ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଅଧାରେ ରହିଗଲା ଭବିଷ୍ୟତ: ବାହାରୁଥିଲେ ପରୀକ୍ଷା ସେଣ୍ଟର, ହଠାତ୍ ଟଳି ପଡ଼ିଲେ ଛାତ୍ର

Published By : Harapriya Sethi | February 21, 2025 9:40 AM

ଭୁବନେଶ୍ୱର,୨୧/୦୨: ଆଜି ଦେଇଥାନ୍ତେ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ପୂର୍ବରୁ ଲିଭିଗଲା ଜୀବନ ଦୀପ । ଅସୁସ୍ଥ ଥିବାରୁ ଚାଲିଗଲା ଜୀବନ । ମୃତ ଛାତ୍ର ଜଣକ ବାହାନଗା ବ୍ଲକ ବାରିପଦା ଉଦୟ ନାରାୟଣ ହାଇସ୍କୁଲର ଛାତ୍ର କୈଳାସ ମାଝୀଙ୍କ ପୁଅ ଚନ୍ଦ୍ରଶେଖର ମାଝୀ ବୋଲି ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । 

ସୂଚନା ମୁତାବକ, ବାହାନଗା ବ୍ଲକ ବାରିପଦା ଉଦୟ ନାରାୟଣ ହାଇସ୍କୁଲର ଜଣେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଅକାଳ ମୃତ୍ୟୁ ହୋଇଛି । ସେ ଗତ ଦୁଇ ଦିନ ତଳେ ଭୋଜି ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କ ପେଟ କାଟିବାକୁ ପରିବାର ଲୋକେ ଗୋପାଳପୁର ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ । ଏହା ପରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ହେବାରୁ ଗୁରୁବାର ପୁଣି ଥରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ଡାକ୍ତର ଦେଇଥିବା ଓୌଷଧ ଖାଇ ରାତିରେ ଚନ୍ଦ୍ରଶେଖର ଶୋଇଥିଲେ । ଆଜି ସକାଳେ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ । ନିତ୍ୟକର୍ମ ସାରିବା ପରେ ହଠାତ ତାଙ୍କ ମୁଣ୍ଡ ବୁଲାଇଥିଲା । ଏହା ଦେଖି ତାଙ୍କ ପରିବାରଲୋକେ ତୁରନ୍ତ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁଃଖଦ ଘଟଣା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.