ପ୍ରମୂଖ ଖବର
  • କୁମ୍ଭମେଳା ଦେଖି ଫେରୁଥିବାବେଳେ କାର-ଟ୍ରକ୍ ଧକ୍କା, ୬ ଜଣଙ୍କର ଚାଲିଗଲା ଜୀବନ
  • ||
  • ବିଧାନସଭାରେ କିଟ୍ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ : ଘୁଞ୍ଚିବ ସେମିଷ୍ଟର ପରୀକ୍ଷା, ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ସରକାର
  • ||
  • କନ୍ଧମାଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ଭୁବନେଶ୍ଵରରେ ପ୍ରଥମ କରି ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା, ୩୦୦ରୁ ଅଧିକ ଷ୍ଟଲରେ ହେବ ବିକାକିଣା
  • ||
  • ଜୟପୁର : ବେଆଇନ ମାଟି ଇଟା ଭାଟି ଉପରେ କାର୍ଯ୍ୟାନୁଷ୍ଠାନ, ଏକାଧିକ ଇଟା ଭାଟି ଭାଙ୍ଗିଲା ଜିଲ୍ଲା ପ୍ରଶାସନ
  • ||
  • ଭୁବନେଶ୍ୱର : ଗ୍ରୀନ୍‌ ଟ୍ରେଣ୍ଡ୍‌ସ ପାର୍ଲରରେ ଅଗ୍ନିକାଣ୍ଡ, ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପାର୍ଲର ସାମଗ୍ରୀ ପାଉଁଶ
  • ||
  • ବାଲେଶ୍ୱର : ବେଆଇନ୍ ବାଲି ଚାଲାଣ ବେଳେ ଚଢାଉ, ୮୦ରୁ ଉର୍ଦ୍ଧ୍ୱ ହାଇୱା ଜବତ
  • ||
  • କଟକ : ଶତାଧିକ ଲିଟର କଫ୍‌ ସିରପ୍‌ ଜବତ, ଜଣେ ଗିରଫ
  • ||
  • ଖାକିରେ କଳଙ୍କ: ସାହାଯ୍ୟ କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଏଏସ୍‌ଆଇ ଗିରଫ
  • ||
  • କେନ୍ଦ୍ରାପଡ଼ା : ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯିବାବେଳେ ଓଲଟିଲା ବୋଲେରୋ, ୧୧ ଆହତ
  • ||
  • ବାଲିପାଟଣା: ପ୍ରେମିକ ଘର ଆଗରେ ଫିନାଇଲ୍ ପିଇଦେଲା ପ୍ରେମିକା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନକୁ ଭେଟିବ ଦକ୍ଷିଣ ଆଫ୍ରିକା, ଦେଖିବାକୁ ମିଳିବ କଡ଼ା ଟକ୍କର
  • ||
  • ବାଲେଶ୍ୱର : ଅଧାରେ ରହିଗଲା ଭବିଷ୍ୟତ: ବାହାରୁଥିଲେ ପରୀକ୍ଷା ସେଣ୍ଟର, ହଠାତ୍ ଟଳି ପଡ଼ିଲେ ଛାତ୍ର
  • ||
  • ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଏବଂ ନିକୋବର ଦ୍ବୀପ, ରେକ୍ଟର ସ୍କେଲରେ ୫.୨ ତୀବ୍ରତା ରେକର୍ଡ
  • ||
  • ଶ୍ରୀଜିଉଙ୍କ ନିକଟର ଲାଗି ହେଲା 'ଅମୃତ ଅନ୍ନ', ୫ ପ୍ରକାର ଜୈବିକ ଚାଉଳ ପ୍ରସ୍ତୁତ
  • ||
  • ଦୁର୍ଗାପୁର ଏକ୍ସପ୍ରେସୱେରେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କର କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦାଦା
  • ||
  • ରାଜ୍ୟରେ ଆଜିଠୁ ମାଟ୍ରିକ୍‌ ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ ସ୍ମାର୍ଟ ୱାଚ୍‌ ମନା, କପି ରୋକିବାକୁ ୪ ସ୍ତରୀୟ ସ୍ବାର୍ଡ ବ୍ୟବସ୍ଥା
