ପ୍ରମୂଖ ଖବର
  • ଭୁବନେଶ୍ୱର : ପର୍ଯ୍ୟଟନ ସ୍ଥଳୀ ବୁଲାଇବା ନାଁରେ ଠକି ନେଉଥିଲା ଲକ୍ଷ ଲକ୍ଷ ଟଙ୍କା, ଅଭିଯୁକ୍ତ ସାଂସାରିକୁ ବାନ୍ଧିଲା ପୋଲିସ
  • ||
  • ସୁବର୍ଣ୍ଣପୁର : ଲାଞ୍ଚ ନେଇ ଧରାପଡିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି
  • ||
  • କାପସୀ ଛକରେ ଗୁଳିକାଣ୍ଡ, ଅଜଣା ଯୁବକଙ୍କ ଗୁଳି ଚାଳନାରେ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : OSSSC ପରୀକ୍ଷାରେ ବିଭ୍ରାଟ ! ଆନ୍ଦୋଳନକୁ ଓହ୍ଲାଇଲେ ପରୀକ୍ଷାର୍ଥୀ, ତଦନ୍ତ ପାଇଁ ଦାବି
  • ||
  • କୁଚିଣ୍ଡା : ଟ୍ରକ-କଣ୍ଟେନର ମୁହାଁମୁହିଁ ଧକ୍କା; ଦୁଇ ଚାଳକ ଜୀବନ୍ତ ଦଗ୍ଧ, ଜଣେ ଗୁରୁତର
  • ||
  • ଝାରସୁଗୁଡ଼ା : ଚୋରି କରିବାକୁ ଯିବା ବେଳେ ଓଲଟିଲା ପିକ୍ଅପ୍ ଗାଡ଼ି, ୭ ଆହତ
  • ||
  • ଆସ୍କା : ବେଆଇନ ବାଣ ତିଆରି ବେଳେ ମାଡ଼ି ବସିଲା ପୋଲିସ, ୩ ଅଟକ
  • ||
  • ଅନୁଗୁଳ : ସାଇକେଲ ଆରୋହିକୁ ଚାପି ଦେଲା ଟ୍ରକ୍‌, ବ୍ୟକ୍ତି ମୃତ
  • ||
  • ପୁଣି ତେଲକୋଇ ବନ୍ଦ ଡାକରା, ଚକଧର ଜଳପ୍ରକଳ୍ପକୁ ବିରୋଧ ଜାରି
  • ||
  • ସୁବର୍ଣ୍ଣପୁର : ତେଲନଦୀ ବ୍ରିଜରୁ ଡେଇଁଲେ ଯୁବତୀ, ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଦଶପଲ୍ଲା : ରେଳଧାରଣାରେ ଯୁବକଙ୍କ ଆତ୍ମହତ୍ଯା, ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର
  • ||
  • ଚଣ୍ଡିଖୋଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପଥଚାରୀଙ୍କ ଉପରେ ଚଢିଗଲା ଟ୍ରକ୍‌
  • ||
  • ଭାରତରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ, ଆଜି ମୋଦିଙ୍କ ସହ କରିବେ ଦ୍ୱିପାକ୍ଷିକ ବୈଠକ
  • ||
  • ସମ୍ବଲପୁର : ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, ୩ ଆହତ
  • ||
  • ଆଜିଠୁ ଆର୍‌ବିଆଇ ମୁଦ୍ରାନୀତି ବୈଠକ, ରେପୋ ରେଟ୍‌ ଅପରିବର୍ତ୍ତିତ ରହିପାରେ
  • ||
  • ସମ୍ବଲପୁର : ଟ୍ରକ୍‌କୁ ପଛ ପଟୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୨ ଆହତ
  • ||
  • ବ୍ରହ୍ମପୁର : ପାର୍ବଣ ଆରମ୍ଭରୁ ହିଞ୍ଜିଳିରେ ଗଡ଼ିଲା ମୁଣ୍ଡ, କଂଗ୍ରେସ ନେତାଙ୍କୁ ବୀଭତ୍ସ ହତ୍ୟା
  • ||
  • ବଙ୍ଗୋପସାଗରରେ ନିଷ୍କ୍ରିୟ ମୌସୁମୀ, ରାଜ୍ୟରୁ ବିଳମ୍ବ ହେବ ମୌସୁମୀ ପ୍ରତ୍ୟାବର୍ତ୍ତନ: ଦିନର ତାତି କମିବନି, ଗୁଳୁଗୁଳି ବି କମିବ
  • ||
  • କୋରପୁଟ : ୮୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଆଇଟି ଶିଳ୍ପରେ ଗଣ ଛଟେଇ: ୮ ମାସରେ ୧,୩୬,୦୦୦ ଟେକ୍‌ କର୍ମଚାରୀ ବିଦା

