ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଆଗକୁ ନୂଆ ନମ୍ବର ପାଇଁ ଫି' ପଡ଼ିପାରେ, ଅବ୍ୟବହୃତ ନମ୍ବର ପାଇଁ ଲାଗିପାରେ ଜରିମାନା

ନୂଆଦିଲ୍ଲୀ,୧୪/୦୬: ଆଗକୁ ଭାରତୀୟଙ୍କ ଫୋନ୍‌ ବାବଦ ଖର୍ଚ୍ଚ  ବଢ଼ିପାରେ । ହୁଏତ ସ୍ମାର୍ଟଫୋନ୍‌ ଏବଂ  ଲ୍ୟାଣ୍ଡ୍‌ଲାଇନ୍‌ ନମ୍ବରଗୁଡ଼ିକ ପ୍ରାଇସ୍‌  ଟ୍ୟାଗ୍‌ରେ ଆସିବ । ଭାରତୀୟ ଟେଲିକମ୍‌  ନିୟାମକ ଟ୍ରାଇର ଏକ ପ୍ରସ୍ତାବ ଯଦି  କାର୍ଯ୍ୟକାରୀ ହୁଏ, ତେବେ ଗ୍ରାହକଙ୍କୁ ନୂଆ  ନମ୍ବର ନେବା ପାଇଁ ଟଙ୍କା ଗଣିବାକୁ ପଡ଼ିବ ।  

ଟ୍ରାଇ ଅନୁସାରେ, ଫୋନ୍‌ ନମ୍ବର ଏକ  ମୂଲ୍ୟବାନ ସାର୍ବଜନୀନ ସମ୍ବଳ, ଯାହାକି  ଅସୀମ ନୁହେଁ । ନମ୍ବର ସିରିଜ୍‌ ଲାଗି  ମୋବାଇଲ ଅପରେଟରଙ୍କ ଉପରେ ଏକ  ଚାର୍ଜ ଲଗାଇବା ପାଇଁ ଏହା ଯୋଜନା କରୁଛି । ତେବେ ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ, ତେବେ ଅପରେଟରଙ୍କ ଖର୍ଚ୍ଚ ବଢ଼ିବ ।  ତେଣୁ ବାଧ୍ୟ ହୋଇ ସେମାନେ ଏ ବାବଦ  ଖର୍ଚ୍ଚକୁ ଉପଭୋକ୍ତାଙ୍କ ମୁଣ୍ଡରେ ପକାଇବେ । ତେଣୁ ଆଗକୁ ନୂଆ ନମ୍ବର ନେବା ପାଇଁ  ଉପଭୋକ୍ତାଙ୍କୁ ଦେୟ ଦେବାକୁ ପଡ଼ିପାରେ । 

ରିଲାଏନ୍ସ ଜିଓ, ଭାରତୀ ଏୟାର୍‌ଟେଲ  ଏବଂ ଭୋଡାଫୋନ୍‌ ଆଇଡିଆ ଭଳି  ଟେଲିକମ୍‌ ଅପରେଟର ଗ୍ରାହକଙ୍କୁ  ଟାୟାରଭିତ୍ତିକ ପୋଷ୍ଟ୍‌ପେଡ୍‌ ପ୍ଲାନ୍‌ ଆଡ଼କୁ  ଯିବା ପାଇଁ ପ୍ରୋତ୍ସାହିତ କରୁଥିବାବେଳେ ଏହି ପଦକ୍ଷେପ ୟୁଜରମାନଙ୍କ ପାଇଁ ଅତିରିକ୍ତ  ସମସ୍ୟା ଆଣିବ । ଏହି ପ୍ଲାନ୍‌ଗୁଡ଼ିକ ଅଧିକ  ଡାଟା ବ୍ୟବହାର ସହିତ ଗ୍ରାହକଙ୍କୁ ଅଧିକ  ଚାର୍ଜ କରିଥାଏ । ପ୍ଲାନ୍‌ଗୁଡ଼ିକ ମାଧ୍ୟମରେ  ଅପରେଟରମାନଙ୍କ ୟୁଜର ପିଛା ହାରାହାରି  ଆୟ(ଏଆର୍‌ପିୟୁ) ବଢ଼ିଥାଏ ।   ଟ୍ରାଇ ପ୍ରକାଶ କରିଛି ଯେ, ସ୍ପେକ୍ଟ୍ରମ୍‌  ଭଳି ନମ୍ବରିଂ ସ୍ପେସ୍‌ର ମାଲିକାନା ସରକାରଙ୍କ  ନିକଟରେ ରହିଛି । ଗତବର୍ଷ ଡିସେମ୍ବରରେ  ପାସ୍‌ ହୋଇଥିବା ନୂଆ ଟେଲିକମ୍‌ ଆଇନ  ବି ନମ୍ବର ପାଇଁ ଦେୟ ନେବାର ଅନୁମତି  ଦେଉଛି । 

ଟ୍ରାଇର କହିବାନୁସାରେ, ସରକାର ନମ୍ବର ପିଛା ଏକକାଳୀନ ଦେୟ ଲଗାଇପାରନ୍ତି କିମ୍ବା ସେବା ପ୍ରଦାନକାରୀଙ୍କୁ ଆବଣ୍ଟିତ ପ୍ରତି ନମ୍ବର ରିସୋର୍ସ ପିଛା ଏକ ବାର୍ଷିକ ରେକରିଂ ଚାର୍ଜ ଲଗାଇପାରନ୍ତି । ଅଥବା ନମ୍ବର ସିରିଜ୍‌ ଆବଣ୍ଟନ କରିପାରନ୍ତି ।  ଭ୍ୟାନିଟି ନମ୍ବରଗୁଡ଼ିକ ପାଇଁ କେନ୍ଦ୍ରୀୟ ନିଲାମ ଭଳି ବ୍ୟବସ୍ଥା ଅଣାଯାଇପାରେ ।  

ଯୋଜନା ଅନୁସାରେ, ଅବ୍ୟବହୃତ ନମ୍ବର ପାଇଁ ଜରିମାନା ବ୍ୟବସ୍ଥା  ଅଣାଯାଇପାରେ । ଉଦାହରଣସ୍ୱରୂପ, ଜଣେ ଉପଭୋକ୍ତାଙ୍କର ଡୁଆଲ ସିମ୍‌ ଅଛି । ଏଥିମଧ୍ୟରୁ ସେ ଗୋଟିଏକୁ ଲମ୍ବା ସମୟ ଧରି ବ୍ୟବହାର କରୁନାହାନ୍ତି । ଅପରେଟର ନିଜର ୟୁଜର ବେସ୍‌କୁ ଧରି ରଖିବା ଲାଗି  ଅବ୍ୟବହୃତ ନମ୍ବରକୁ ରଦ୍ଦ ନ କରିବା ସ୍ଥିତିରେ ଜରିମାନା ଲାଗିପାରେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.