  • ||
  • ରାଜ୍ୟରେ ଆସନ୍ତା ୨୪ ଯାଏ ବର୍ଷା ସମ୍ଭାବନା, ପବନ ଏବଂ କୁଆପଥର ମାଡ଼ ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପରକୀୟା ପ୍ରୀତିର କରୁଣ ପରିଣତି, ମାଆକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ପୁଅ…

Published By : Prameya | February 19, 2025 10:30 PM

ନୀଳଗିରି,୧୯/୨ :ପରକୀୟା ପ୍ରୀତିର କରୁଣ ପରିଣତି । ମାଆକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ପୁଅ । ଶବକୁ ତିନି ଘଣ୍ଟା ଜଗି ରହିଲା । ଏଭଳି ଲୋମ ଟାଙ୍କୁରା ଦୃଶ୍ୟ ଦେଖି ଗ୍ରାମବାସୀ ହତବାକ ହୋଇ ଉଠିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଘମରା ଗାଁ ଗ୍ରାମରେ । ସୂଚନାଯୋଗ୍ୟ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଜାମୁଡିହା ପଞ୍ଚାୟତ ବାଘମରା ଗ୍ରାମର ସ୍ବର୍ଗତ ବାବାଜୀ ସିଂଙ୍କ ସ୍ତ୍ରୀ ଶଙ୍କି ସିଂ(୪୮)ଙ୍କର ବଡ଼ପୁଅ ବୈଦ୍ୟନାଥ ସିଂ (୨୭) ଓ଼ ସାନ ପୁଅ ଦୁର୍ଗା ସିଂ (୨୫) । ମା ବିଧବା ହୋଇଥିବା ବେଳେ ଆଜି ସାନପୁଅ ହଠାତ ଘରକୁ ଅପରାହ୍ନ ପ୍ରାୟ ୫ ଘଟିକା ସମୟରେ ଆସି ପହଞ୍ଚିଲା ବେଳକୁ ମାଆର ଅନୈତିକ ସମ୍ପର୍କକୁ ସାମ୍ନାରେ ଦେଖି ଉତ୍ୟକ୍ତ ହୋଇ ଉଠିଥିଲେ । ହଠାତ ରାଗି ଏକ କାଠ ଫାଳିଆରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ପଡୋଶୀ ସୋମବାରୀ ସିଂ ତାଙ୍କୁ ଅଟକାଇ ଥିଲେ ମଧ୍ୟ ସେ ମାନି ନଥିଲେ। ଶଙ୍କି ସିଂ ଚେତାଶୂନ୍ୟ ହୋଇ ପଡିଯିବା ପରେ ସୋମବାରୀ ପାଣି ଆଣି ତାଙ୍କ ମୁହଁରେ ଦେଇଥିଲେ। ସେତେବେଳକୁ ତାଙ୍କର ପ୍ରଣବାୟୁ ଉଡ଼ିଯାଇଥିଲା । ତାପରେ ଉତ୍ୟକ୍ତ ଦୁର୍ଗା ମାଆର ଶବ ପାଖରେ ପ୍ରାୟ ତିନି ଘଣ୍ଟା ଜଗି ରହିଥିଲା । ଅନ୍ୟ ପଟେ ଅନୈତିକ ସମ୍ପର୍କ ରଖିଥିବା ଉକ୍ତ ଗ୍ରାମର ବାୟା ସିଂ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ଖବର ପାଇ ନୀଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକ, ଆଇଆଇସି ଦାୟିତ୍ୱରେ ଥିବା ସୁବର୍ଣ୍ଣ ବେହେରା ଓ ପୋଲିସ ଫୋର୍ସ  ଘଟଣା ସ୍ଥଳରୁ ପୁଅ ଦୁର୍ଗାକୁ କାବୁ କରି ଗିରଫ କରିବା ସହ ନୀଳଗିରି ଥାନାରେ ରଖିଛି । ବ୍ୟବହୃତ ଠେଙ୍ଗାକୁ ପୋଲିସ ଜବତ କରିବା ସହ ଗାଁରେ ପଚରା ଉଚୁରା କରୁଛି। ଏନେଇ ୬୪/୨୦୨୫ ମାମଲା ରୁଜୁ କରି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି । ଗୁରୁବାର ସାଇଣ୍ଟିଫିକ ଟିମ ତଦନ୍ତ କରିବ ବୋଲି ଏସଡିପିଓ ସୂଚନା ଦେଇଥିବା ବେଳେ ଗାଁରେ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.