ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଷ୍ଟାଣ୍ଡାଲୋନ୍‌ ୫ଜି ଟେକ୍ନୋଲୋଜି ବଳରେ ଉତ୍କୃଷ୍ଟ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ପ୍ରଦାନ କରୁଛି ଜିଓ ଏୟାରଫାଇବର : ଓପନ୍‌ ସିଗନାଲ୍‌ ରିପୋର୍ଟ

ନୂଆଦିଲ୍ଲୀ,୮/୬ : ଜିଓର ଷ୍ଟାଣ୍ଡାଲୋନ୍‌ ୫ଜି ନେଟୱାର୍କ ବଳରେ ଜିଓ ଏୟାରଫାଇବର ଗ୍ରାହକଙ୍କୁ ଉତ୍କୃଷ୍ଟ ବେଗରେ ହାଇ ସ୍ପିଡ଼ ଡାଟା ଯୋଗାଇବାରେ ସକ୍ଷମ ହୋଇଥିବା ବିଶ୍ୱର ପ୍ରସିଦ୍ଧ ମୋବାଇଲ୍‌ ନେଟୱାର୍କ ଆନାଲିଟିକ୍ସ କମ୍ପାନୀ ଓପନ୍‌ ସିଗନାଲ୍‌ ଏହାର ଏକ ରିପୋର୍ଟରେ ପ୍ରକାଶ କରିଛି । ଓପନ୍‌ ସିଗନାଲ୍‌ କହିବା ଅନୁଯାୟୀ ଜିଓର ଫିକ୍ସଡ୍‌ ୱେରଲେସ ସେବା ଜିଓ ଏୟାରଫାଇବରରେ ଗ୍ରାହକମାନେ ମାସକୁ ହାରାହାରି ୪୦୦ ଜିବି ଡାଟା ବ୍ୟବହାର କରୁଛନ୍ତି । ମୋବାଇଲ୍‌ ଗ୍ରାହକଙ୍କ ତୁଳନାରେ ଏହି ପରିମାଣର ଡାଟା ବ୍ୟବହାର ବେଶ ଅଧିକ । ଏହା ସତ୍ତେ୍ୱ ଜିଓ ଏୟାରଫାଇବରର ବେଗ ଏବଂ ଗୁଣାତ୍ମକ ସ୍କୋର ୫ଜି ମୋବାଇଲ୍‌ ନେଟୱାର୍କ ଭଳି ସମାନ ରହିଛି । 

ଉଲ୍ଲେଖଯୋଗ୍ୟ ଯେ, ଜିଓର ୫ଜି ନେଟୱାର୍କର ବେଗ ଦେଶରେ ସର୍ବାଧିକ । ଭାରତରେ ଫିକ୍ସଡ୍‌ ୱେରଲେସ ସେବା ମଧ୍ୟରେ ଏବେ କେବଳ ରିଲାଏନ୍ସ ଜିଓ ଷ୍ଟାଣ୍ଡାଲୋନ୍‌ ୫ଜି ନେଟୱାର୍କ ବ୍ୟବହାର କରୁଛି । ଓପନ୍‌ ସିଗନାଲ୍‌ ଅନୁଯାୟୀ, ଷ୍ଟାଣ୍ଡାଲୋନ୍‌ ୫ଜି ସହିତ ନେଟୱାର୍କ ସ୍ଲାଇସିଂ ଟେକ୍ନୋଲୋଜି ମଧ୍ୟ ଜିଓ ଏୟାରଫାଇବରକୁ ଡାଟା ବ୍ୟବହାର ପରିଚାଳନା କରିବାରେ ସାହାଯ୍ୟ କରୁଛି । ରିପୋର୍ଟରେ କୁହାଯାଇଛି ଯେ, ଏହି ଟେକ୍ନୋଲୋଜିର ଲାଭକୁ ବିଚାର କରି ଏୟାରଟେଲ ମଧ୍ୟ ଷ୍ଟାଣ୍ଡାଲୋନ ୫ଜି ନେଟୱାର୍କରେ ଫିକ୍ସଡ୍‌ ୱେରଲେସ ସେବା ଆଣିବାକୁ ପ୍ରସ୍ତୁତ ହେଉଛି ।

ଯେଉଁ ଅଞ୍ଚଳଗୁଡିକରେ ବ୍ରଡବ୍ୟାଣ୍ଡ କଭରେଜ୍‌ କମ୍‌ ରହିଛି ସେସବୁ ଅଞ୍ଚଳକୁ ହାଇ-ସ୍ପିଡ଼ ନେଟୱାର୍କ କଭରେଜରେ ଆଣିବା ପାଇଁ ରିଲାଏନ୍ସ ଜିଓ ଗତ ବର୍ଷ ଜିଓ ଏୟାରଫାଇବର ସେବା ଶୁଭାରମ୍ଭ କରିଥିଲା । ଜିଓ ଏୟାରଫାଇବରର ଅଧିକ ଚାହିଦା ଛୋଟ ସହରଗୁଡିକରୁ ଆସୁଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ, ଜିଓ ୫୯୯ ଟଙ୍କାରୁ ଆରମ୍ଭ ହେଉଥିବା ଅନେକ ସୁଲଭ ପ୍ଲାନ ମଧ୍ୟ ଆରମ୍ଭ କରିଛି । ଏହି ସେବା ସହିତ ୧୦ କୋଟି ପରିସରକୁ ସଂଯୋଗ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । କମ୍ପାନୀ ପକ୍ଷରୁ ଷ୍ଟ୍ରିମିଂ ପ୍ଲାନ ମଧ୍ୟ ଆରମ୍ଭ କରାଯାଇଛି, ଯେଉଁଥିରେ ଫିକ୍ସଡ୍‌ ବ୍ରଡବ୍ୟାଣ୍ଡ ପ୍ୟାକେଜ୍‌ ସହିତ ୧୫ ଟି ଷ୍ଟ୍ରିମିଂ ଆପ୍‌ ମଧ୍ୟ ସାମିଲ ରହିଛି ।

ସୂଚନାଯୋଗ୍ୟ ଯେ, ଜିଓ ନିକଟରେ ଏହାର ଜିଓ ଏୟାରଫାଇବର ସେବାକୁ ଓଡ଼ିଶାର ୨୫୦ରୁ ଅଧିକ ସହର ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକୁ ସମ୍ପ୍ରସାରିତ କରିଛି । ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌ ସୁବିଧା ସହିତ ସଂଯୁକ୍ତ କରୁଛି ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌ ବ୍ରଡବ୍ୟାଣ୍ଡ୍‌ ସୁବିଧା ସେମାନଙ୍କ ପରିସରକୁ ଅପ୍‌ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା  । ଜିଓ ଏୟାରଫାଇବର ଟିଭି ଏବଂ ବ୍ରଡ଼ବ୍ୟାଣ୍ଡ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବାର ସୁଯୋଗ ପ୍ରଦାନ କରୁଛି  । ଜିଓ ଏୟାରଫାଇବର ଓଡ଼ିଶାର ୨୫୦ ରୁ ଅଧିକ ଛୋଟ ବଡ଼ ସହରରେ ଏବଂ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଡିଜିଟାଲ ଲାଇଫଲାଇନ ପାଲଟିବା ସହ ସର୍ବାଧିକ ପସନ୍ଦର ଭରସାଯୋଗ୍ୟ ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ହୋଇଛି  ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.