ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଇନ୍ଦିରାଙ୍କ ପ୍ରବେଶ ଓ ରାଜୀବଙ୍କ ପ୍ରସ୍ଥାନର ଭବିଷ୍ୟବାଣୀ; ଜାଣନ୍ତୁ ଭାରତର ପ୍ରଥମ ୫ଟି ନିର୍ବାଚନର ସର୍ଭେ କାହାଣୀ

  • ଏକ୍‌ଜିଟ୍‌ ପୋଲ୍‌ରୁ ଜଣାପଡ଼େ ନିର୍ବାଚନରେ କାହାର ପଲ୍ଲା ଭାରି ରହିବ 
  • ଦେଶରେ ପ୍ରଥମ ୫ଟି ଏକ୍‌ଜିଟ୍‌ ପୋଲ୍‌ ବଦଳାଇ ଦେଇଥିଲା ଭାରତରେ ରାଜନୀତିର ମୋଡ଼.
  • କିପରି ଥିଲା ୯୦ ଦଶକରେ ଏକ୍‌ଜିଟ୍‌ ପୋଲ୍‌ ବ୍ୟବସ୍ତା?
  • କିଏ ପ୍ରଥମ ଥର ପାଇଁ ଦେଶରେ ଏକ୍‌ଜିଟ୍‌ ପୋଲ୍‌କୁ ଦେଇଥିଲେ ଅନୁମୋଦନ ?

ନୂଆଦିଲ୍ଲୀ,୦୧/୧୨: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସମେତ ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ଏକଜିଟ୍ ପୋଲ୍‌କୁ ନେଇ ଏବେ ଚର୍ଚ୍ଚା। ବିଭିନ୍ନ ଏଜେନ୍ସିର ସର୍ଭେ ରିପୋର୍ଟ ନ୍ୟୁଜ୍ ଚ୍ୟାନେଲ ଏବଂ ଖବରକାଗଜରେ ଦେଖିବାକୁ ମିିଳିଛି, ଯେଉଁଥିରେ ସରକାର ଗଠନ ଏବଂ ବିଫଳତାର ସମୀକରଣ ଉଲ୍ଲେଖ ରହିଛି। ଭୋଟ୍ ଗଣତି ପୂର୍ବରୁ ଏକଜିଟ୍ ପୋଲର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଥିଲେ ମଧ୍ୟ ଏହାର ପ୍ରାସଙ୍ଗିକତା ଆଜି ବି ରହିଛି। 

୧୯୬୭ ମସିହାରେ ଦିଲ୍ଲୀର ସେଣ୍ଟର ଫର୍ ଡେଭଲପମେଣ୍ଟ ସୋସାଇଟି (CSDS) ଦ୍ବାରା ଭାରତରେ ପ୍ରଥମ ଏକଜିଟ୍ ପୋଲ୍ ପ୍ରସ୍ତୁତ କରାଯାଇଥିଲା, କିନ୍ତୁ ଏହି ଏକଜିଟ୍ ପୋଲର ନମୁନା ବହୁତ କମ୍ ଥିଲା। ୧୯୮୦ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବହୁ ପରିମାଣରେ ଏକଜିଟ୍ ପୋଲ୍ ଏକାସାଙ୍ଗରେ ପ୍ରସ୍ତୁତ ହୋଇଥିଲା। 

ପଢ଼ନ୍ତୁ: କେଉଁ ରାଜ୍ୟରେ କାହାର ସରକାର ଆସିବ, କିପରି ଏକ୍‌ଜିଟ୍‌ ପୋଲ୍‌ରୁ ହୁଏ ପୂର୍ବାନୁମାନ? ଜାଣନ୍ତୁ ପୂରା ପ୍ରକ୍ରିୟା

