ପ୍ରମୂଖ ଖବର
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଗଣେଶ ଚତୁର୍ଥୀ ଶୁଭ ମୁହୂର୍ତ୍ତରେ ହେବ ନୂତନ ସଂସଦ ଭବନର ଉଦଘାଟନ ଅଧିବେଶନ, ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିପାରନ୍ତି ସରକାର...

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଏହି ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ନୂତନ ସଂସଦ ଗୃହର ଉଦଘାଟନୀ ଅଧିବେଶନ ହେବ ଏବଂ ସେପ୍ଟେମ୍ବର ୧୯ ରୁ ନୂତନ ସଂସଦ ଭବନରେ ଆରମ୍ଭ ହେବ । ସରକାର ସେପ୍ଟେମ୍ବର ୧୮ ରୁ ୨୨ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଥିବା ବେଳେ ସେପ୍ଟେମ୍ବର ୧୮ ରୁ ୧୯ ପୁରୁଣା ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହେବ ଏବଂ ସେପ୍ଟେମ୍ବର ୧୯ ରେ ନୂତନ ସଂସଦ ଭବନରେ ଏହି ଅଧିବେଶନ ଅନୁଷ୍ଠିତ ହେବ । ଏହି ଦିନ ଗଣେଶ ଚତୁର୍ଥୀର ଶୁଭ ଦିନ । ଅର୍ଥାତ୍ ସେପ୍ଟେମ୍ବର ୧୯ ଗଣେଶ ଚତୁର୍ଥୀ ଅବସରରେ ନୂତନ ସଂସଦ ଭବନ ଉଦଘାଟନୀ ଅଧିବେଶନ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ । 

 ଅଧିବେଶନର ପ୍ରଥମ ଦିନ ପୁରୁଣା ସଂସଦ ଭବନରେ ନିଆଯାଇଥିବା ପ୍ରମୁଖ ନିଷ୍ପତ୍ତି, ବଡ ନେତା ଏବଂ ସେମାନଙ୍କର ମହାନ କାର୍ଯ୍ୟ ସ୍ମରଣୀୟ କରାଯିବ । ଏହି ସମୟ ମଧ୍ୟରେ ନୂତନ ସଂସଦର ନିର୍ମାଣର କାହାଣୀ, ସଂସଦର ଇତିହାସ ଏବଂ ଏକ ନୂତନ ସଂସଦ ଭବନର ଆବଶ୍ୟକତା ଉପରେ ଏକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । 

 ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ ନୂତନ ସଂସଦ ଭବନରେ ଆୟୋଜନ କରାଯିବ । ଚନ୍ଦ୍ରାୟନ -3 ଏବଂ ଜି -20 ର ସଫଳତା ଉପରେ ପ୍ରସ୍ତାବ ଉପସ୍ଥାପନ କରାଯିବ । ଏହି ସ୍ୱତନ୍ତ୍ର ଅଧିବେଶନରେ ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିବାକୁ ଯାଉଛନ୍ତି । ସରକାରଙ୍କ ଶୀର୍ଷ ସୂତ୍ରକୁ ଉଦ୍ଧୃତ କରି ଏକ ଜାତୀୟ ଗଣମାଧ୍ୟମ କହିଛି ଯେ, ଏହି ବିଲ୍ ନିର୍ବାଚନ ସଂସ୍କାର ସହ ଜଡିତ ହୋଇପାରେ । ତେବେ ଏହି ବିଲ୍ କଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

 ସୂଚନାଥାଉକି, ଯେ ନୂତନ ସଂସଦ ଭବନକୁ ଚଳିତ ବର୍ଷ ୨୮ ମଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ । ସଂସଦର ନୂତନ ଭବନରେ ଅତ୍ୟାଧୁନିକ ସୁବିଧା ଏବଂ ସମ୍ବଳ ରହିଛି । ଏହାର ନିର୍ମାଣ ପାଇଁ ୮୬୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଲୋକସଭାରେ ୮୮୮ ସାଂସଦ ଏବଂ ରାଜ୍ୟସଭାରେ ୩୮୪ ଜଣ ସାଂସଦଙ୍କ ପାଇଁ ବସିବାର ବ୍ୟବସ୍ଥା ରହିଛି ।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.