ପ୍ରମୂଖ ଖବର
  • ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ ଖେଳାଳିଙ୍କୁ ଅପହରଣ ଯୋଜନା କରୁଛି ISKP
  • ||
  • ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି
  • ||
  • ରାଜଧାନୀକୁ ଜଗିବ ଏଆଇ କ୍ୟାମେରା, ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ କ୍ୟାମେରା
  • ||
  • କଟକ : ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ, କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ
  • ||
  • ବଲାଙ୍ଗୀର : ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ
  • ||
  • କେନ୍ଦ୍ରାପଡ଼ା : ସ୍କୁଟିକୁ ପଛପଟୁ ପିଟିଲା ହାଇୱା, ମହିଳା ମୃତ
  • ||
  • ମାଓ ଯୋଜନା ପଣ୍ଡ, ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଠାବ
  • ||
  • ନୀଳଗିରି : ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ
  • ||
  • ରାୟଗଡ଼ା : ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା, ବିହାରରୁ ୧୯ ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
  • ||
  • କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର
  • ||
  • ରାଜ୍ୟରେ ଟ୍ରଫ୍‌ଲାଇନ ପ୍ରଭାବ: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ୩ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ
  • ||

୯୭ ବୟସରେ ବି ହାରିନାହାନ୍ତି ବିଶ୍ବନାଥ, ଦେବଗିରି ପାହାଡ଼ରେ ବିରାଜମାନ ବିଶେଶ୍ବର ମହାଦେବଙ୍କ କରୁଛନ୍ତି ପୂଜାର୍ଚ୍ଚନା

Published By : Prameya | February 24, 2025 11:13 PM

ନୀଳଗିରୀ,୨୪/୨(ଆ.ପ୍ର):ବାଲେଶ୍ଵର ଜିଲ୍ଲା ନୀଳଗିରୀ ଅଞ୍ଚଳରେ ରହିଛି କୁଳଡିହା ଅଭୟାରଣ୍ୟ।ଅଭୟାରଣ୍ୟକୁ ଲାଗି ରହିଛି ଦେବଗିରି ପାହାଡ଼।ପାହାଡ଼ ଉପରେ ବିରାଜମାନ ଅଛନ୍ତି ବାବା ବିଶେଶ୍ୱର ମହାଦେବ।ରାଜାରାଜୁଡା ଅମଳରୁ ଏହି ପୀଠ ଜଙ୍ଗଲ ଘେରା ଥିଲା।ଅଭୟାରଣ୍ୟ ଲାଗିଥିବାରୁ ବାଘ,ଭାଲୁ,ହାତୀ ଓ ଅନ୍ୟ ଜୀବଜନ୍ତୁ ଭୟ ଥିବାବେଳେ ଏମିତି ଜଣେ ପରିବାର ଅଛନ୍ତି ଦିନେ ହେଲେବି ବାବାଙ୍କର ପୀଠକୁ ନଯାଇ ରହିନାହାନ୍ତି।ରୀତିନୀତିରେ ପୁଜାର୍ଚ୍ଚନା କରିବା ସହ ଆଜିବି ୯୭ ବୟସ ଛୁଇଁଥିଲେ ବି ଵାବାଙ୍କର ପୂଜା କରି ଚାଲିଛନ୍ତି। ଏହି ପୀଠ ପ୍ରଚାର ପ୍ରସାର ପାଇଁ ଉନ୍ନତି ହୋଇନଥିଲେ ବି ଆଜି ପୀଠର ଉନ୍ନତି ପାଇଁ ଅଞ୍ଚଳବାସୀ ଓ ପୂଜକଙ୍କ ପ୍ରଚେଷ୍ଟା ଜାରି ରଖିଛନ୍ତି।

ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ କାଣ୍ଡଗରଡି ପଂଚାୟତର ଦେବଗିରି ପାହାଡ଼ ରେ ବିରାଜମାନ ଅଛନ୍ତି ବାବା ବିଶେଶ୍ବର। ଶୈବପୀଠରେ ମୁକୁନ୍ଦପୁର ଶାସନର ବିଶ୍ୱନାଥ ଉପାଧ୍ୟାୟଙ୍କୁ ୯୭ ବର୍ଷ ବୟସ ହୋଇଥିଲେ ବି   ପାହାଡ଼ ଉପରକୁ ଯାଇ ପୂଜାକରିଥାନ୍ତି।ତାଙ୍କ ବାପା ଶିବ ଉପଧ୍ୟାୟଙ୍କୁ ବହୁ ବର୍ଷ ପୂର୍ବେ ବାବା ସ୍ୱପ୍ନରେ ଆସିଥିଲେ।ସେ  ପାହାଡ଼ ଉପରକୁ ଯାଇ ଏକ ପଥର ଚତୁରୀ ଉପରେ ବାବାଙ୍କୁ ପୂଜା ଆରମ୍ବ କରିଥିଲେ। ନା ଥିଲା ସଠିକ ରାସ୍ତା ନା ଥିଲା ମନ୍ଦିର।ମୁକ୍ତ ଆକାଶ ତଳେ ପୂଜା ହୋଇ ଚାଲୁଥିଲା।ଜଙ୍ଗଲ ଭିତରେ ସେ ବାବାଙ୍କୁ ପୂଜାକରି ଆସୁଥିବା ବେଳେ ଜଣେ ବ୍ୟକ୍ତିଙ୍କର ସନ୍ତାନ ହେଉନଥିବା ବେଳେ ସେ ମାନସିକ ପରେ ବାବା ତାଙ୍କ କୋଳରେ ସନ୍ତାନଟିଏ ଦେଲେ। ପରେ ସେ ଏକ ମନ୍ଦିର ସ୍ଥାପନ କରିଥିଲେ।ସେହିଦିନରୁ ମନ୍ଦିର ଭିତରେ ପୁଜାର୍ଚନା ହୋଇ ଆସୁଛନ୍ତି। 