୧୯୯୬ ରେ, ଦୁରଦର୍ଶନ ସିଏସ୍‌ଡିଏସ୍‌ ସହିତ ଏକ ଚୁକ୍ତିନାମା କରି ଏକ ଏକ୍ଜିଟ୍ ପୋଲ୍ ପ୍ରସ୍ତୁତ କରିଥିଲା। ଏହି କାର୍ଯ୍ୟକ୍ରମ ବହୁତ ଲୋକପ୍ରିୟ ମଧ୍ୟ ହୋଇଥିଲା। ଏହାର କାରଣ ହେଉଛି ଏକଜିଟ୍ ପୋଲର ସଠିକ୍ ମୂଲ୍ୟାଙ୍କନ। ଏହି ଏକଜିଟ୍ ପୋଲରେ କୌଣସି ଦଳର ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ଆସିବ ନାହିଁ ବୋଲି କୁହାଯାଇଥିଲା। ଟିଭି ଚ୍ୟାନେଲ ଆସିବା ପରେ ନିର୍ବାଚନ ସମୟରେ ଏକଜିଟ୍ ପୋଲ୍ ଏବଂ ନିର୍ବାଚନ ସର୍ବେକ୍ଷଣର ପ୍ରାଧାନ୍ୟ ବୃଦ୍ଧି ପାଇବାରେ ଲାଗିଥିଲା। ବର୍ତ୍ତମାନ ସମୟରେ ୧୦ ରୁ ଅଧିକ ଏଜେନ୍ସି ଏକ୍‌ଜିଟ୍‌ ପୋଲ୍‌ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଆନ୍ତି।

ଦେଶର ପ୍ରଥମ ପାଞ୍ଚୋଟି ନିର୍ବାଚନର ଏକ୍‌ଜିଟ୍‌ ପୋଲ୍‌ କିପରି ଥିଲା?

୧୯୮୦: ଏମରଜେନ୍ସି ପରେ ଇନ୍ଦିରା ସରକାର ଆସିବା ନେଇ ଭବିଷ୍ୟବାଣୀ:

ଜନତା ପାର୍ଟିରେ ମତଭେଦ ପରେ ୧୯୮୦ ରେ ମଧ୍ୟବର୍ତ୍ତୀ ଲୋକସଭା ନିର୍ବାଚନ ଘୋଷଣା କରାଯାଇଥିଲା। ସେହି ସମୟରେ, ସିଏସ୍‌ଡିଏସ୍‌ ପ୍ରଥମେ ପ୍ରି-ପୋଲ୍ ସର୍ଭେ କରିଥିଲା। ଏହି ସର୍ଭେରୁ କଂଗ୍ରେସର ପ୍ରତ୍ୟାବର୍ତ୍ତନକୁ ସଂକେତ ମିଳିଥିଲା। ଏହି ସର୍ଭେରେ ବିଭିନ୍ନ ଜାତି ଏବଂ ଧର୍ମର ଲୋକଙ୍କୁ ଭୋଟ୍ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯାଇଥିଲା। ସର୍ବେକ୍ଷଣରେ ସାମିଲଦଳିତ ସମ୍ପ୍ରଦାୟର ୨୯ ପ୍ରତିଶତ ଲୋକ କହିଥିଲେ ଯେ ସେମାନେ କଂଗ୍ରେସକୁ ଭୋଟ୍ ଦେବେ। ୧୧.୮ ପ୍ରତିଶତ ଲୋକ ପୁନର୍ବାର ଜନତା ଦଳକୁ ଭୋଟ୍ ଦେବା କଥା କହୁଥିଲେ। ସେହିପରି ଓବିସି ବର୍ଗର ୨୪.୭ ପ୍ରତିଶତ ଲୋକ ମଧ୍ୟ କଂଗ୍ରେସ ସପକ୍ଷରେ ଥିବାବେଳେ ଜନତା ଦଳକୁ ମାତ୍ର ୭.୮ ପ୍ରତିଶତ ପଛୁଆ ବର୍ଗର ସମର୍ଥନ ମିଳି‌ଥିଲା।

