ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର , ପେନସନକୁ ନେଇ ସରକାର ଦେଇ ପାରନ୍ତି ବଡ଼ ଉପହାର

ନୂଆଦିଲ୍ଲୀ - କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର। ନରେନ୍ଦ୍ର ମୋଦି ସରକାର ନିଜର ନୂଆ କାର୍ଯ୍ୟକାଳରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଦେଇ ପାରନ୍ତି ବଡ଼ ଉପହାର । ସରକାର ରାଷ୍ଟ୍ରୀୟ ପେନସନ ପ୍ରଣାଳୀ (ଏନପିଏସ) ଅନୁସାରେ, କେନ୍ଦ୍ରୀୟ କର୍ମଚାରୀଙ୍କ ପେନସନରେ ବଡ଼ ପରିମାଣର ବୃଦ୍ଧି କରିବାର ଯୋଜନା କରୁଛନ୍ତି। ଏହି ଅନୁସାରେ କର୍ମଚାରୀଙ୍କୁ ପେନସନ ଭାବେ ଅନ୍ତିମ ମୂଳ ବେତନର ୫୦ ପ୍ରତିଶତ ଯାଏ ଗାରେଣ୍ଟି ମିଳିବ। ସହଜ ଭାଷାରେ କହିବାକୁ ଗଲେ , ଅବସର ନେବା ପୂର୍ବରୁ କର୍ମଚାରୀଙ୍କର ଯାହା ବି ଅନ୍ତିମ ବେସିକ୍‌ ସାଲାରୀ ହେବ,ଏହାର ୫୦ ପ୍ରତିଶତ ମାସିକ ବେତନ ଭାବେ ଦିଆଯିବ।

ଉଲ୍ଲେଖନୀୟ ଯେ, ନରେନ୍ଦ୍ର ମୋଦି ସରକାରର ଦ୍ୱିତୀୟ କାର୍ଯ୍ୟକାଳ ବେଳେ ମାର୍ଚ୍ଚ ୨୦୨୩ ରେ ଅର୍ଥ ସଚିବ ଟି ଭି ସୋମନାଥନଙ୍କର ଅଧ୍ୟକ୍ଷତାରେ ଏକ ପ୍ୟାନେଲର ଗଠନ କରାଯାଇ ଥିଲା। ଏହି ପ୍ୟାନେଲର ଗଠନ ଓଲ୍ଡ ପେନସନ ସିଷ୍ଟମ (ଓପିଏସ)କୁ ନଫେରି ସରକାରୀ କର୍ମଚାରୀଙ୍କ ପାଇଁ ଏନପିଏସ ଅନୁସାରେ, ପେନସନର ବୃଦ୍ଧି କରିବାର ପରାମର୍ଶ ପାଇଁ କରାଯାଇଛି। ସରକାର ଏହି ନିଷ୍ପତ୍ତି ଏମିତି ସମୟରେ ନେଇଛନ୍ତି ଯେବେ ଅନେକ ରାଜ୍ୟରେ ଏନପିଏସକୁ ଛାଡ଼ି ଓପିଏସରେ ପୁଣି ଫେରିବା ଆରମ୍ଭ କରି ଦେଇଛି। 

ଫାଇନାନ୍ସିଆଲ ଏକ୍ସପ୍ରେସ୍‌ର ଖବର ଅନୁସାରେ, ପ୍ୟାନେଲ ମେ ମାସେ ସରକାରକୁ ନିଜର ରିପୋର୍ଟ ପ୍ରଦାନ କରିଛି। ଏହି ରିପୋର୍ଟରେ ବଡ଼ ସ୍ତରରେ ୨୦୨୩ରେ ଲାଗୁ ହୋଇଥିବା ଆନ୍ଧ୍ର ପ୍ରଦେଶ ଏନପିଏସ ମଡେଲର ପ୍ରଭାବ ରହିଛି। ଏହାକୁ ପୁରୁଣା ଓ ନୂଆ ପେନସନ ସ୍କିମର ମିଶ୍ରିତ ମଡେଲ କରି ପାରିବା। ଆନ୍ଧ୍ର ପ୍ରଦେଶ ଗାରେଣ୍ଟେଡ୍‌ ପେନସନ ସିଷ୍ଟମ (ଏପିଜିପିଏସ) ଅଧିନିୟମ, ୨୦୨୩ ଅନୁସାରେ ସରକାରୀ କର୍ମଚାରୀଙ୍କୁ ତାଙ୍କର ଅନ୍ତିମ ଦରମାର ୫୦ ପ୍ରତିଶତ, ମାସିକ ପେନସନ ଭାବେ ଦିଆଯିବ। ଏଥିରେ ମହଙ୍ଗାର ଆଶ୍ୱସ୍ତି ଅର୍ଥାତ୍‌ ଡିଆର ମଧ୍ୟ ସାମିଲ ହେବ। ଏହାର ଅତିରିକ୍ତ ମୃତ କର୍ମଚାରୀଙ୍କ ପତି ବା ପତ୍ନୀଙ୍କୁ ଗାରେଣ୍ଟି ରାଶିର ୬୦ ପ୍ରତିଶତ ମାସିକ ପେନସନର ଗାରେଣ୍ଟି ଦିଆଯାଏ। 

ନୂଆ ପ୍ରସ୍ତାବ ଅନୁସାରେ, କେନ୍ଦ୍ରୀୟ କର୍ମଚାରୀଙ୍କୁ ଅନ୍ତିମ ମୂଳ ବେତନର ୫୦ପ୍ରତିଶତ ଯାଏ ପେନସନର ଗ୍ୟାରେଣ୍ଟି ମିଳିବ। ଗ୍ୟାରେଣ୍ଟେଡ୍‌ ପେନସନ ରାଶିକୁ ପୂରା କରିବା ପାଇଁ ଆବଶ୍ୟକ ପେନସନ କୋଷରେ କୌଣସି ବି ଅଭାବକୁ କେନ୍ଦ୍ର ସରକାରଙ୍କ ବଜେଟରୁ କଭର କରାଯିବ। ଏଥରେ ପାଖାପାଖି ୮.୭ ମିଲିୟନ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଫାଇଦା ମିଳି ପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.