ନୂଆଦିଲ୍ଲୀ,୦୬/୦୯: ଆଇଟି ଶିଳ୍ପରେ ଚାଲିଛି ଗଣଛଟେଇ । ଚଳିତ କ୍ୟାଲେଣ୍ଡର ବର୍ଷର ବର୍ତ୍ତମାନ ସୁଦ୍ଧା  ୮ ମାସରେ ୪୨୨ କମ୍ପାନିଙ୍କ ଦ୍ୱାରା  ୧୩୬,୦୦୦ରୁ ଊଦ୍ଧ୍ୱର୍ ଟେକ୍‌ କର୍ମଚାରୀଙ୍କୁ  ଛଟେଇ କରାଯାଇଛି । ଶିଳ୍ପରେ ବଡ଼ ଧରଣର ଅନିଶ୍ଚିତତାକୁ ଏହା ଦର୍ଶାଉଛି । ତେବେ କେବଳ ଅଗଷ୍ଟରେ  ୨୭,୦୦୦ରୁ ଊଦ୍ଧ୍ୱର୍ କର୍ମଚାରୀ ନିଯୁକ୍ତି  ହରାଇଥିବା ଜଣାପଡ଼ିଛି । ଇଣ୍ଟେଲ,  ଆଇବିଏମ୍‌ ଏବଂ ସିସ୍‌କୋ ସମେତ ୪୦ରୁ ଊଦ୍ଧ୍ୱର୍ କମ୍ପାନିରୁ ଏତେ ସଂଖ୍ୟକ  କର୍ମଚାରୀଙ୍କୁ କଢ଼ାଯାଇଛି ।  

ଆହ୍ୱାନମୂଳକ ପରିସ୍ଥିତିର ସାମ୍ନା  କରୁଥିବା ଇଣ୍ଟେଲ୍‌ ୧୫,୦୦୦ ଛଟେଇ  ଘୋଷଣା କରିଛି । ଏହା କମ୍ପାନିର ମୋଟ  ଶ୍ରମବଳର ୧୫%ରୁ ଅଧିକ । ୨୦୨୫  ପାଇଁ ୧୦୦୦ କୋଟି ଡଲାର ଖର୍ଚ୍ଚକାଟ  ଯୋଜନା ରଖିଛି କମ୍ପାନି । ଏହା ତା’ର  ଅଂଶବିଶେଷ । ଚଳିତ କ୍ୟାଲେଣ୍ଡର  ବର୍ଷର ଦ୍ୱିତୀୟ ତ୍ରୟମାସରେ କମ୍ପାନି  ଆୟ ନିରାଶାଜନକ ରହିଛି । ୨୦୨୦ରୁ  ୨୦୨୩ ମଧ୍ୟରେ ମାନବସମ୍ବଳରେ ୧୦%  ବୃଦ୍ଧି ସତ୍ତେ୍ୱ କମ୍ପାନିର ବାର୍ଷିକ ଆୟ ୨୪୦୦  କୋଟି ଡଲାର ହ୍ରାସ ପାଇଛି । ଏସବୁକୁ  ଦୃଷ୍ଟିରେ ରଖି କମ୍ପାନି ଖର୍ଚ୍ଚକାଟ ଯୋଜନା  କରିଛି । ସିଇଓ ପାଟ୍‌ ଜେଲ୍‌ସିଙ୍ଗର  କହିଛନ୍ତି ଯେ, ଅଧିକ ଖର୍ଚ୍ଚ ଏବଂ କମ୍‌  ଲାଭ ଯୋଗୁ ଇଣ୍ଟେଲ ରାଜସ୍ୱ ଅଭିବୃଦ୍ଧି  କମିଛି ।  

