ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ମୁଡିସ୍‌ ଆକଳନ: ଦ୍ରୁତ ବେଗରେ ବଢ଼ିଚାଲିବ ଭାରତ ଅର୍ଥନୀତି, ଏସିଆ ପାସିଫିକ୍‌ରେ ଜାରି ରହିବ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ମାନ୍ୟତା

ନୂଆଦିଲ୍ଲୀ,୧୫/୦୬: ଲୋକସଭା ନିର୍ବାଚନ ପରେ ପୁଣି ଏନ୍‌ଡିଏ ସରକାର ଦେଶର କମାଣ ସମ୍ଭାଳିଛନ୍ତି । ଏଥିସହ ଅର୍ଥନୀତିକୁ ନେଇ ଖୁସି ଖବର ଆସିବା ଆରମ୍ଭ ହୋଇଯାଇଛି । ନିକଟରେ ବିଶ୍ୱ ବ୍ୟାଙ୍କ ପ୍ରକାଶ  କରିଥିଲା ଯେ, ଭାରତର ଅଭିବୃଦ୍ଧି ଆଗକୁ  ବି ଜାରି ରହିବ । ଏବେ ଗ୍ଲୋବାଲ ରେଟିଂ  ଏଜେନ୍ସି ମୁଡିସ୍‌ର ନୂଆ ରିପୋର୍ଟରେ ଉଲ୍ଲେଖ  କରାଯାଇଛି ଯେ, ଭାରତ ୨୦୨୪ରେ ଏସିଆ  ପାସିଫିକ୍‌ରେ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ  ଅର୍ଥନୀତି ଭାବେ ଉଭା ହେବ । ରେଟିଂ ଏଜେନ୍ସିର  କହିବାନୁସାରେ, ଘରୋଇ ସ୍ତରରେ ଚାହିଦା ଜାରି  ରହିବ । ନୀତିରେ ମଧ୍ୟ ନିରନ୍ତରତା ରହିବ ।  ଭିତ୍ତିଭୂମି ବିକାଶ ଏବଂ ଘରୋଇ କ୍ଷେତ୍ରରେ  ନିବେଶକୁ ପ୍ରୋତ୍ସାହନ ଅର୍ଥବ୍ୟବସ୍ଥାକୁ ଦ୍ରୁତ  ବେଗରେ ଅଗ୍ରସର କରାଇବ ।  

‘କ୍ରେଡିଟ୍‌ କଣ୍ଡିସନ୍ସ-ଏସିଆ ପାସିଫିକ୍‌  ଏଚ୍‌୨ ୨୦୨୪ କ୍ରେଡିଟ୍‌ ଆଉଟ୍‌ଲୁକ୍‌’ ରିପୋର୍ଟ  ଇତି ମଧ୍ୟରେ ଜାରି କରାଯାଇଛି । ଏଥିରେ  ମୁଡିସ୍‌ ପ୍ରକାଶ କରିଛି ଯେ, ୨୦୨୪ର ପ୍ରଥମ  ୬ ମାସରେ ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ  ଭାରତ ଅଭିବୃଦ୍ଧି ହାରରେ ଅଗ୍ରଣୀ ରହିବେ ।  ଏହା ଉଲ୍ଲେଖ କରିଛି ଯେ, କମ୍ପାନି ଆୟ  ଉନ୍ନତ ରହିବା କାରଣରୁ ଭାରତ ଏବଂ ଏସୀୟ  ଅର୍ଥନୀତିଗୁଡ଼ିକରେ ଅଧିକ ପୋର୍ଟଫୋଲିଓ  ନିବେଶ ଆସିବ ।   

ଗତ ମେ’ରେ ମୁଡିସ୍‌ ଅନୁମାନ କରିଥିଲା  ଯେ, ଚଳିତ କ୍ୟାଲେଣ୍ଡର ବର୍ଷରେ ଭାରତୀୟ  ଅର୍ଥବ୍ୟବସ୍ଥା ୬.୮% ହାରରେ ବଢ଼ିପାରେ । ୨୦୨୫ରେ ଏହା ୬.୫% ରହିପାରେ । ଲୋକ  ସଭା ନିର୍ବାଚନ ପରେ ନୀତିରେ ନିରନ୍ତରତା  ଜାରି ରହିବା କାରଣରୁ ଭାରତର ଅଭିବୃଦ୍ଧି ବଜାୟ ରହିବ ବୋଲି ମୁଡିସ୍‌ ପ୍ରକାଶ କରିଛି ।   

ସରକାରୀ ତଥ୍ୟ ଅନୁସାରେ, ୨୦୨୩- ୨୪ ଆର୍ଥିକବର୍ଷରେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ୮.୨% ରହିଛି । ଏହା ବିଶ୍ୱରେ  ସବୁଠାରୁ ଦ୍ରୁତ ଅଭିବୃଦ୍ଧି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)  ଚଳିତ ଆର୍ଥିକବର୍ଷ ପାଇଁ ଭାରତର ଅଭିବୃଦ୍ଧି  ଅନୁମାନକୁ ୭.୨%କୁ ବଢ଼ାଇଦେଇଛି । ପୂର୍ବରୁ  ସର୍ବୋଚ୍ଚ ବ୍ୟାଙ୍କର ଅନୁମାନ ଥିଲା ୭%। ବିଶ୍ୱ ବ୍ୟାଙ୍କ ମଧ୍ୟ ଭାରତ ପାଇଁ ଏହାର  ଅଭିବୃଦ୍ଧି ଅନୁମାନକୁ ସଂଶୋଧିତ କରିଛି । ଏହା ପ୍ରକାଶ କରିଛି ଯେ, ୨୦୨୪-୨୫ ଆର୍ଥିକବର୍ଷରେ  ଭାରତର ଅଭିବୃଦ୍ଧି ୬.୬% ରହିବ । ଏହାର ପୂର୍ବ ଆକଳନ ଥିଲା ୬.୪% ।   

ବିଶ୍ୱବ୍ୟାଙ୍କ ଆହୁରି ପ୍ରକାଶ କରିଛି ଯେ, ଭାରତ ବିଶ୍ୱର ସର୍ବବୃହତ୍‌ ଅର୍ଥନୀତିଗୁଡ଼ିକ  ମଧ୍ୟରେ ଦ୍ରୁତ ଅଭିବୃଦ୍ଧିଶୀଳ ରହିବ । ମଜଭୁତ  ଘରୋଇ ନିବେଶ ଏବଂ ଚାହିଦା ବୃଦ୍ଧି ଯୋଗୁ  ଏହା ଭାରତର ଅଭିବୃଦ୍ଧି ଅନୁମାନକୁ ସଂଶୋଧିତ  କରିଛି । ଭାରତରେ ଶିଳ୍ପ ଗତିବିଧି ବଢୁଛି ।  ବିନିର୍ମାଣ ଏବଂ ନିର୍ମାଣ କ୍ଷେତ୍ରରେ ଉତ୍ସାହ  ଦେଖିବାକୁ ମିଳୁଛି । ଏହା ଅଭିବୃଦ୍ଧିକୁ ତ୍ୱରାନ୍ୱିତ  କରୁଥିବା ବିଶ୍ୱବ୍ୟାଙ୍କ ପ୍ରକାଶ କରିଛି । ୨୦୨୫- ୨୬ ପାଇଁ ବିଶ୍ୱ ବ୍ୟାଙ୍କ ଭାରତର ଅଭିବୃଦ୍ଧି  ଅନୁମାନକୁ ୬.୫%ରୁ ବଢ଼ାଇ ୬.୭% କରିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.