ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ନୀଳଗିରି ବ୍ଲକ ପରିସରରେ ଲାଗିଲା ନିଆଁ, ଟଳିଗଲା ବଡ଼ ଧରଣର ବିପଦ

Published By : Harapriya Sethi | February 20, 2025 12:47 PM

ନୀଳଗିରି,୨୦/୨: ନୀଳଗିରି ବ୍ଲକ ପରିସରରେ ଉଠିଲା କଳା ଧୂଆଁ । ବ୍ଲକ ପରିସରରେ ଲାଗି ଥିବା ୧୫ କେବିର ସୋଲାର ବ୍ୟାଟେରୀରେ ସର୍ଟ ସର୍କିଟ ହେବାରୁ କେବୁଲ ତାରରେ ଲାଗିଲା ନିଆଁ । ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ନୀଳଗିରି ବ୍ଲକ ପରିସରରେ ଲାଗି ଥିବା ୧୫ କେବିର ସୋଲାର ବ୍ୟାଟେରୀରେ ସର୍ଟ୍‌ ସର୍କିଟ୍‌ ହୋଇଥିଲା । ସର୍ଟ୍‌ ସର୍କିଟ୍‌ ହେବାରୁ କେବୁଲ ତାରରେ ନିଆଁ ଲାଗି ଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ନୀଳଗିରି ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରି ସହ ବଡ଼ ଧରଣର ବିପଦରୁ ମୁକୁଳାଇ ଥିଲା । ନିଆଁ ଲାଗିବ କାରଣରୁ କର୍ମଚାରୀ ଓ ହିତାଧିକାରୀ ମାନେ ଆସି ବାହାରେ ଅନେକ ସମୟ ଛିଡ଼ା ହୋଇଥିବା ଦେଖାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.