ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ପ୍ୟାରିସ୍‌ ଖେଳ ମହାକୁମ୍ଭରେ ବିରଳ ଘଟଣା, ସୌନ୍ଦର୍ଯ୍ୟ ଲାଗି ଅଲିମ୍ପିକ୍ସରୁ ବିଦା ହେଲେ ସ୍ୱିମର ଲୌନା

ନୂଆଦିଲ୍ଲା ୦୮/୦୮: ପ୍ୟାରିସ୍‌ ଖେଳ ମହାକୁମ୍ଭରେ ବିରଳ ଘଟଣା । ଜଣେ କ୍ରୀଡ଼ାବିତ୍‌ଙ୍କ ସୌନ୍ଦର୍ଯ୍ୟ ସାଥୀ ଖେଳାଳିଙ୍କ ଧ୍ୟାନ ଭଙ୍ଗ  କଲା । ତେଣୁ ଅନିନ୍ଦ୍ୟ ସୁନ୍ଦରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା । ଅଲିମ୍ପିକ୍ସରୁ ତାଙ୍କୁ ଘରକୁ ପଠାଇ ଦିଆଗଲା । ସଦ୍ୟ ଘଟଣାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ।  

ପାରାଗୁଏର ମହିଳା ସନ୍ତରଣକାରୀ ଲୌନା ଅଲୋନ୍‌ସୋ । ତାଙ୍କ ସୌନ୍ଦର୍ଯ୍ୟ କ୍ରୀଡ଼ା ଗ୍ରାମରେ ଚହଳ ପକାଇଲା । ନିଜ ଟିମ୍‌ର ଖେଳାଳି ତାଙ୍କ ସୌନ୍ଦର୍ଯ୍ୟରେ ଏତେ ଆକର୍ଷିତ  ହେଲେ ଯେ ଖେଳରେ ଧ୍ୟାନ ଦେଇପାରିଲେ ନାହିଁ । ତେଣୁ  ଆଉ କୌଣସି ଉପାୟ ନ  ପାଇ ତାଙ୍କୁ ପ୍ୟାରିସ୍‌ରୁ ସ୍ୱଦେଶ ଫେରିଆସିବାକୁ ବାଧ୍ୟ କରାଗଲା । ଅଲୋନ୍‌ସୋ ନିଜର ସୌନ୍ଦର୍ଯ୍ୟ ପାଇଁ ଚଳିତ ପ୍ୟାରିସ୍‌  ଅଲିମ୍ପିକ୍ସରେ ଅଗଣିତଙ୍କ ହୃଦୟ ଜିତିଥିଲେ ।  କିନ୍ତୁ ତାଙ୍କ ଅଜାଣତରେ ଏହା ତାଙ୍କ ପାଇଁ ସବୁଠୁ ମହଙ୍ଗା ସାବ୍ୟସ୍ତ ହେଲା । ତାଙ୍କ ଟିମ୍‌ର ସାଥୀ ଖେଳାଳିଙ୍କୁ ତାଙ୍କ ସୌନ୍ଦର୍ଯ୍ୟ ବିମୋହିତ କଲା । ସେମାନେ ପ୍ରତିଯୋଗିତାରେ ଫୋକସ୍‌ କରିପାରିଲେ ନାହିଁ ।  ଅଲୋନ୍‌ସୋ ସନ୍ତରଣ ପ୍ରତିଯୋଗିତାରେ ଫାଇନାଲ୍‌କୁ ଯାଇ  ନ ପାରିବାରୁ ତାଙ୍କର ଅଲିମ୍ପିକ୍ସ ଯାତ୍ରା ଶେଷ ହୋଇଥିଲା ।  କିନ୍ତୁ ପ୍ୟାରିସ୍‌ ଅଲିମ୍ପିକ୍ସ ଶେଷ ହେବା ପର୍ଯ୍ୟନ୍ତ ଆଥ୍‌ଲେଟ୍‌ଙ୍କୁ କ୍ରୀଡ଼ା ଗ୍ରାମରେ ରହିବାର ଅନୁମତି ରହିଛି । ସେହି ଦୃଷ୍ଟିରୁ  ଅଲୋନ୍‌ସୋ ଆସନ୍ତା ୧୧ ତାରିଖରେ କ୍ରୀଡ଼ା ମହାକୁମ୍ଭ ଶେଷ  ପର୍ଯ୍ୟନ୍ତ କ୍ରୀଡ଼ା ଗ୍ରାମରେ ରହିପାରିଥାନ୍ତେ । 

କିନ୍ତୁ ତା’ର ବହୁ ପୂର୍ବରୁ ଅଲୋନ୍‌ସୋଙ୍କୁ କ୍ରୀଡ଼ା ଗ୍ରାମ  ଖାଲି କରିବାକୁ ପଡ଼ିଲା । ତାଙ୍କ ଜାତୀୟ ଟିମ୍‌ ପ୍ରବନ୍ଧକ  ଦାବି କରିଛନ୍ତି, କ୍ରୀଡ଼ା ଗ୍ରାମରେ ଅଲୋନ୍‌ସୋଙ୍କ ଉପସ୍ଥିତି  ପାରାଗୁଏର ସମସ୍ତ କ୍ରୀଡ଼ାବିତ୍‌ଙ୍କ ଉପରେ ଅନୁଚିତ୍‌  ପ୍ରଭାବ ପକାଉଥିଲା । ତେଣୁ ତାଙ୍କୁ ସ୍ୱଦେଶ ଫେରିଆସିବାକୁ  କୁହାଗଲା । 

ସେପଟେ, ପ୍ୟାରିସ୍‌ ଅଲିମ୍ପିକ୍ସରୁ ବାହାରିବା ପରେ ପରେ  ଅଲୋନ୍‌ସୋ ସନ୍ତରଣରୁ ଅବସର ଘୋଷଣା କଲେ । ନିଜ  କ୍ରୀଡ଼ା କ୍ୟାରିଅର୍‌ରେ ପାଇଥିବା ସମର୍ଥନ ଓ ଭଲପାଇବା  ପାଇଁ ସେ ସମର୍ଥକ ଓ ନିଜ ଦେଶକୁ ଧନ୍ୟବାଦ ଦେଲେ ।  ତେବେ ଅଲିମ୍ପିକ୍‌ କ୍ରୀଡ଼ା ଗ୍ରାମ ଖାଲି କରିବା ବିଷୟରେ  ଅଲୋନ୍‌ସୋ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.