ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଖୁବ୍‌ଶୀଘ୍ର ୨୦୨୪-୨୫ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ, ପ୍ରତିଫଳିତ ହେବ ବିକଶିତ ଭାରତ ଭିଜନ

ନୂଆଦିଲ୍ଲୀ,୧୪/୦୬: ଲଗାତର ଦ୍ୱିତୀୟ ପାଳି ପାଇଁ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନିର୍ମଳା ସୀତାରମଣ । ଖୁବ୍‌ଶୀଘ୍ର ସେ ୨୦୨୪-୨୫ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି । ଜୁଲାଇ ମାସ ତୃତୀୟ ସପ୍ତାହରେ ଏହି ବଜେଟ୍‌ ଆଗତ ହେବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ବିକଶିତ ଭାରତ ଦିଗରେ ମୋଦି ୩.୦ ସରକାରଙ୍କ ଦୂରଦୃଷ୍ଟିକୁ  ପ୍ରକାଶ କରିବ ଏ ବଜେଟ । ବିକଶିତ ଭାରତ ଦିଗରେ ସରକାରଙ୍କ ପ୍ରାଥମିକତା ଏବଂ ମାର୍ଗକୁ  ଏହା ଦେଖାଇବ । 

ଗୁରୁବାର ବଜେଟ୍‌ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଗୁରୁବାରଠାରୁ ନର୍ଥ ବ୍ଲକ୍‌ରେ ବଜେଟ୍‌ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଛି । ତେଣୁ ବର୍ତ୍ତମାନଠାରୁ ବଜେଟ୍‌ ଉପସ୍ଥାପନ ହେବା ଯାଏ  ଏହି ବ୍ଲକ୍‌ କ୍ୱାରେଣ୍ଟାଇନ୍‌ରେ ରହିବ । ବଜେଟ୍‌  ପ୍ରସ୍ତୁତିରେ ଲାଗିଥିବା କର୍ମଚାରୀମାନେ ବାହାର  ଦୁନିଆଠାରୁ ଦୂରରେ ରହିବେ । ଅର୍ଥମନ୍ତ୍ରୀ  ସୀତାରମଣ ଗତ ଫେବ୍ରୁଆରୀ ୧ରେ ଅନ୍ତରୀଣ  ବଜେଟ୍‌କୁ ଉପସ୍ଥାପନ କରିଥିଲେ । ମୋଦି  ୩.୦ ସରକାରରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ  ନେବା ପରେ ସୀତାରମଣ ୨୦୨୪ର  ପୂର୍ଣ୍ଣାଙ୍ଗ ବଜେଟ୍‌ ଭାରତୀୟ ଅର୍ଥନୀତିର  ବିଭିନ୍ନ ଦିଗକୁ କିଭଳି ଅନ୍ତର୍ଭୁକ୍ତ କରିବ  ତାହା ଉପରେ ଆଲୋକପାତ କରିଛନ୍ତି ।  ଦାୟିତ୍ୱ ଗ୍ରହଣ କରିବା ପରେ ଅର୍ଥମନ୍ତ୍ରୀ  କହିଛନ୍ତି ଯେ, ନାଗରିକଙ୍କ ପାଇଁ ଇଜ୍‌  ଅଫ୍‌ ଲିଭିଂକୁ ସୁନିଶ୍ଚିତ କରିବା ପାଇଁ  ସରକାର ପ୍ରତିବଦ୍ଧ । ଏହି ଦିଗରେ ସରକାର  ପଦକ୍ଷେପକୁ ଜାରି ରଖିବେ ।  

ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୧୪ରୁ  ଗ୍ରହଣ କରାଯାଉଥିବା ସଂସ୍କାର ପଦକ୍ଷେପ ଜାରି  ରହିବ । ଏହାଦ୍ୱାରା ମାକ୍ରୋ-ଅର୍ଥନୈତିକ ସ୍ଥିରତା  ଆସିବ ଏବଂ ଭାରତର ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ।  ଅନ୍ତର୍ଜାତୀୟ ବଜାରରେ ବିଭିନ୍ନ ପ୍ରକାର ଆହ୍ୱାନ  ସତ୍ତେ୍ୱ ବିଗତ ବର୍ଷଗୁଡ଼ିକରେ ଭାରତର ମଜଭୁତ  ଅଭିବୃଦ୍ଧିକୁ ନେଇ ଆଲୋକପାତ କରିଛନ୍ତି  ସୀତାରମଣ । ଆଗାମୀ ବର୍ଷଗୁଡ଼ିକରେ  ଭାରତର ଅର୍ଥନୈତିକ ଦୃଶ୍ୟପଟ  ଉଜ୍ଜ୍ୱଳ ରହିଥିବା ସେ କହିଛନ୍ତି ।  ଏନ୍‌ଡିଏ ସରକାରଙ୍କ ବିକାଶ  ଏଜେଣ୍ଡାକୁ ନୂତନ ଜୋଶ ସହିତ  ଆଗୁଆ ଆଣିବା ପାଇଁ ଅର୍ଥମନ୍ତ୍ରୀ  ବିଭାଗଗୁଡ଼ିକୁ ଅନୁରୋଧ  କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିକଶିତ  ଭାରତ ଲକ୍ଷ୍ୟ ହାସଲ କରିବା ପାଇଁ  ଦାୟିତ୍ୱସମ୍ପନ୍ନ ନୀତି ସୁନିଶ୍ଚିତ କରିବା  ପାଇଁ ସେ ଆହ୍ୱାନ ଦେଇଛନ୍ତି ।

  • PrameyaOdia
  • prameya
  • Union Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.