ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଓଡ଼ିଆ ଚଳଚ୍ଚିତ୍ର "ଆଶ୍ରମ'ର ଅଡିଓ ରିଲିଜ୍‌, ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବ

ଚନ୍ଦ୍ରଶେଖରପୁର,୧୩/୦୮: ଅନିଶ  ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର  ‘ଆଶ୍ରମ’ର ଅଡିଓ ରିଲିଜ୍‌ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି ।  ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ୍‌  ଯଜ୍ଞାଶିଷ ମହାପାତ୍ର, ‘ପ୍ରମେୟ’ ଓ ‘ନ୍ୟୁଜ୍‌୭’ର ଗ୍ରୁପ୍‌ ଡାଇରେକ୍ଟର (ସେଲ୍‌ସ ଆଣ୍ଡ୍‌  ମାର୍କେଟିଂ) ହିମାଂଶୁ ହୋତା ଓ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇଥିଲେ । 

ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ  ନିର୍ଦ୍ଦେଶନା ଏବଂ ପ୍ରଯୋଜକ ତପନ ଦାସଙ୍କ  ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ  ଭୂମିକାରେ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କ  ବଳିଷ୍ଠ ଅଭିନୟ ଓ ସୃଜନଶୀଳତା ଏଥିରେ  ଦେଖିବାକୁ ମିଳିବ । ଏହି ସିନେମାରେ  ଚାରୋଟି ସୁନ୍ଦର ଗୀତ ରହିଛି । ଏହା ସମ୍ପୂର୍ଣ୍ଣ  ପାରିବାରିକ ଚଳଚ୍ଚିତ୍ର । ଜଣେ ମହିଳା  ପାଠପଢା ଓ ନୃତ୍ୟ କଳା ଶେଷ ପରେ  କିଭଳି ସଚ୍ଚୋଟ ଆଇଏଏସ୍‌ ହୋଇପାରିଛନ୍ତି, ତାଙ୍କ ଉପରେ ଏହି ଚଳଚ୍ଚିତ୍ରଟି ନିର୍ମାଣ  କରାଯାଇଛି । ଖୁବ୍‌ ଶୀଘ୍ର ଏହି ଚଳଚ୍ଚିତ୍ରଟି  ମୁକ୍ତିଲାଭ କରିବ । ସବୁବର୍ଗର ଦର୍ଶକ ଏହାକୁ ପସନ୍ଦ କରିବେ ବୋଲି ପ୍ରଯୋଜନା  ସଂସ୍ଥା ପକ୍ଷରୁ ଆଶା ପ୍ରକଟ କରାଯାଇଛି ।  

ଅଡିଓ ରିଲିଜ୍‌ କାର୍ଯ୍ୟକ୍ରମରେ ପ୍ରଯୋଜକ  ତପନ ଦାସ, ନିର୍ଦ୍ଦେଶକ ସୁଧାଂଶୁ ମୋହନ  ସାହୁ, ଚିତ୍ରନାଟ୍ୟ ଓ ସଂଳାପକାର ଦିଲ୍ଲୀପ  ଚୌଧୁରୀ, କ୍ରିଏଟିଭ ଉପଦେଷ୍ଟା ଶ୍ୟାମା  ପ୍ରସାଦ ମିଶ୍ର, ସଂଗୀତ ନିର୍ଦ୍ଦେଶକ ଅଭିଜିତ୍‌  ମଜୁମଦାର, ଗୀତିକାର ବାପୁ ଗୋସ୍ୱାମୀ,  କଣ୍ଠଶିଳ୍ପୀ ଅସିତ୍‌ ତ୍ରିପାଠୀ, ବିଶ୍ୱଜିତ  ମହାପାତ୍ର, ରୂପକ ପରିଡା, ସୋହିନୀ ମିଶ୍ର,  ଅଭିନେତା ଅଭିଷେକ ଗିରି, ଅଭିନେତ୍ରୀ  ସୂର୍ଯ୍ୟମୟୀ ମହାପାତ୍ର, ଶ୍ୱେତା ଆଚାର୍ଯ୍ୟ,  ତନୁଶ୍ରୀ, ସୌମ୍ୟା, ବିଜୟିନୀ ମିଶ୍ର, ଶଙ୍କର  ଓ ତୁଷାର ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.