ଏହି ସର୍ଭେରେ ୩୭୯୦ ଲୋକଙ୍କୁ ପ୍ରଶ୍ନ ପଚରାଯାଇଥିଲା, ସେଥିମଧ୍ୟରୁ ୪୧ ପ୍ରତିଶତ ଲୋକ ଇନ୍ଦିରା ଗାନ୍ଧୀ ସରକାର ଗଠନ ହେବା ନେଇ କହିଥିଲେ। ସିଏସ୍‌ଡିଏସ୍‌ ପରି ମାର୍ଗ-ଇଣ୍ଡିଆ ଟୁଡେ ମଧ୍ୟ ୧୯୮୦ ରେ ନିର୍ବାଚନ ସର୍ଭେ କରିଥିଲା। ଏହି ସର୍ଭେରେ କଂଗ୍ରେସର ସ୍ପଷ୍ଟ ପ୍ରତ୍ୟାବର୍ତ୍ତନ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଲୋକସଭା ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କ ଦଳ ୩୫୩ ଟି ଆସନ ଜିତିଥିଲା ଏବଂ କଂଗ୍ରେସ ପ୍ରାୟ ୪୨ ପ୍ରତିଶତ ଭୋଟ୍ ପାଇଥିଲା।

ପଢ଼ନ୍ତୁ: ୩ ସିଫ୍ଟରେ କାମ କରନ୍ତୁ ଭାରତୀୟ, ସକାଳ ୧୧ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାମ କଲେ ହେବନି ବିକାଶ: ନାରାୟଣ ମୂର୍ତ୍ତିଙ୍କ ପରାମର୍ଶ

୧୯୮୯: ଭିପି ସିଂଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠୁ ବଡ଼ ଦାବିଦାର ବୋଲି କୁହାଯାଉଥିଲା:

୧୯୮୯ ର ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ  ବହୁ ପରିମାଣରେ ଏଜେନ୍ସିଗୁଡିକ ନିର୍ବାଚନୀ ସର୍ଭେ କରିଥିଲେ। ମାର୍ଗ-ଇଣ୍ଡିଆ ଟୁଡେ ଏହି ନିର୍ବାଚନରେ ସାରା ଦେଶରେ ୭୭ ହଜାରରୁ ଅଧିକ ଲୋକଙ୍କ ସହ କଥା ହୋଇଥିଲେ। ପ୍ରଥମ ଥର ପାଇଁ, ନିର୍ବାଚନ ପ୍ରସଙ୍ଗ ଠାରୁ ଆରମ୍ଭ କରି ଚେହେରା ପର୍ଯ୍ୟନ୍ତ ସବୁ ବିଷୟରେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରିଥିଲେ। ମାର୍ଗ-ଇଣ୍ଡିଆ ଟୁଡେ ର ଏହି ସର୍ଭେରେ କଂଗ୍ରେସ ସରକାରଙ୍କ ପତନ ହେବାର ପୂର୍ବାନୁମାନ କରାଯାଇଥିଲା। ସର୍ଭେରେ ସାମିଲ ଲୋକମାନେ ମୁଦ୍ରାସ୍ଫୀତି ଏବଂ ଦୁର୍ନୀତିକୁ ଏକ ବଡ଼ ପ୍ରସଙ୍ଗ କରିଥିଲେ। କେବଳ ଏତିକି ନୁହେଁ, ଏହି ସର୍ଭେରେ ସାମିଲ ୬୩ ପ୍ରତିଶତ ଲୋକ ଭିପି ସିଂଙ୍କୁ ବିରୋଧୀ ଦଳରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଶ୍ରେଷ୍ଠ ପ୍ରାର୍ଥୀ ବୋଲି ବିବେଚନା କରିଥିଲେ। ୧୦ ପ୍ରତିଶତ ଲୋକ ଦେବୀ ଲାଲ ଏବଂ ୮ ପ୍ରତିଶତ ଲୋକ ରାମକୃଷ୍ଣ ହେଗଡେଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ଉପଯୁକ୍ତ ପ୍ରାର୍ଥୀ ବୋଲି କହିଥିଲେ। 

