ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ଏଣ୍ଟ୍ରି ମାରିବ LIC; ସରିଛି ପ୍ରସ୍ତୁତି, କେବଳ ସୁଯୋଗକୁ ଅପେକ୍ଷା

ନୂଆଦିଲ୍ଲୀ, ୨୯।୫: ଦେଶର ସର୍ବବୃହତ୍‌ ଜୀବନ ବୀମା କମ୍ପାନି ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛି । ସରକାରଙ୍କ ଦ୍ୱାରା ସଂଚାଳିତ ଏହି ପ୍ରମୁଖ କମ୍ପାନି ଏଥିପାଇଁ ସଂପୃକ୍ତ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟ କରୁଥିବା କୌଣସି କମ୍ପାନିକୁ ଅଧିଗ୍ରହଣ କରିବାର ସମ୍ଭାବନାକୁ ଅନ୍ୱେଷଣ କରୁଛି । କମ୍ପୋଜିଟ୍‌ ଇନ୍‌ସ୍ୟୁରାନ୍ସ କମ୍ପାନିଗୁଡ଼ିକୁ ମଞ୍ଜୁରି ଦେବାର ପ୍ରସ୍ତାବ ମଧ୍ୟରେ ଏଲ୍‌ଆଇସି ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ଏଣ୍ଟ୍ରି ମାରିବାକୁ ପ୍ରସ୍ତୁତ ହେଉଛି । ଏ ପରିପ୍ରେକ୍ଷୀରେ ଏଲ୍‌ଆଇସି ଅଧ୍ୟକ୍ଷ ସିଦ୍ଧାର୍ଥ ମହାନ୍ତି କହିଛନ୍ତି ଯେ, ଆଶା କରାଯାଉଛି କମ୍ପୋଜିଟ୍‌ ଲାଇସେନ୍ସକୁ ମଞ୍ଜୁରି ଦିଆଯାଇପାରେ ଏବଂ ଆମେ ତୃଣମୂଳ ସ୍ତରରେ କିଛି କାମ କରିସାରିଲୁଣି । ଆମେ ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ଆଗ୍ରହ ବଢ଼ାଉଛୁ ଏବଂ ବିକାଶର ବିଭିନ୍ନ ସୁଯୋଗ ଉପରେ ବିଚାର କରୁଛୁ । 

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏକ ସଂସଦୀୟ କମିଟି ୨୦୨୪ ଫେବ୍ରୁଆରୀରେ ବୀମା କମ୍ପାନିଗୁଡ଼ିକର ଖର୍ଚ୍ଚ ଏବଂ ଅନୁପାଳନ ବୋଝ କମାଇବା ପାଇଁ ସମଗ୍ର ବୀମା ବା କମ୍ପୋଜିଟ୍‌ ଲାଇସେନ୍ସ ଆରମ୍ଭ କରିବାର ପରାମର୍ଶ ଦେଇଥିଲା । ଏବେ ଜୀବନ ବୀମା କମ୍ପାନିଗୁଡ଼ିକ କେବଳ ସ୍ୱାସ୍ଥ୍ୟ ବୀମା ଅଧୀନରେ ଦୀର୍ଘମିଆଦୀ ଲାଭ ଦେଇପାରୁଛନ୍ତି ଏବଂ ହସ୍ପିଟାଲରେ ଭର୍ତ୍ତି ହେବା ପରେ କିମ୍ବା ଅନ୍ୟ କୌଣସି କ୍ଷତିପୂରଣ କଭର ଦେବା ପାଇଁ ବୀମା ଆଇନରେ ସଂଶୋଧନ ଲୋଡ଼ା । ଏଥିପାଇଁ ସଂସଦର ଏକ କମିଟି ବୀମା କମ୍ପାନିଗୁଡ଼ିକର ଖର୍ଚ୍ଚ ଏବଂ ଅନୁପାଳନ ବୋଝ କମ୍‌ କରିବା ପାଇଁ କମ୍ପୋଜିଟ୍‌ ଇନ୍‌ସ୍ୟୁରାନ୍ସ ଲାଇସେନ୍ସ ଆରମ୍ଭ କରିବାକୁ ପରାମର୍ଶ ଦେଇଛି ।  ପ୍ରକାଶଯୋଗ୍ୟ, ୨୦୨୨-୨୩ ଶେଷ ଭାଗରେ ୨.୩ କୋଟିରୁ କମ୍‌ ସ୍ୱାସ୍ଥ୍ୟ ବୀମା କଭର ଜାରି କରାଯାଇଛି, ଯାହା ଦ୍ୱାରା ୫୫ କୋଟି ଲୋକ ଉପକୃତ ହୋଇଛନ୍ତି । ସରକାର ଏବଂ ବୀମା ନିୟାମକ ଆଇଆର୍‌ଡିଏ ଅନୁସାରେ, ଅଧିକ ସ୍ୱାସ୍ଥ୍ୟ କଭର ଜାରି କରାଯାଉ ଏବଂ ଏଲ୍‌ଆଇସିର ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ଏଣ୍ଟ୍ରି ଦ୍ୱାରା ଏହା ତ୍ୱରାନ୍ୱିତ ହେବ । ଉକ୍ତ କାରଣରୁ ଏଲ୍‌ଆଇସି ଏବେ ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ପାଦ ରଖିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲାଣି । ଏଲ୍‌ଆଇସିର ଆର୍ଥିକ ସ୍ୱାସ୍ଥ୍ୟ ଉପରେ ଯଦି ନଜର ପକାଯାଏ । 

ତେବେ କମ୍ପାନି ୨୦୨୪ ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୟମାସରେ ୧୩,୭୬୨ କୋଟିର ନେଟ୍‌ ଲାଭ ହାସଲ କରିଛି, ଯାହା ଗତବର୍ଷ ସମାନ ତ୍ରୟମାସରେ ୧୩,୪୨୭ କୋଟିରୁ ଅଧିକ ଥିଲା । ଏଲ୍‌ଆଇସିର ପ୍ରଦର୍ଶନ ଉପରେ ଯଦି ନଜର ପକାଯାଏ ତେବେ ଗତ ୬ ମାସରେ ଏହାର ସେୟାର ମୂଲ୍ୟରେ ୫୨%ରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ଏହାସହିତ ଏଲ୍‌ଆଇସି ଦେଶର ଶ୍ରେଷ୍ଠ୧୦ ମୂଲ୍ୟବାନ କମ୍ପାନି ମଧ୍ୟରେ ସାମିଲ ହୋଇଛି ଏବଂ ଏହାର ବଜାର ମୂଲ୍ୟ ବା ମାର୍କେଟ କ୍ୟାପ୍‌ ୬.୫୧ ଲକ୍ଷ କୋଟି ଟଙ୍କା ରହିଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.