ପ୍ରମୂଖ ଖବର
  • କୁମ୍ଭମେଳା ଦେଖି ଫେରୁଥିବାବେଳେ କାର-ଟ୍ରକ୍ ଧକ୍କା, ୬ ଜଣଙ୍କର ଚାଲିଗଲା ଜୀବନ
  • ||
  • ବିଧାନସଭାରେ କିଟ୍ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ : ଘୁଞ୍ଚିବ ସେମିଷ୍ଟର ପରୀକ୍ଷା, ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ସରକାର
  • ||
  • କନ୍ଧମାଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ଭୁବନେଶ୍ଵରରେ ପ୍ରଥମ କରି ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା, ୩୦୦ରୁ ଅଧିକ ଷ୍ଟଲରେ ହେବ ବିକାକିଣା
  • ||
  • ଜୟପୁର : ବେଆଇନ ମାଟି ଇଟା ଭାଟି ଉପରେ କାର୍ଯ୍ୟାନୁଷ୍ଠାନ, ଏକାଧିକ ଇଟା ଭାଟି ଭାଙ୍ଗିଲା ଜିଲ୍ଲା ପ୍ରଶାସନ
  • ||
  • ଭୁବନେଶ୍ୱର : ଗ୍ରୀନ୍‌ ଟ୍ରେଣ୍ଡ୍‌ସ ପାର୍ଲରରେ ଅଗ୍ନିକାଣ୍ଡ, ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପାର୍ଲର ସାମଗ୍ରୀ ପାଉଁଶ
  • ||
  • ବାଲେଶ୍ୱର : ବେଆଇନ୍ ବାଲି ଚାଲାଣ ବେଳେ ଚଢାଉ, ୮୦ରୁ ଉର୍ଦ୍ଧ୍ୱ ହାଇୱା ଜବତ
  • ||
  • କଟକ : ଶତାଧିକ ଲିଟର କଫ୍‌ ସିରପ୍‌ ଜବତ, ଜଣେ ଗିରଫ
  • ||
  • ଖାକିରେ କଳଙ୍କ: ସାହାଯ୍ୟ କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଏଏସ୍‌ଆଇ ଗିରଫ
  • ||
  • କେନ୍ଦ୍ରାପଡ଼ା : ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯିବାବେଳେ ଓଲଟିଲା ବୋଲେରୋ, ୧୧ ଆହତ
  • ||
  • ବାଲିପାଟଣା: ପ୍ରେମିକ ଘର ଆଗରେ ଫିନାଇଲ୍ ପିଇଦେଲା ପ୍ରେମିକା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନକୁ ଭେଟିବ ଦକ୍ଷିଣ ଆଫ୍ରିକା, ଦେଖିବାକୁ ମିଳିବ କଡ଼ା ଟକ୍କର
  • ||
  • ବାଲେଶ୍ୱର : ଅଧାରେ ରହିଗଲା ଭବିଷ୍ୟତ: ବାହାରୁଥିଲେ ପରୀକ୍ଷା ସେଣ୍ଟର, ହଠାତ୍ ଟଳି ପଡ଼ିଲେ ଛାତ୍ର
  • ||
  • ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଏବଂ ନିକୋବର ଦ୍ବୀପ, ରେକ୍ଟର ସ୍କେଲରେ ୫.୨ ତୀବ୍ରତା ରେକର୍ଡ
  • ||
  • ଶ୍ରୀଜିଉଙ୍କ ନିକଟର ଲାଗି ହେଲା 'ଅମୃତ ଅନ୍ନ', ୫ ପ୍ରକାର ଜୈବିକ ଚାଉଳ ପ୍ରସ୍ତୁତ
  • ||
  • ଦୁର୍ଗାପୁର ଏକ୍ସପ୍ରେସୱେରେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କର କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦାଦା
  • ||
  • ରାଜ୍ୟରେ ଆଜିଠୁ ମାଟ୍ରିକ୍‌ ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ ସ୍ମାର୍ଟ ୱାଚ୍‌ ମନା, କପି ରୋକିବାକୁ ୪ ସ୍ତରୀୟ ସ୍ବାର୍ଡ ବ୍ୟବସ୍ଥା
  • ||
  • ରାଜ୍ୟରେ ଆସନ୍ତା ୨୪ ଯାଏ ବର୍ଷା ସମ୍ଭାବନା, ପବନ ଏବଂ କୁଆପଥର ମାଡ଼ ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା, ୫ଲକ୍ଷ ୨୨ ହଜାର ୩୩୬ଜଣ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

Published By : Prameya | February 20, 2025 8:52 PM

କଟକ, ୨୦/୨ : ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ରାଜ୍ୟର ୩ ହଜାର ୧୩୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ଲକ୍ଷ ୨୨ ହଜାର ୩୩୬ଜଣ ପରୀକ୍ଷାର୍ଥୀ । ତେବେ ପରୀକ୍ଷାର ସୁପରିଚାଳନା ପାଇଁ ଏଥର ବୋର୍ଡ଼ କର୍ତ୍ତୃପକ୍ଷ ସ୍ୱତନ୍ତ୍ର କମାଣ୍ଡ କଟ୍ରୋଲ ସିଷ୍ଟମ ଆପଣାଇଛନ୍ତି । ଆଜି କଣ୍ଟ୍ରୋଲ ରୁମରେ ଏ ନେଇ ଏକ ମକ ଡ୍ରିଲ କରାଯାଇଛି।  ୬୦୦ଟି ପରୀକ୍ଷା କେନ୍ଦ୍ରକୁ କଣ୍ଟ୍ରୋଲ ରୁମ ସହ ସଂଯୁକ୍ତ କରି ସେଠାରୁ ଲାଇଭ ଚିତ୍ର ଦେଖିଛନ୍ତି ବୋର୍ଡ଼ କର୍ତ୍ତୃପକ୍ଷ। ବୋର୍ଡ଼ର ଯୁକ୍ତି ହେଲା, କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଦ୍ୱାରା ଅନେକ ବେଆଇନ କାର୍ଯ୍ୟକୁ ରୋକାଯାଇପାରିବ ଏବଂ ଆବଶ୍ୟକ ବେଳେ ଏହି ବ୍ୟବସ୍ଥା ଜରିଆରେ ଅନେକ ସମସ୍ୟାର ସମାଧାନ ମଧ୍ୟ କରି ହେବ।

