ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଜାତୀୟ ପାରିବାରିକ ଖର୍ଚ୍ଚ ସର୍ଭେ: ସର୍ବାଧିକ ଇନ୍ଧନ ଖର୍ଚ୍ଚ କରୁଛି ଓଡ଼ିଶା, ଗ୍ରାମାଞ୍ଚଳର ଭାଗ ୧୭%

ନୂଆଦିଲ୍ଲୀ,୦୯/୦୬: ସମଗ୍ର ଦେଶରେ ଉଭୟ ଗ୍ରାମାଞ୍ଚଳ ଓ  ସହରାଞ୍ଚଳକୁ ବିଚାରକୁ ନେଲେ ଓଡ଼ିଶା  ଏବଂ ପଶ୍ଚିମବଙ୍ଗରେ ଲୋକେ ଇନ୍ଧନ ଏବଂ ବିଜୁଳି କ୍ଷେତ୍ରରେ ସର୍ବାଧିକ ଖର୍ଚ୍ଚ  କରୁଛନ୍ତି । ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ  ଓଡ଼ିଶାର ସହରାଞ୍ଚଳ ପରିବାର ସମାନଙ୍କ  ମୋଟ୍‌ ଖର୍ଚ୍ଚ ମଧ୍ୟରୁ ଡାଲିରେ ୧୧.୭%  ବ୍ୟୟ କରୁଛନ୍ତି । ସେହିଭଳି ଦୁଗ୍ଧ ଏବଂ  ଦୁଗ୍ଧ ଜାତୀୟ ସାମଗ୍ରୀରେ ୧୦.୮%,  ପରିବାରେ ୧୨.୮%, ଫଳରେ ୮.୪%,  ଅଣ୍ଡା, ମାଛ ଓ ମାଂସରେ ୧୧.୩% ଖର୍ଚ୍ଚ  ହେଉଛି । ସେହିଭଳି ପାନୀୟ ଏବଂ  ପ୍ରକ୍ରିୟାକୃତ ଖାଦ୍ୟ କ୍ଷେତ୍ରରେ ସର୍ବାଧିକ  ୨୬.୫% ଏବଂ ଅନ୍ୟ ଆନୁଷଙ୍ଗିକ  କ୍ଷେତ୍ରରେ ୧୮.୫% ଖର୍ଚ୍ଚ କରୁଛନ୍ତି  ରାଜ୍ୟର ଲୋକେ । ପରିସଂଖ୍ୟାନ ଏବଂ  ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ  ଜାରି ପାରିବାରିକ ଖର୍ଚ୍ଚ ସର୍ଭେରୁ ଏହା  ଜଣାପଡିଛି । 

ରିପୋର୍ଟ ଅନୁସାରେ, ଓଡ଼ିଶାର  ଗ୍ରାମାଞ୍ଚଳରେ ଲୋକେ ଡାଲିରେ ୧୨.୮%,  ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ସାମଗ୍ରୀରେ  ୬.୮%, ପନିପରିବାରେ ୧୫.୩%,  ଫଳ ୬.୬%, ଅଣ୍ଡା, ମାଛ ଓ ମାଂସରେ  ୧୩.୧%, ପାନୀୟ ଏବଂ ପ୍ରକ୍ରିୟାକୃତ  ଖାଦ୍ୟ କ୍ଷେତ୍ରରେ ୨୨.୯% ଏବଂ ଅନ୍ୟ  କ୍ଷେତ୍ରରେ ୨୨.୫% ଖର୍ଚ୍ଚ କରୁଛନ୍ତି । 

ରାଜ୍ୟର ଗ୍ରାମାଞ୍ଚଳରେ ଅଣ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ଖର୍ଚ୍ଚକୁ ଦେଖିଲେ  ପୋଷାକ, ବେଡିଂ ଏବଂ ଜୋତାରେ  ୧୩.୨%, ସୁବିଧା ପାଇଁ ୧୨.୫%,  ଟିଭି ଫ୍ରିଜ ଭଳି ଆପ୍ଲାଏନ୍ସେସ୍‌ ପାଇଁ  ୧୦.୪%, ଶିକ୍ଷା ପାଇଁ ୪.୬%, ଇନ୍ଧନ  ଏବଂ ଆଲୋକ ଲାଗି ୧୭%, ମେଡିକାଲ  ୧୩.୨%, ସଙ୍ଗୀତ ମନୋରଞ୍ଜନ ବାବଦକୁ  ୧୨.୬% ଏବଂ ଅନ୍ୟ ସବୁ କ୍ଷେତ୍ରରେ  ୧୬.୬% ଖର୍ଚ୍ଚ ହେଉଛି ।  

ଅଣ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ  ସହରାଞ୍ଚଳରେ ପୋଷାକ, ବେଡିଂ ଏବଂ  ଜୋତାରେ ୧୦.୪%, ସୁବିଧା ପାଇଁ  ୧୪%, ଟିଭି ଫ୍ରିଜ ଭଳି ଜିନିଷ ପାଇଁ  ୧୩.୨%, ଶିକ୍ଷା ପାଇଁ ୭.୨%, ଇନ୍ଧନ  ଏବଂ ଆଲୋକ ଲାଗି ୧୧.୫%, ମେଡିକାଲ  ୯.୧%, ସଙ୍ଗୀତ ମନୋରଞ୍ଜନ ବାବଦକୁ  ୧୦.୭% ଏବଂ ଅନ୍ୟ ସବୁ କ୍ଷେତ୍ରରେ  ୧୨୩.୯% ଖର୍ଚ୍ଚ ହେଉଛି ।  

ରିପୋର୍ଟ ଅନୁସାରେ ଦେଶର  ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପରିବାର  ଗୁଡିକ ମୃଦୁପାନୀୟ, ରିଫ୍ରେସମେଣ୍ଟ ଏବଂ  ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀରେ ସେମାନଙ୍କ  ଖର୍ଚ୍ଚର ଅଧିକାଂଶ ଭାଗ ଖର୍ଚ୍ଚ କରୁଛନ୍ତି ।  ତେବେ ଅନ୍ୟ କିଛି ରାଜ୍ୟରେ ଏହି ଧାରା  ଭିନ୍ନ । କିଛି ରାଜ୍ୟରେ ଦୁଗ୍ଧ ଏବଂ ଦୁଗ୍ଧ  ଜାତୀୟ ଖାଦ୍ୟ ସାମଗ୍ରୀ ସହ ମାଛ, ମାଂସ  ଏବଂ ଅଣ୍ଡାରେ ଅଧିକ ଖର୍ଚ୍ଚ ହେଉଛି ।  

ଦେଶର ବିଭିନ୍ନ ରାଜ୍ୟଗୁଡିକୁ  ବିଚାରକୁ ନେଲେ ଗ୍ରାମାଞ୍ଚଳରେ  ହରିୟାଣାର ପରିବାରଗୁଡିକ ମୋଟ  ଖାଦ୍ୟ ଖର୍ଚ୍ଚର ସର୍ବାଧିକ ୪୧.୭% ଦୁଗ୍ଧ  ଏବଂ ଦୁଗ୍ଧ ଜାତୀୟ ସାମଗ୍ରୀରେ ବ୍ୟୟ  କରୁଛନ୍ତି । ସେହିଭଳି କେରଳରେ ଲୋକେ  ଅଣ୍ଡା, ମାଛ ଏବଂ ମାଂସରେ ସେମାନଙ୍କ  ମୋଟ ଖର୍ଚ୍ଚର ୨୩.୫% ବ୍ୟୟ କରୁଥିବା  ଜଣାପଡିଛି । 

ରାଜସ୍ଥାନର ସହରାଞ୍ଚଳରେ ଦୁଗ୍ଧ  ଏବଂ ଦୁଗ୍ଧ ଜାତୀୟ ସାମଗ୍ରୀରେ ୩୩.୨%  ଖର୍ଚ୍ଚ ହେଉଛି । ଏହା ପଛକୁ ରହିଥିବା  ହରିୟାଣା ଏବଂ ପଞ୍ଜାବ ଏ କ୍ଷେତ୍ରରେ  ଯଥାକ୍ରମେ ୩୩.୧% ଏବଂ ୩୨.୩%  ଖର୍ଚ୍ଚ କରିଛନ୍ତି । କେରଳ ରାଜ୍ୟ  ଅଣ୍ଡା, ମାଛ ଏବଂ ମାଂସରେ୧୯.୮% ଖର୍ଚ୍ଚ କରୁଛି । ସେହିଭଳି ରାଜସ୍ଥାନ,  ପଞ୍ଜାବ, ଗୁଜରାଟ, ଉତ୍ତରପ୍ରଦେଶ  ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ  ଗ୍ରାମାଞ୍ଚଳରେ ଲୋକମାନେ ଦୁଗ୍ଧ ଏବଂ  ଦୁଗ୍ଧ ଜାତୀୟ ଖାଦ୍ୟ ସାମଗ୍ରୀରେ ଅଧିକ  ଖର୍ଚ୍ଚ କରୁଛନ୍ତି । 

ପ୍ରମୁଖ ରାଜ୍ୟ ଗୁଡିକର ଖାଦ୍ୟ  ସାମଗ୍ରୀ ଖର୍ଚ୍ଚ କ୍ଷେତ୍ରରେ ପାନୀୟ  ଏବଂ ପ୍ରକ୍ରିୟାକୃତ ଖାଦ୍ୟର ଅଂଶ  ସର୍ବାଧିକ ରହିଛି । ତାମିଲନାଡୁରେ ଏହା ସର୍ବାଧିକ । ଏଠାକାର ଗ୍ରାମାଞ୍ଚଳ  ଏବଂ ସହରାଞ୍ଚଳରେ ଏହା ଯଥାକ୍ରମେ  ୨୮.୪% ଏବଂ ୩୩.୭% । ଗ୍ରାମାଞ୍ଚଳରେ  ପାରିବାରିକ ଖର୍ଚ୍ଚର ୪୬% ଖାଦ୍ୟ  ସାମଗ୍ରୀ ଥିବା ବେଳେ ଏଥିରେ ପାନୀୟ,  ରିଫ୍ରେସ୍‌ମେଣ୍ଟ ଏବଂ ପ୍ରକ୍ରିୟାକୃତ ଖାଦ୍ୟର  ଅଂଶ ୯.୬୨% । ସେହିଭଳି ଦୁଗ୍ଧ ଏବଂ  ଦୁଗ୍ଧ ଜାତୀୟ ସାମଗ୍ରୀ ୮.୩୩%,  ପନିପରିବାର ଅଂଶ ୫.୩୮% ରହିଛି ।  

ଡାଲିଜାତୀୟ ସାମଗ୍ରୀ ପାଇଁ ଖର୍ଚ୍ଚ ହେଉଛି  ୪.୯୧% । ଏହବାଦ୍‌ ସହରାଞ୍ଚଳରେ  ଲୋକେ ଖାଦ୍ୟ ସାମଗ୍ରୀ ପାଇଁ ୩୯%  ଖର୍ଚ୍ଚ କରୁଛନ୍ତି । ସହରାଞ୍ଚଳରେ ମଧ୍ୟ  ଲୋକମାନେ ପାନୀୟ, ରିଫ୍ରେସମେଣ୍ଟ  ଏବଂ ପ୍ରକ୍ରିୟାକୃତ ଖାଦ୍ୟରେ ଅଧିକ  ଖର୍ଚ୍ଚ କରୁଛନ୍ତି, ଯାହା ୧୦.୬୪% ରହିଛି ।  ଅପରପକ୍ଷେ ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ  ସାମଗ୍ରୀରେ ୭.୨୨% ଏବଂ ଫଳ ଓ  ପନିପରିବାରେ ଯଥାକ୍ରମେ ୩.୮% ଲେଖାଏଁ  ଖର୍ଚ୍ଚ କରୁଥିବା ସର୍ଭେରୁ ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.