏକ ସାକ୍ଷାତକାରରେ  ଶ୍ରୀ ପୁରୀ କହିଛନ୍ତି, ତେଲକୁ ଜିଏସ୍‌ଟି  ପରିସରଭୁକ୍ତ କରାଇବା ପାଇଁ ସବୁ  ପ୍ରକାର ଉଦ୍ୟମ ହେବ । ସରକାରଙ୍କ  ଏଭଳି ପଦକ୍ଷେପ ଯୋଗୁ ଲୋକମାନେ  ଲାଭବାନ ହେବ ।  

ତେବେ ଏଥି ଲାଗି ରାଜ୍ୟଗୁଡିକର  ସହମତି ଆବଶ୍ୟକତା ରହିଛି ।  ରାଜ୍ୟଗୁଡ଼ିକର ରାଜସ୍ୱରେ ଇନ୍ଧନ ଏବଂ  ମଦ ଉତ୍ସରୁ ଆସୁଥିବା ଟିକସ ପ୍ରମୁଖ  ଭୂମିକା ଗ୍ରହଣ କରିଥାଏ । ସେ ଏହା  ମଧ୍ୟ କହିଛନ୍ତି ଯେ, ମୋଦି ସରକାରଙ୍କ  ନୂଆ ପାଳିରେ ତେଲ କମ୍ପାନିଗୁଡିକରୁ  ଅଂଶଧନ ବିକ୍ରି କରିବା ସପକ୍ଷରେ  ନାହାନ୍ତି । ୨୦୨୨ରେ ସରକାର  ଭାରତ ପେଟ୍ରୋଲିୟମ କର୍ପୋରେସନ  ଲିମିଟେଡର ପୁଞ୍ଜି ପ୍ରତ୍ୟାହାର  ପ୍ରକ୍ରିଆକୁ ରଦ୍ଦ କରିଦେଇଥିଲେ । କାରଣ ଏଥିଲାଗି କେବଳ ଗୋଟିଏ  ବିଡର ପାଇଥିଲେ ସରକାର । ତେବେ ବୁଧବାର ଶ୍ରୀ ପୁରୀଙ୍କ ବୟାନ ଆସିବା  ପରେ ଆଇଓସି, ବିପିସିଏଲ୍‌ ଏବଂ  ଏଚ୍‌ପିସିଏଲ୍‌ ଭଳି ୩ ପ୍ରମୁଖ ତେଲ  କମ୍ପାନିଗୁଡିକର ସେୟାର କାରବାରରେ  ଉନ୍ନତି ଆସିଥିଲା । 

ଉଲ୍ଲେଖଯୋଗ୍ୟ,  କେବଳ ପୁରୀ ନୁହନ୍ତି, ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣ ମଧ୍ୟ ପେଟ୍ରୋଲ, ଡିଜେଲକୁ  ଜିଏସ୍‌ଟି ପରିସରଭୁକ୍ତ କରାଇବା ନେଇ  ଗତ ନଭେମ୍ବରରେ ସୂଚନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.