ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଡାଏମଣ୍ଡ୍‌ ଲିଗ୍‌ ଫାଇନାଲ୍‌ରେ ନୀରଜ ଚୋପ୍ରା, ଆସନ୍ତା ୧୩ରେ ବେଲଜିୟମର ବ୍ରସେଲ୍ସରେ ଫାଇନାଲ୍ ମୁକାବିଲା

ନୂଆଦିଲ୍ଲୀ,୦୭/୦୯: ଡବଲ୍‌ ଅଲିମ୍ପିକ୍‌ ପଦକ  ବିଜେତା ଭାରତର ଜାଭେଲିନ୍‌ ତାରକା ନୀରଜ ଚୋପ୍ରା  ଆଗାମୀ ଡାଏମଣ୍ଡ୍‌ ଲିଗ୍‌ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ  କରିଛନ୍ତି । ଜାଭେଲିନ ପଏଣ୍ଟ ତାଲିକାରେ ସେ ମୋଟ ୧୪ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହି ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି । ବେଲଜିୟମର ବ୍ରସେଲ୍ସ ଠାରେ ଆସନ୍ତା ୧୩ରୁ  ୧୪ ତାରିଖ ପର୍ଯ୍ୟନ୍ତ ଡାଏମଣ୍ଡ୍‌ ଲିଗ୍‌ ଫାଇନାଲ୍‌ ଖେଳାଯିବ । 

ବିଶ୍ୱ ଚାମ୍ପିଅନ୍‌ ନୀରଜ ଗତ ପ୍ୟାରିସ୍‌ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ । ଚଳିତ ବର୍ଷ ସେ ଡାଏମଣ୍ଡ୍‌  ଲିଗ୍‌ରେ ମୋଟ ୪ଟି ପ୍ରତିଯୋଗିତାରୁ ମାତ୍ର ୨ଟିରେ ଭାଗ  ନେଇଥିଲେ। ଆହତ ହେବା ଯୋଗୁ ପ୍ୟାରିସ୍‌ ଇଭେଣ୍ଟରୁ  ଦୂରେଇ ରହିଥିଲେ ଏବଂ ଜୁରିଖ ଇଭେଣ୍ଟରେ ଭାଗ ନନେଇ  ବିଶ୍ରାମ ନେଇଥିଲେ । ଆଗାମୀ ଫାଇନାଲ୍‌ରେ ତାଙ୍କୁ ଗ୍ରେନାଡାର  ଆଣ୍ଡରସନ ପିଟର୍ସ, ଜର୍ମାନୀର ଜୁଲିଏନ ୱେବର ଓ ଚେକ୍‌  ଗଣରାଜ୍ୟର ଜାକୁବ ଭାଲଡେଚ୍‌ କଡ଼ା ଟକ୍କର ଦେବାକୁ  ପ୍ରସ୍ତୁତ ରହିଛନ୍ତି । ପିଟର୍ସ ୨୯ପଏଣ୍ଟ ସହ ଶୀର୍ଷ ସ୍ଥାନ  ଅଧିକାର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋଲ୍‌ଡୋଭାର  ଆଣ୍ଡ୍ରିଆନ୍‌ ମାରଡେୟାର, ଜାପାନର ରୋଡେରିକ୍‌ ଗେଙ୍କି  ଡିନ୍‌ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ । ଗତ ପ୍ୟାରିସ୍‌ ପାରାଲିମ୍ପିକ୍ସ  ଚାମ୍ପିଅନ୍‌ ପାକିସ୍ତାନର ଅର୍ଶଦ ନଦୀମ ଫାଇନାଲ୍‌କୁ ଯୋଗ୍ୟତା  ଅର୍ଜନରେ ବିଫଳ ହୋଇଛନ୍ତି । 

ସୂଚନାଯୋଗ୍ୟ, ନୀରଜ  ୨୦୨୨ ଡାଏମଣ୍ଡ୍‌ ଲିଗ୍‌ରେ ଚାମ୍ପିଅନ୍‌ ହୋଇଥିବାବେଳେ  ୨୦୨୩ରେ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.