ସିସ୍‌କୋ ସିଷ୍ଟମ୍ସ ମଧ୍ୟ ପ୍ରାୟ ୬,୦୦୦  କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା  କରିଛି, ଯାହାକି କମ୍ପାନିର ସମଗ୍ର ବିଶ୍ୱରେ  ଥିବା ମୋଟ କାର୍ଯ୍ୟଶକ୍ତିର ପ୍ରାୟ ୭% ।  କମ୍ପାନି ଏବେ ଏଆଇ ଏବଂ ସାଇବର  ସୁରକ୍ଷା ଭଳି ଉଚ୍ଚ-ଅଭିବୃଦ୍ଧିଭିତ୍ତିକ କ୍ଷେତ୍ର  ଉପରେ ଗୁରୁତ୍ୱ ଦେଉଛି । ଚଳିତବର୍ଷ  ଏହା କମ୍ପାନିର ଦ୍ୱିତୀୟ ବୃହତ୍‌ ଛଟେଇ ।  କମ୍ପାନିର ସିଇଓ ଚକ୍‌ ରବିନ୍ସ ସିସ୍‌କୋର  ଭବିଷ୍ୟତକୁ ନେଇ ଆଶାବାଦୀ ଅଛନ୍ତି ।  ଉପରୋକ୍ତ ପ୍ରଯୁକ୍ତିଗୁଡ଼ିକରେ ପୁଞ୍ଜି  ଖଟାଇବା ପାଇଁ କମ୍ପାନି ପୁନଃସଂରଚନା  ଉପରେ ଫୋକସ୍‌ କରୁଛି । ଏଆଇ  ଷ୍ଟାର୍ଟଅପ୍‌ଗୁଡ଼ିକରେ ଏହା ୧୦୦ କୋଟି  ଡଲାର ନିବେଶ କରିବାକୁ ଯୋଜନା  କରିଛି ।  

ସେହିଭଳି ଆଇବିଏମ୍‌ ଚୀନ୍‌ରେ  ଏହାର ଗବେଷଣା ଏବଂ ବିକାଶ  କାରବାରକୁ ବନ୍ଦ କରିବା ପାଇଁ ଘୋଷଣା  କରିଛି । ଏଥିସହିତ କମ୍ପାନିର ୧,୦୦୦ରୁ  ଊଦ୍ଧ୍ୱର୍ କର୍ମଚାରୀ ଛଟେଇ ହେବେ । ଚୀନ୍‌  ବଜାରରେ ଆଇଟି ହାର୍ଡୱେର୍‌ ଉତ୍ପାଦର  ଚାହିଦା ହ୍ରାସ ଏବଂ ସମ୍ପ୍ରସାରଣରେ ସମସ୍ୟା ହେତୁ କମ୍ପାନି ଉପରୋକ୍ତ ନିଷ୍ପତ୍ତି  ନେଇଛି । ଜର୍ମାନିଭିତ୍ତିକ ଚିପ୍‌ନିର୍ମାତା  ଇନ୍‌ଫିନିୟନ୍‌ ୧୪୦୦ ଛଟେଇ କରିବାକୁ  ଘୋଷଣା କରିଛି ।  ଆହୁରିମଧ୍ୟ ନିମ୍ନ ଶ୍ରମ ଖର୍ଚ୍ଚ ଥିବା  ରାଷ୍ଟ୍ରଗୁଡ଼ିକୁ ୧୪୦୦ କର୍ମଚାରୀଙ୍କୁ ପୁନଃ  ଅବସ୍ଥାପିତ କରିବାକୁ ଏହା ନିଷ୍ପତ୍ତି  ନେଇଛି ।  

ସେହିଭଳି ଆକ୍ସନ କ୍ୟାମେରା  ନିର୍ମାତା ଗୋପ୍ରୋ ଏହାର ୧୫%  କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା  କରିଥିବାବେଳେ ଆଇଫୋନ ନିର୍ମାତା  ଆପଲ ପ୍ରାୟ ୧୦୦ କର୍ମଚାରୀଙ୍କୁ କାଢ଼ିବା  ପାଇଁ ନିଷ୍ପତ୍ତି ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.