ପରୀକ୍ଷା କେନ୍ଦ୍ର ଗୁଡିକୁ ଜଗିଛି କ୍ୟାମେରା। କେନ୍ଦ୍ର ଭିତରର ପ୍ରତ୍ୟେକ କାର୍ଯ୍ୟ କଳାପକୁ ମନିଟରିଙ୍ଗ କରୁଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ଯଦି କେଉଁଠି କିଛି ବି ବେଆଇନ କାର୍ଯ୍ୟ ବା ସନ୍ଦେହଜନକ କାର୍ଯ୍ୟକଳାପକୁ ଠାବ କରାଗଲା ତେବେ ତୁରନ୍ତ ହେବ କାର୍ଯ୍ୟାନୁଷ୍ଠାନ। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ପର୍ବର ଏହା ଥିଲା ଏକ ମକ ଡ୍ରିଲ। ଆଜି କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟାଳୟରେ କିଛି ଏଭଳି ପ୍ରସ୍ତୁତି ଚାଲିଥିଲା । ପ୍ରାୟ ୬ ଶହ ପରୀକ୍ଷା କେନ୍ଦ୍ରରୁ ଆଜି ହୋଇଛି ଲାଇଭ ଷ୍ଟ୍ରିମିଙ୍ଗ। ପରୀକ୍ଷାମୂଳକ ଭାବେ ଆଜି ଏହି କେନ୍ଦ୍ର ଗୁଡିକରୁ ସିଧା ସଳଖ ଚିତ୍ର ଦେଖିବା ପରେ ବୋର୍ଡ କର୍ତ୍ତୃପକ୍ଷ କହୁଛନ୍ତି, କି ଏଥର ମାଟ୍ରିକ ପରୀକ୍ଷାବେଳେ ସେଭଳି କିଛି ଅସୁବିଧା ହେବନାହିଁ।

ଚଳିତ ବର୍ଷ ୩ ହଜାର ୧୩୩ ଟି କେନ୍ଦ୍ରରେ ହେବ ମାଟ୍ରିକ ପରୀକ୍ଷା ଏବଂ ପରୀକ୍ଷା ଦେବେ, ରାଜ୍ୟର ୫ ଲକ୍ଷ ୨୨ ହଜାର ୩୩୬ ଜଣ ପରୀକ୍ଷାର୍ଥୀ। ଗତ ୧୨ ତାରିଖରୁ ୩୧୪ ଟି ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଇ ସାରିଛି ବୋର୍ଡ। ନୋଡାଲ ସେଣ୍ଟର ଗୁଡିକ ସହିତ ପ୍ରାୟ ୬ ଶହ ପରୀକ୍ଷା କେନ୍ଦ୍ରକୁ ଏଥର ଜଗି ରହିଛି ସିସିଟିଭି କ୍ୟାମେରା। ଏହା ବ୍ୟତିତ, ପ୍ରଶ୍ନପତ୍ର ଭାଇରାଲ ହେବା ଭଳି ଘଟଣା ଗୁଡିକୁ ରୋକିବା ଲାଗି ଏଥର, ଡାଇନାମିକ କ୍ୟୁ ଆର କୋଡ଼ ଏବଂ ୱାଟର ମାର୍କ ବ୍ୟବସ୍ଥା କରାଯାଇଛି, ଏବଂ କପି ରୋକିବା ଲାଗି ୪ ସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରିଛି ବୋର୍ଡ। ପ୍ରତେକ ଜିଲ୍ଲାର ପରୀକ୍ଷା ପରିଚାଳନା ପାଇଁ ଅତିରିକ୍ତ ଜିଲ୍ଲାପାଳ ମାନେ ନୋଡାଲ ଅଫିସର ଭାବେ ଦାୟିତ୍ୱ ତୁଲାଇବେ ଏବଂ ଜଣେ ଜଣେ ଡିଏସପି ପାହ୍ୟାର ପୋଲିସ ଅଧିକାରୀ ସମସ୍ତ ଘଟଣାବଳୀ ଉପରେ ନଜର ରଖିବେ।

ଫାଭିଓ, ମାଟ୍ରିକ ପରୀକ୍ଷାର୍ଥୀ ମାନେ ଗୋଟିଏ ଦିନରେ ଗୋଟିଏ ପେପର ପାଇଁ ପରୀକ୍ଷା ଦେବେ। ଗୋଟିଏ ଗୋଟିଏ ଦିନ ବ୍ୟବଧାନରେ ହେବ ପରୀକ୍ଷା । ତେଣୁ ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରସ୍ତୁତି ଲାଗି ଅଧିକ ସମୟ ମଧ୍ୟ ପାଇପାରିବେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.