ଧୀରେ ଧୀରେ ଭକ୍ତଙ୍କ ଭିଡ଼ ଲାଗିରହୁଥିବା ବେଳେ ଜାଗର ବହୁ ଧୂମ ଧାମରେ ଅନୁଷ୍ଠିତ ହୋଇଥାଏ।ପାହାଡ଼ ଉପରେ ବ୍ରତୀ ଓ ଶ୍ରଦ୍ଧାଳୁ ମାନେ ଯାଇ ଦୀପ ଜାଳିଥାନ୍ତି।ପୀଠର ଉନ୍ନତି ପାଇଁ ବିଶେଶ୍ୱର ବିକାଶ ପରିଷଦ ନାକମିଟି ଗଠନ ହୋଇଥିବା ବେଳେ  ସଚେତନ ଅଧିବାସୀ ଙ୍କୁ ନେଇ ଜାଗରମେଳା ପାଇଁ ପୀଠର ଅବସ୍ଥିତ ପୋଖରୀ ଓ ମନ୍ଦିର ପରିସର କୁ ସଫେଇ ହୋଇଛି।

ଏନେଇ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସେବକଙ୍କ ପୁତ୍ର ଲୋକନାଥ ଉପାଧ୍ୟାୟ ଅନୁପସ୍ଥିତ ରହି ମଧ୍ୟ ପୀଠର ଉନ୍ନତି ପାଇଁ ଯାହାକିଛି ସହଯୋଗ ଦରକାର ନିଶ୍ଚୟ କରିବେ ବୋଲି କହିଛନ୍ତି।।ଜାଗର ପାଇଁ ଭକ୍ତ ମାନଙ୍କ ସୁବିଧା ଓ ଆଲୋକିକରଣ କରିବା ଏବଂ ମେଳା ରେ ଶାନ୍ତି ଶ୍ରୁଙ୍ଖଳା ରକ୍ଷା କରିବା ପାଇଁ  ସ୍ଥାନୀୟ ସରପଂଚ ରାଜେନ୍ଦ୍ର ରାଉତ ମନ୍ଦିର ନବିକରଣ ତଥା ଭକ୍ତ ଓ ଯାତ୍ରୀ ଙ୍କ ନିମିତ୍ତ ପାନୀୟ ଜଳର ବ୍ଯବସ୍ଥା କୁ ତ୍ବରାନ୍ବିତ କରିଛନ୍ତି।ଏପରିକି ଅଞ୍ଚଳର  ସମାଜସେବୀ ଅମିତ୍ ବଳିଆର ସିଂ , ମହାବିଦ୍ୟାଳୟ ର ଅଧକ୍ଷ୍ଯ ପ୍ରଶାନ୍ତ ବେହେରା, ଅଧ୍ଯାପକ ଗଂଗାଧର ପଣ୍ଡା, ଅଧ୍ୟାପକ ଜ୍ଯୋତିର୍ମୟ ନାୟକ,ଅନନ୍ତ ଗିରି , ନରେନ୍ଦ୍ର ନାୟକ, ଜୟଦେବ ବେହେରା, ସୁରେନ୍ଦ୍ର ରାଉଳ, ନରେନ୍ଦ୍ର ବେହେରା,ଗୌରାଙ୍ଗ ପରିଡ଼ା  , ମହେଶ୍ୱର ପାତ୍ର, କ୍ରୁପାସିଂଧୁ ବାରିକ,ବଂଶୀ ଧର ନାୟକ, ରମାକାନ୍ତ ସ, କରୁଣାକର ରାଉତ, ରବିନାରାୟଣ ପାତ୍ର, କ୍ରୁଷ୍ଣ ଚନ୍ଦ୍ର ଦାସ ସମେତ ଗ୍ରାମବାସୀ ମାନେ ଜାଗର କିଭଳି ଯାକ ଜମକରେ ହେବ ଏନେଇ ଅଣ୍ଟାଭିଡ଼ିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.