୧୯୮୯ ଲୋକସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇ‌ଥିଲା। ଦଳର ଆସନ ହ୍ରାସ ପାଇ ୪୦୩ ରୁ ୧୯୭ କୁ ଖସି ଆସିଥିଲା। ମିଳିତ ମେଣ୍ଟର ଦଳମାନେ ସରକାର ଗଠନ ପାଇଁ ଦାବି କରିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ପଦ ପାଇଁ ଭିପି ସିଂ, ଦେବୀ ଲାଲ ଏବଂ ଚନ୍ଦ୍ରଶେଖର ଦୌଡ଼ରେ ଥିଲେ, କିନ୍ତୁ ଦେବୀ ଲାଲ ପ୍ରଧାନମନ୍ତ୍ରୀ ଆସନ ଗ୍ରହଣ କରିନଥିଲେ, ସେ କହି‌ଥିଲେ ଯେ, ଲୋକମାନେ ଏହି ଆସନକୁ ଭିପି ସିଂଙ୍କୁ ଦେଇଛନ୍ତି। ଦେବୀ ଲାଲ ସଂସଦୀୟ ଦଳ ବୈଠକରେ କହିଥିଲେ ଯେ, ଦୁର୍ନୀତି ବିରୋଧରେ ଅଭିଯାନକୁ ଲୋକମାନେ ପ୍ରଶଂସା କରିଛନ୍ତି ଏବଂ ଭିପି ସିଂ ହେଉଛନ୍ତି ଲୋକଙ୍କ ପ୍ରଥମ ପସନ୍ଦ, ତେଣୁ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ଉଚିତ୍।

୧୯୯୧ ରେ ହୋଇ‌ଥିଲା ସେ ସମୟର ସବୁଠାରୁ ବଡ଼ ଏକ୍‌ଜିଟ୍‌ ପୋଲ୍‌:

ମିଳିତ ମେଣ୍ଟ ସରକାର ପତନ ପରେ ୧୯୯୧ ରେ ଲୋକସଭା ନିର୍ବାଚନ ଘୋଷଣା କରାଯାଇଥିଲା। ନିର୍ବାଚନ ସମୟରେ କଂଗ୍ରେସ ନେତା ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ନିର୍ବାଚନ ସମ୍ପର୍କରେ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା କରାଯାଇଥିଲା। ସେତେବେଳେ ଫ୍ରଣ୍ଟଲାଇନ ଏବଂ ମାର୍ଗ ପୃଥକ ନିର୍ବାଚନ ସର୍ଭେ ପ୍ରସ୍ତୁତ କରିଥିଲେ। ମାର୍ଗ ୯୦ ହଜାର ଲୋକଙ୍କ ମତାମତ ନେଇ ୧୯୯୧ ନିର୍ବାଚନରେ ଏକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଥିଲା। ସେତେବେଳେ ନିର୍ବାଚନ ବିଶ୍ଳେଷଣର କାର୍ଯ୍ୟ ଜଣାଶୁଣା ନିର୍ବାଚନ ବିଶ୍ଳେଷକ ପ୍ରଣବ ରୟଙ୍କ ଦ୍ୱାରା କରାଯାଇଥିଲା। ଏହି ସର୍ଭେରେ କଂଗ୍ରେସ ୨୬୫ ଟି ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଥିଲା। ଏହି ସର୍ଭେରେ ଗ୍ରାମାଞ୍ଚଳରେ କଂଗ୍ରେସର ଆଭିମୁଖ୍ୟ ମଜବୁତ ଥିବା କୁହାଯାଇଥିଲା। ନିର୍ବାଚନର ଫଳାଫଳ ମଧ୍ୟ ପାଖାପାଖି ସମାନ ଥିଲା। କଂଗ୍ରେସ ୨୪୪ ଟି ଆସନ ଜିତିଥିଲା ଏବଂ ସରକାର ଗଠନ କରିବାରେ ଦଳ ସଫଳ ହୋଇଥିଲା।

