ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଅନନ୍ତନାଗ ଏନ୍‌କାଉଣ୍ଟର: ଘଞ୍ଚ ଜଙ୍ଗଲରେ ରକ୍ତାକ୍ତ ଅବସ୍ଥାରେ ୧୦ ଘଣ୍ଟା ଲଢ଼ିଥିଲେ ମେଜର ଆଶିଷ

ପାନିପଥ, ୧୬/୦୯: କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ସହିଦ ହୋଇଥିବା ମେଜର ଆଶିଷ ବେଶ୍‌ ସାହସର ସହ ଲଢ଼େଇ କରିଥିଲେ । ଆତଙ୍କୀ ନିପାତ ମିଶନରେ ଥିବା ପାନିପଥର ମେଜର ଆଶିଷ ଅନନ୍ତନାଗ ଟିମ୍‌ ସହ ମିଶନରେ ଥିଲେ । ଘଞ୍ଚ ଜଙ୍ଗଲରେ ସେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଆତଙ୍କୀଙ୍କ ଆଖିବୁଜା ଗୁଳିମାଡ଼ ପରେ ମେଜର ଆଶିଷଙ୍କ ଜଂଘରେ ଗୁଳି ବାଜିଥିଲା । ଫଳରେ ପ୍ରବଳ ରକ୍ତସ୍ରାବ ହେବାରେ ଲାଗିଥିଲା । ସେହି ଅବସ୍ଥାରେ ବି ସେ ଆତଙ୍କବାଦୀଙ୍କୁ ନିପାତ ଅଭିଯାନରେ ଲାଗିଥିଲେ । ପ୍ରାୟ ୧୦ ଘଣ୍ଟା ଧରି ତାଙ୍କ ଗୋଡ଼ରୁ ରକ୍ତ ବୋହିଥିଲା । ଏତେ ସମୟ ରକ୍ତସ୍ରାବ ନ ଅଟକିବାରୁ ମେଜରଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା । ଫଳରେ ସେ ସହିଦ ହୋଇଯାଇଥିଲେ । 

ତାଙ୍କ ବନ୍ଧୁ ବିକାଶ  କହିଛନ୍ତି, ସେ ମେଜର ଆଶିଷଙ୍କ ସହ କେନ୍ଦ୍ରୀୟ ବିଦ୍ୟାଳୟରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ସ୍କୁଲ ସମୟରୁ ହିଁ ଆଶିଷଙ୍କ ମନରେ ଦେଶସେବାର ଉତ୍ସାହ ଭରିରହିଥିଲା । ମେଜର ଆଶିଷଙ୍କ ଲକ୍ଷ୍ୟ ସେତେବେଳୁ ହିଁ ସ୍ଥିର ଥିଲା ଯେ ସେ ସେନାରେ ଭର୍ତ୍ତି ହେବେ । ୨୦୧୨ରେ ମାତ୍ର ୨୫ ବର୍ଷ ବୟସରେ ସେ ଭାରତୀୟ ସେନାରେ ଲ୍ୟୁଟନାଣ୍ଟ ଭାବେ ଭର୍ତ୍ତି ହୋଇଥିଲେ । ୨୦୧୮ରେ ତାଙ୍କ ପଦୋନ୍ନତି ହୋଇଥିଲା ଏବଂ ସେ ମେଜର ହୋଇଥିଲେ । ଅଢ଼େଇ ବର୍ଷ ପୂର୍ବରୁ ରଜୌରୀରେ ତାଙ୍କର ପୋଷ୍ଟିଂ ହୋଇଥିଲା । ମେଜର ଆଶିଷ ୨୦୧୫ରେ ବିବାହ କରିଥିଲେ । ତାଙ୍କର ୨ ବର୍ଷର ଜଣେ ଝିଅ ରହିଛି । ୩ ଭଉଣୀଙ୍କ ଭିତରେ ସେ ଏକମାତ୍ର ପୁଅ ଥିଲେ ।

 ଅପରପକ୍ଷେ ଅନନ୍ତନାଗ ଗଡୁଲ କୋକେରନାଗରେ ଚତୁର୍ଥ ଦିନ ଅର୍ଥାତ ଶୁକ୍ରବାର ବି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ମାଡ଼ ଜାରି ରହିଛି । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେମାନେ ଲୁଚି ରହିଥିବା ସ୍ଥାନରେ ସୁରକ୍ଷାକର୍ମୀ ବୋମାମାଡ଼ କରୁଛନ୍ତି । ସମ୍ପୃକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଚାଲିଛି । ସେପଟେ ବୁଧବାର ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଆହତ ହୋଇଥିବା ଆଉ ଜଣେ ଯବାନ ସହିଦ ହୋଇଛନ୍ତି ।  ଆଉ ୨/୩ ଆତଙ୍କବାଦୀ ରଜୈରୀ ପର୍ଯ୍ୟନ୍ତ ଥିବା ପୀର ପଞ୍ଜାଲ ଘନ ଜଙ୍ଗଲରେ ଲୁଚି ରହିଛନ୍ତି । 

ଏଥିରେ ଜଣେ ଲସ୍କର-ଏ-ତୋଏବାର କମାଣ୍ଡର ଉଜୈର ଖାନ୍‌ ରହିଛି ।  ସେମାନଙ୍କ ଆକ୍ରମଣରେ ବୁଧବାର ଭାରତୀୟ ସେନାର କର୍ଣ୍ଣେଲ ମନପ୍ରୀତ୍‌ ସିଂ, ମେଜର ଆଶିଷ ଧୋନ୍‌ଚକ ଏବଂ ଜମ୍ମୁ-କାଶ୍ମୀର ପୁଲିସର ଡିଏସ୍‌ପି ହୁମାୟୁଁ ଭଟ୍ଟ ସହିଦ ହୋଇଥିଲେ । ଏବେ ଆହତ ଥିବା ଆଉ ଜଣେ ଯବାନ ସହିଦ ହୋଇଛନ୍ତି । ସେନା କମାଣ୍ଡୋ, ସ୍ନିଫର ଡଗ୍‌, ହେଲିକପ୍ଟର ଆତଙ୍କବାଦୀଙ୍କ ତଲାସି ଅଭିଯାନରେ ସାମିଲ ହୋଇଛି । ଏଥିରେ ରକେଟ ଲଞ୍ଚର ମଧ୍ୟ ବ୍ୟବହାର ହେଉଛି । 

ସେନା ଅଧିକାରୀଙ୍କ ସୂଚନା ଅନୁସାରେ, ଆତଙ୍କବାଦୀଙ୍କୁ ୪ କିଲୋମିଟର ପରିଧି ଭିତରେ ଘେରାଉ କରାଯାଇଛି । ଡ୍ରୋନ୍‌ ଯୋଗେ ସମ୍ପୃକ୍ତ ସ୍ଥାନଗୁଡ଼ିକରେ ବୋମାମାଡ଼ କରାଯାଉଛି । ସେନା ଏବଂ ଜମ୍ମୁ-କାଶ୍ମୀର ପୁଲିସ ତଲାସି ଅଭିଯାନରେ ଚଳାଉଥିବାବେଳେ ଗତ ମଙ୍ଗଳବାର ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.