ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନଙ୍କ ପରେ ପବିତ୍ରାଙ୍କୁ ଗିରଫ କଲା ପୋଲିସ

ବେଙ୍ଗାଲୁରୁ: କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପାଙ୍କ ପରେ ଏବେ ତାଙ୍କ ପତ୍ନୀ ପବିତ୍ରା ଗୌଡାଙ୍କୁ ଗିରଫ କରିଛି ପୋଲିସ । ତେବେ କିଛି ମିଡିଆ ରିପୋର୍ଟ ଅନୁସାରେ, ପବିତ୍ରା ଦର୍ଶନଙ୍କ ପ୍ରେମିକା  । କର୍ଣ୍ଣାଟକର ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ସେଲିବ୍ରିଟି ଦମ୍ପତିଙ୍କ ହାତ ଥିବା ନେଇ ପୋଲିସ ସନ୍ଦେହ କରିବା ସହ ସେମାନଙ୍କୁ ଗିରଫ କରିଛି । ଦର୍ଶନ ଏବଂ ପବିତ୍ରାଙ୍କ ବ୍ୟତୀତ ୧୦ ଜଣଙ୍କୁ ପୋଲିସ ଗିରଫ କରିଛି ।  ମିଳିଥିବା ସୂଚନା ଅନୁସାରେ ରେଣୁକାସ୍ବାମୀଙ୍କ ହତ୍ୟା ମାମଲାରେ ପ୍ରଥମେ ଦର୍ଶନଙ୍କୁ ମୈସୁରରୁ ପୋଲିସ ଗିରଫ କରିବା ପରେ ବେଙ୍ଗାଲୁରୁ ଆଣିଥିଲା ।

 ବେଙ୍ଗାଲୁରୁ ପୋଲିସ କମିଶନର ବି. ଦୟାନନ୍ଦ ଗଣମାଧ୍ୟମକୁ କହିଥିଲେ, 'ଜୁନ ୯ରେ ବେଙ୍ଗାଲୁରୁ ପଶ୍ଚିମ ଡିଭିଜନର କାମାକ୍ସିପାଲ୍ୟା ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏକ ହତ୍ୟା ମାମଲାରେ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ କଳାକାରଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି । ଚିତ୍ରାଦୁର୍ଗାର ରେଣୁକାସ୍ୱାମୀ ନାମକ ଜଣେ ବ୍ୟକ୍ତିର ହତ୍ୟା ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।'

 ମୃତକ ରେଣୁକାସ୍ବାମୀ ଚିତ୍ରାଦୁର୍ଗାସ୍ଥିତ ଏକ ମେଡିକାଲ୍‌ ଦୋକାନରେ ସହକାରୀ ଥିଲେ ଏବଂ ନିକଟରେ ସେ ବିବାହ କରିଥିଲେ । ପୋଲିସର ସୂଚନା ଅନୁସାରେ, ରେଣୁକାସ୍ବାମୀଙ୍କୁ ପ୍ରଥମେ ଚିତ୍ରାଦୁର୍ଗାରୁ ଅପହରଣ କରାଯାଇ ସହରର ପଶ୍ଚିମ ଭାଗର କାମାକ୍ସିପାଲ୍ୟା ହତ୍ୟା କରାଯାଇଥିଲା । ତାଙ୍କ ମୃତଦେହ ଡ୍ରେନରୁ ଉଦ୍ଧାର କରାଯାଇଥିଲା ଏବଂ ଏଥିରେ ଶାରୀରିକ ଆଘାତ ଲାଗିଥିବାର ଚିହ୍ନ ରହିଥିଲା, ଯାହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା । ଏହି ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଦର୍ଶନଙ୍କ ନାମ ନେଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି ପଚରା ଉଚରା କରୁଛି । ଆଉ ଏବେ ଏହି ମାମଲାରେ ଦର୍ଶନଙ୍କ ପତ୍ନୀ/ ପାର୍ଟନର କୁହାଯାଉଥିବା ପବିତ୍ରା ଗୌଡାଙ୍କୁ ପୋଲିସ ଗିରଫ କରିଛି ।

ଦର୍ଶନଙ୍କ ଅଭିନୟ କ୍ୟାରିୟର ଉପରେ ନଜର ପକାଇଲେ, ସେ ୧୯୭୭ ମସିହାରେ 'ମହାଭାରତ' ଚଳଚ୍ଚିତ୍ରରୁ ଅଭିନୟ । ଏହା ପରେ ସେ ଅନେକ ଚଳଚ୍ଚିତ୍ରରେ ସହ-ତାରକା ଭୂମିକାରେ ଅଭିନୟ କରିଥିଲେ ଏବଂ ପରେ ସେ ଜଣେ ମୁଖ୍ୟ ହିରୋ ଭାବରେ କାର୍ଯ୍ୟ କରିଥିଲେ । ଦର୍ଶନ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଏଥିମଧ୍ୟରେ ନମ୍ମା ପ୍ରୀତିଆ ରାମୁ, କାଲାସିପାଲ୍ୟା, ଗାଜା, କରିଆ, ନବଗ୍ରହ, ସାରଥୀ, ବୁଲବୁଲ ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ । କ୍ରାନ୍ତିବିରା ସଙ୍ଗାଲି ରୟତ୍ନାରେ ତାଙ୍କୁ କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.