ପଢ଼ନ୍ତୁ: ମାଷ୍ଟର ସେଫ୍‌ ଇଣ୍ଡିଆରେ ଓଡ଼ିଶା ମିଲେଟ୍ସର ପ୍ରଶଂସା

୧୯୯୬: ଦୁରଦର୍ଶନ କରିଥିଲା ପ୍ରଥମ ଏକ୍‌ଜିଟ୍‌ ପୋଲ୍:

୧୯୯୬ ର ଲୋକସଭା ନିର୍ବାଚନରେ, ସରକାରୀ ଚ୍ୟାନେଲ ଦୂରଦର୍ଶନ ସିଏସ୍‌ଡିଏସ୍‌ ସହଯୋଗରେ ଏକ ଏକଜିଟ୍ ପୋଲ୍ କରିଥିଲା। ଏହି ଏକଜିଟ୍ ପୋଲରେ କୁହାଯାଇଥିଲା ଯେ, କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିପାରିବ ନାହିଁ। ଏହି ସିଏସ୍‌ଡିଏସ୍‌ ସର୍ଭେରେ ୯୬୧୪ ଜଣଙ୍କ ଠାରୁ ମତାମତ ନିଆଯାଇଥିଲା। ସର୍ଭେ କରାଯାଇଥିବା ୨୮.୫ ପ୍ରତିଶତ ଲୋକ କହିଥିଲେ ଯେ, ସେମାନେ କଂଗ୍ରେସକୁ ଭୋଟ୍ ଦେବେ ଏବଂ ୨୦.୧ ପ୍ରତିଶତ ଲୋକ କହିଥିଲେ ଯେ ସେମାନେ ବିଜେପିକୁ ଭୋଟ୍ ଦେବେ। ପ୍ରାୟ ୪୦ ପ୍ରତିଶତ ଲୋକ କହିଥିଲେ ଯେ, ସେମାନେ ଅନ୍ୟ ଦଳକୁ ଭୋଟ୍ ଦେବେ। 

ନିର୍ବାଚନ ଫଳାଫଳ ମଧ୍ୟ ସମାନ ଢ଼ଙ୍ଗରେ ଆସିଥିଲା। ବିଜେପି ସବୁଠୁ ବଡ଼ ଦଳ ହୋଇ‌ଥିଲା, କିନ୍ତୁ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲା। କଂଗ୍ରେସ ଏବଂ ମିଳିତ ମେଣ୍ଟ ସରକାର ଗଠନ କରିଥିଲେ। ଏହି ସରକାର ଦେଶରେ ୨ ବର୍ଷ ଯାଏଁ ଦେଶରେ ଚାଲିଥିଲା, ଯେଉଁଥିରେ ୨ ଜଣ ପ୍ରଧାନମନ୍ତ୍ରୀ ରହିଥିଲେ। ୧୯୯୬ ରେ, ଆଉଟଲୁକ୍-ମାର୍ଶ ସର୍ଭେ ମଧ୍ୟ ନିର୍ବାଚନ ଫଳାଫଳର ଅତି ନିକଟତର ସର୍ଭେ କରିଥିଲା। ଏହି ସର୍ଭେରେ ବିଜେପିକୁ ୧୯୨ ଟି, କଂଗ୍ରେସକୁ ୧୪୨ ଟି ଆସନ ଏବଂ ଅନ୍ୟ ଦଳକୁ ୨୦୩ ଟି ଆସନ ଦିଆଯାଇଥିଲା। କିନ୍ତୁ ବାସ୍ତବରେ ବିଜେପି ୧୮୯ ଟି ଆସନ, କଂଗ୍ରେସ ୧୩୨ ଏବଂ ଅନ୍ୟ ଦଳ ୨୧୫ ଟି ଆସନ ପାଇଥିଲେ।

You can also read: ଏମ୍ସରୁ ଡିସ୍‌ଚାର୍ଜ ପରେ ଘରମୁହାଁ ଶ୍ରମବୀର, ୨ ସପ୍ତାହ ପରେ ପୁଣି ହେବ ସ୍ୱାସ୍ଥ୍ୟ ପରୀକ୍ଷା



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.