ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଆଫଗାନିସ୍ତାନକୁ ୫୦ ହଜାର ମେଟ୍ରିକ୍ ଟନ୍ ଶସ୍ୟ ଓ ୨ ଶହ ଟନ୍ ଔଷଧ ଯୋଗାଇଲା ଭାରତ, କହିଲା ଆମେ ଶାନ୍ତି ଚାହୁଁ…

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ସୂଚନା ଦେବାବେଳେ ଭାରତ କହିଛି ଯେ, ଆମେ ଆଫଗାନିସ୍ତାନର ପଡୋଶୀ ତଥା ବିକାଶ ସହଯୋଗୀ ହେବୁ। ଉଭୟ ଦେଶର ଐତିହାସିକ ସଭ୍ୟତା ଅଛି । ଆମେ ଆଫଗାନିସ୍ତାନରେ ଶାନ୍ତି ଏବଂ ସ୍ଥାୟିତ୍ବର ସମର୍ଥକ ଏବଂ ଆଫଗାନିସ୍ତାନରେ ମାନବ ଅଧିକାର ବିକାଶ କାର୍ଯ୍ୟର ତଦାରଖ କରୁଛୁ।

 ମିଳିତ ଜାତିସଂଘର ୫୪ ତମ ମାନବ ଅଧିକାର ପରିଷଦ ବୈଠକରେ ଭାରତ କହିଛି ଯେ, ଆମେ ଆଫଗାନିସ୍ତାନକୁ ୫୦ ହଜାର ମେଟ୍ରିକ୍ ଟନ୍ ଶସ୍ୟ, ୨୮ ଟନ୍ ବିପର୍ଯ୍ୟୟ ପ୍ରଶମନ ପ୍ୟାକେଜ୍, ୨ ଶହ ଟନ୍ ଔଷଧ, ଟିକା ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ପଠାଇଛୁ । ଭାରତ ମିଳିତ ଜାତିସଂଘର ମାନବିକ ଅଧିକାର କାର୍ଯ୍ୟରେ ଏକ ଅଂଶୀଦାର, ଯାହା ଅଧିନରେ ଆଫଗାନିସ୍ତାନର ମହିଳା ପୁନର୍ବାସ କେନ୍ଦ୍ରକୁ ୧୧ ହଜାର ୟୁନିଟ୍ ମହିଳା ସ୍ୱାସ୍ଥ୍ୟ କିଟ୍ ଏବଂ କମ୍ବଳ ମଧ୍ୟ ପଠାଯାଇଛି । ମିଳିତ ଜାତିସଂଘ ମାନବ ଅଧିକାର କମିଶନରଙ୍କ କାର୍ଯ୍ୟାଳୟ ଉପରେ ଆଲୋଚନା ବେଳେ ଏହି ସୂଚନା ଦେଇଛି ଭାରତ । 

 ସୂଚନାଥାଉକି, ଯେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ମଧ୍ୟ ସଙ୍କଟ ଜୁଝୁଥିବା ଆଫଗାନିସ୍ତାନର ଲୋକଙ୍କୁ ସାହାଯ୍ୟ ପଠାଇଛି ଭାରତ । ପ୍ରାୟ ଦୁଇ ବର୍ଷ ପୂର୍ବେ ତାଲିବାନ ପୁଣିଥରେ ଆଫଗାନିସ୍ତାନରେ କ୍ଷମତା ଗ୍ରହଣ କରିଥିଲା । ଏହା ପରେ ଆଫଗାନିସ୍ତାନ ଏକ ମାନବିୟ ସଙ୍କଟର ସମ୍ମୁଖୀନ ହୋଇଥିଲା। ଆଫଗାନିସ୍ତାନ ଲୋକଙ୍କୁ ଚିକିତ୍ସା ଏବଂ ଖାଦ୍ୟ ସହାୟତା ସମେତ ଭାରତ ଅନ୍ୟାନ୍ୟ ମାନବିୟ ସହାୟତା ଯୋଗାଉଛି । ଭାରତ ଠାରୁ ସାହାଯ୍ୟ ପାଇ ବେସ୍ ଉତ୍ସାହିତ ଅଛି ତାଲିବାନ । ଏଥିପାଇଁ ଭାରତକୁ କୃତଜ୍ଞତା ମଧ୍ୟ ଜଣାଇଛି ।


 

Copyright © 2022 - Summa Real Media Private Limited. All Rights Reserved.