ଜଳେଶ୍ବର୧୬/୦୨ ଦୁଃଖ ଏମିତି ଏକ ଶଦ୍ଧ ଯାହା ସଭିକୁ କଷ୍ଟ ଦିଏ, ବିଶେଷ କରି ସମାଜରେ ଗରିବ ଦିନ ମଜୁରିଆ ମାନଙ୍କୁ ଅତ୍ୟନ୍ତ କୋଠାରଘାତ କରାଇଥାଏ। ତାହା ସହ ଯଦି ସେଇ ଗରିବର କାହାର କିଛି ରୋଗ ହୁଏ ତା ହେଲେ ସେହି ପରିବାର ପୁରା ଦୁଃଖ କଷ୍ଟ ପାଇଁ ଅତ୍ୟନ୍ତ ତଳି ତଳାନ୍ତ ହୋଇ ଯାଆନ୍ତି । ଏମିତି ଏକ ଦୁଃଖୀ ପରିବାରର ଦୁଃଖ ଆସିଛି ଜଳେଶ୍ୱର ନିମପୁର ଗ୍ରାମର ଗୋଟିଏ ଅସହାୟ ପରିବାର ଶଶୀକାନ୍ତ ବେହେରା ବୟସ ମାତ୍ର (୪୨) ଦୁଇଟି କିଡ଼ନୀ ନଷ୍ଟ ହୋଇ ଯାଇଛି । କିଡ଼ନୀ କୌଣସି ପ୍ରକାର ଭାବେ ନ ମିଳିବାରୁ ପିତା ସୁରେନ୍ଦ୍ର ନାଥ ବେହେରା (୭୪) ବର୍ଷ କିଡ଼ନୀ ନିଜ ପୁତ୍ର କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଦେଉଛନ୍ତି। ଘରେ କେବଳ ବୃଦ୍ଧ ମାତା ପିତା ଏକ ମାତ୍ର ରୋଜଗାରିଆ ପୁତ୍ର ଆଜି ବିଛଣା ସଜା ଛୋଟ ପାନ ଦୋକାନ ଟିଏ କରି ପରିବାର ଚଳୁଥାଏ ତାହା ବି ଆଜି ବନ୍ଦ ହୋଇ ରହିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ପାଖା ପାଖି ୩୦ ଲକ୍ଷ ଟଙ୍କା ଆବଶ୍ୟକ ଅପେରସନ ପାଇଁ । ଘର ଘର ବୁଲି ପୁଅର ଜୀବନ ରକ୍ଷା ପାଇଁ ଭିକ୍ଷା କରୁଛନ୍ତି। ଏହି ଖବର ଜଳେଶ୍ୱର ଅଗ୍ରଣୀ ସାମାଜିକ ସଂଗଠନ ‘ମେ ଆଇ ହେଲ୍ପ ୟୁ’ ମୋ ପରିବାର ପାଖରେ ପହଁଚିବା ପରେ ସଂଗଠନ ମୁଖ୍ୟ ଜଗନ୍ନାଥ ପରିଡ଼ାଙ୍କ ସହଯୋଗ ରେ ଏହି ପରିବାର କୁ ୫୫୦୦ ଟଙ୍କା ଆର୍ଥିକ ସାହାଯ୍ୟ କରାଗଲା ଏବଂ ଜଳେଶ୍ୱର ପୌରପାଳିକାର କାଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଯୁକ୍ତ ହେମନ୍ତ କୁମାର ସିଂ ଏହି ପରିବାର ପହଂଚି ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ସହିତ କିପରି ଏହି ପରିବାର ଅଧିକରୁ ଅଧିକ ସାହାଯ୍ୟ ମିଳିପାରିବ ସେଇ ବିଷୟରେ ଲୋକଙ୍କୁ ନିବେଦନ କରିଛନ୍ତି । ଏହି କାଯ୍ୟକ୍ରମରେ ସଂଗଠନ ତରଫରୁ ନରହରି ବେହେରା, ଶିବ ସୁନ୍ଦର ଜେନା, ସତ୍ୟ ପ୍ରକାଶ ପାତ୍ର,ଅମିତ ଦାସ, ଜୟ ପ୍ରକାଶ ବେହେରା, ମଧୁସ୍ମିତା ଦାସ, ଅଜୟ ଘୋଷ,ହରେକୃଷ୍ଣ ଜେନା,କାଁହୁ ବେହେରା ମେମ୍ବର ମାନେ ଉପସ୍ଥିତ ରହି ସହଯୋଗ ହାତ ବଢାଇବା ସହିତ ଅନ୍ୟ ମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ।