ନୀଳଗିରି,୨୪/୦୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତ ମଧୁପୁର ଗ୍ରାମର କୁଳଡିହାରେ ହାତୀ ଆତଙ୍କ ଦେଖାଦେଇଛି । ରବିବାର ରାତିରେ ଏକ ହାତୀ ତାର ଶୁଣ୍ଢରେ ଯୁବକଙ୍କୁ କଚାଡି ଦେଇଛି । ଯୁବକ ଜଣକ ହେଲେ ଲିଟୁ ପଣ୍ଡିତ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ନୀଳଗିରି ଏବଂ ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ, ଲିଟୁନ ରବିବାର ରାତିରେ ଘରକୁ ଯାଉଥିବା ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା । ଯୁବକ ଜଣକ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟଲୋକେ ଦୌଡ଼ି ଆସିଥିଲେ । ଏକାସଙ୍ଗେ ଅଧିକ ଲୋକଙ୍କୁ ଦେଖି ହାତୀଟି ସେଠାରୁ ପଳାଇଥିଲା । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଯୁବକଙ୍କ ଉତ୍ତମ ଚିକିତ୍ସା ପାଇଁ ବିଧାୟକ ସନ୍ତୋଷ ଖଟୁଆ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।