ପ୍ରମୂଖ ଖବର
  • କୁମ୍ଭମେଳା ଦେଖି ଫେରୁଥିବାବେଳେ କାର-ଟ୍ରକ୍ ଧକ୍କା, ୬ ଜଣଙ୍କର ଚାଲିଗଲା ଜୀବନ
  • ||
  • ବିଧାନସଭାରେ କିଟ୍ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ : ଘୁଞ୍ଚିବ ସେମିଷ୍ଟର ପରୀକ୍ଷା, ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ସରକାର
  • ||
  • କନ୍ଧମାଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ଭୁବନେଶ୍ଵରରେ ପ୍ରଥମ କରି ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା, ୩୦୦ରୁ ଅଧିକ ଷ୍ଟଲରେ ହେବ ବିକାକିଣା
  • ||
  • ଜୟପୁର : ବେଆଇନ ମାଟି ଇଟା ଭାଟି ଉପରେ କାର୍ଯ୍ୟାନୁଷ୍ଠାନ, ଏକାଧିକ ଇଟା ଭାଟି ଭାଙ୍ଗିଲା ଜିଲ୍ଲା ପ୍ରଶାସନ
  • ||
  • ଭୁବନେଶ୍ୱର : ଗ୍ରୀନ୍‌ ଟ୍ରେଣ୍ଡ୍‌ସ ପାର୍ଲରରେ ଅଗ୍ନିକାଣ୍ଡ, ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପାର୍ଲର ସାମଗ୍ରୀ ପାଉଁଶ
  • ||
  • ବାଲେଶ୍ୱର : ବେଆଇନ୍ ବାଲି ଚାଲାଣ ବେଳେ ଚଢାଉ, ୮୦ରୁ ଉର୍ଦ୍ଧ୍ୱ ହାଇୱା ଜବତ
  • ||
  • କଟକ : ଶତାଧିକ ଲିଟର କଫ୍‌ ସିରପ୍‌ ଜବତ, ଜଣେ ଗିରଫ
  • ||
  • ଖାକିରେ କଳଙ୍କ: ସାହାଯ୍ୟ କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଏଏସ୍‌ଆଇ ଗିରଫ
  • ||
  • କେନ୍ଦ୍ରାପଡ଼ା : ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯିବାବେଳେ ଓଲଟିଲା ବୋଲେରୋ, ୧୧ ଆହତ
  • ||
  • ବାଲିପାଟଣା: ପ୍ରେମିକ ଘର ଆଗରେ ଫିନାଇଲ୍ ପିଇଦେଲା ପ୍ରେମିକା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନକୁ ଭେଟିବ ଦକ୍ଷିଣ ଆଫ୍ରିକା, ଦେଖିବାକୁ ମିଳିବ କଡ଼ା ଟକ୍କର
  • ||
  • ବାଲେଶ୍ୱର : ଅଧାରେ ରହିଗଲା ଭବିଷ୍ୟତ: ବାହାରୁଥିଲେ ପରୀକ୍ଷା ସେଣ୍ଟର, ହଠାତ୍ ଟଳି ପଡ଼ିଲେ ଛାତ୍ର
  • ||
  • ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଏବଂ ନିକୋବର ଦ୍ବୀପ, ରେକ୍ଟର ସ୍କେଲରେ ୫.୨ ତୀବ୍ରତା ରେକର୍ଡ
  • ||
  • ଶ୍ରୀଜିଉଙ୍କ ନିକଟର ଲାଗି ହେଲା 'ଅମୃତ ଅନ୍ନ', ୫ ପ୍ରକାର ଜୈବିକ ଚାଉଳ ପ୍ରସ୍ତୁତ
  • ||
  • ଦୁର୍ଗାପୁର ଏକ୍ସପ୍ରେସୱେରେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କର କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦାଦା
  • ||
  • ରାଜ୍ୟରେ ଆଜିଠୁ ମାଟ୍ରିକ୍‌ ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ ସ୍ମାର୍ଟ ୱାଚ୍‌ ମନା, କପି ରୋକିବାକୁ ୪ ସ୍ତରୀୟ ସ୍ବାର୍ଡ ବ୍ୟବସ୍ଥା
  • ||
  • ରାଜ୍ୟରେ ଆସନ୍ତା ୨୪ ଯାଏ ବର୍ଷା ସମ୍ଭାବନା, ପବନ ଏବଂ କୁଆପଥର ମାଡ଼ ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପିଡିଙ୍କ ଲିଖିତ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

Published By : Prameya | February 20, 2025 8:42 PM

ମାହାଙ୍ଗା, ୨୦/୨ :   ଧାରଣାସ୍ଥଳରେ ବିଜେଡିର ୬ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପହଞ୍ଚିବା ଓ ପିଡିଙ୍କ ଲିଖିତ ପ୍ରତିଶ୍ରୁତି ପରେ ମାହାଙ୍ଗା ବ୍ଲକ ପରିସରରେ ଧାରଣାସ୍ଥଳରେ ବସିଥିବା ସରପଞ୍ଚ ଓ ସମିତି ସଭ୍ୟମାନେ ଧାରଣା ପ୍ରତ୍ୟାହୃତ କରିଛନ୍ତି । ୧୦ଦିନ ଭିତରେ ସମସ୍ତ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପିଡି । ସାଧାରଣ ନିର୍ବାଚନ ପୂର୍ବରୁ ମାହାଙ୍ଗା ବ୍ଲକର ୩୭ପଞ୍ଚାୟତରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ବିଲ୍ ବନ୍ଦ କରାଯାଇଥିଲା ଓ ନିର୍ବାଚନର ୮ମାସ ପରେ ନୂତନ ସରକାର ଆସିବା ପରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ନାହିଁ । ଏହି ଦୁଇଟି ଦାବିକୁ ପୁରଣ କରିବା ପାଇଁ ଦୁଇ ଦିନ ଧରି ଧାରଣାରେ ବସିଥିଲେ ୩୭ପଞ୍ଚାୟତର ଜନ ପ୍ରତିନିଧିମାନେ । ଏଣୁ ଧାରଣାସ୍ଥଳରେ ବସିଥିବା ଜନ ପ୍ରତିନିଧିମାନକୁ ଭେଟିଥିଲେ ବିଜେଡ଼ିର ୬ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଏହି ୬ ଜଣିଆ ଟିମ୍ ଭିତରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନା, ନୟାଗଡ଼ ବିଧାୟକ ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା, ରାଜନଗର ବିଧାୟକ ଧ୍ରୁବ ସାହୁ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ପ୍ରମୁଖ । 

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ୬ଜଣିଆ ଟିମ୍ ଧାରଣାସ୍ଥଳରେ ବସିଥିବା ଜନ ପ୍ରତିନିଧି ମାନଙ୍କୁ ଭେଟିବାକୁ ଆସିଥିଲେ । ଆସନ୍ତାକାଲି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଯିବ ବୋଲି ବିଧାୟକ ଅରୁଣ ସାହୁ କହିଥିଲେ । ଏହାପରେ ମାହାଙ୍ଗା ବିଡିଓଙ୍କ କାର୍ଯ୍ୟାଳୟରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଧାରଣାରେ ବସିଥିବା ବ୍ଲକ୍ ଅଧ୍ୟକ୍ଷା ଓ ଜନ ପ୍ରତିନିଧିମାନେ ପିଡିଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ପିଡି ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ କି ଆଗାମୀ ୧୦ ଦିନ ଭିତରେ ଧାରଣାରେ ବସିଥିବା ଜନ ପ୍ରତିନିଧିମାନଙ୍କ ସମସ୍ତ ଦାବିକୁ ପୂରଣ କରାଯିବ। ଏହା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.