ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ

ଭୁବନେଶ୍ୱର,୧୫/୦୬: ଅଧିକ ସୁଧର ଲୋଭ ଦେଖାଇ ୬ଟି  ରାଜ୍ୟରୁ ୧୨୩ କୋଟି ଠକିଥିବା ନିଧି ଫାଇନାନ୍ସର ନିର୍ଦ୍ଦେଶକ ତୁଷାର ଭଞ୍ଜଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରୁଥିଲା ଇଓଡବ୍ଲ୍ୟୁ ।  ରିମାଣ୍ଡ ସମୟରେ ତା’ଠାରୁ ଅଧିକ ତଥ୍ୟ ମିଳିବ ବୋଲି ଇଓଡବ୍ଲ୍ୟୁ ଏସ୍‌ପି ଆଶା ରଖିଥିଲେ । ରିମାଣ୍ଡ ସରିଛି ହେଲେ ସେମିତି କିଛି ତଥ୍ୟ  ତା’ଠାରୁ ଆଦାୟ କରି ପାରିନି ଇଓଡବ୍ଲ୍ୟୁ । ହାତ ଗଣତି ଅନ୍ୟ କିଛି ନିର୍ଦ୍ଦେଶକଙ୍କ ଠିକଣା ପାଇ ଇଓଡବ୍ଲ୍ୟୁ ଖୁସ୍‌ ହୋଇଛି ।  

ଅଭିଯୁକ୍ତ ତୁଷାର ନିଧି ଫାଇନାନ୍ସ ସବୁ ନିୟମକୁ ଦଳି ମକଚି  ଓଡ଼ିଶା, ଝାଡ଼ଖଣ୍ଡ, ଆସାମ, ତ୍ରିପୁରା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରର  ୩୪ ହଜାର ନିବେଶକାରୀଙ୍କୁ ଠକେଇ କରିଥିଲା । ଚିଟ୍‌ଫଣ୍ଡ କମ୍ପାନୀ  ଭଳି ଅଧିକ ସୁଧର ଲୋଭ ଦେଖାଇ ୬ଟି ରାଜ୍ୟ ଓ ବାଂଲାଦେଶର ଜମାକାରୀଙ୍କଠୁ ସଂସ୍ଥା ୧୨୩ କୋଟି ଟଙ୍କା ଠକେଇ କରିଥିଲା ।  ଇଓଡବ୍ଲ୍ୟୁ ତୁଷାରକୁ ପଶ୍ଚିମବଙ୍ଗରୁ ଗିରଫ କରିଥିଲା । ହେଲେ ୧୨୩ କୋଟି ଟଙ୍କା କେଉଁଠି ଅଛି ସେ ବିଷୟରେ କିଛି ଜଣାପଡିନଥିଲା ।  କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା କେଉଁଠି ନିବେଶ ହୋଇଛି ତାହା ଜାଣିବା ପାଇଁ ଇଓଡବ୍ଲ୍ୟୁର ଗତ ମଙ୍ଗଳବାର ଦିନ ୩ ଦିନ ରିମାଣ୍ଡରେ ଆଣି  ଜେରା କରୁଥିଲା । ଜେରା ସମୟରେ ଅନ୍ୟ କିଛି ନିର୍ଦ୍ଦେଶକଙ୍କ ଠିକଣା ମିଳିଥିଲା । ହେଲେ ନିବେଶକାରୀଙ୍କ ଅର୍ଥ କେଉଁଠି ବିନିଯୋଗ ହୋଇଛି  ସେ ବିଷୟରେ ତୁଷାର କୌଣସି ତଥ୍ୟ ଦେଇନଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.