ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ବିଧାୟିକା ପଦରୁ ଇସ୍ତଫା ଦେଲେ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ନୂଆଦିଲ୍ଲୀ,୧୫/୬:ବିଧାୟିକା ପଦରୁ ଇସ୍ତଫା ଦେଲେ  ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ପତ୍ନୀ କୃଷ୍ଣା କୁମାରୀ। ବିଧାୟିକା ଭାବେ ଶପଥ ଗ୍ରହଣ କରିବା ପରେ ସେ ଗୁରୁବାର ଏହି ପଦରୁ ଇସ୍ତଫା ଦେଇଛନ୍ତି । ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ କୃଷ୍ଣା କୁମାରୀ ରାୟ ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ର ପ୍ରାର୍ଥୀ ବିମଲ ରାୟଙ୍କୁ ପରାସ୍ତ କରି ନାମଚି- ସିନ୍ଧିଥାଙ୍ଗ୍ ଅସନରୁ ବିଜୟୀ ହୋଇଥିଲେ ।ତେବେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ର ନବ ନିର୍ବାଚିତ ବାଚସ୍ପତି ଏମ୍ ଏନ୍ ଶେରପା ନେତ୍ରୀ କୃଷ୍ଣା କୁମାରୀ ରାୟଙ୍କ ଇସ୍ତଫା ସ୍ୱିକାର କରିଛନ୍ତି । 

ଗୁରୁବାର କୃଷ୍ଣା ଏକ ଚିଠି ମାଧ୍ୟମରେ ଭୋଟରୁଙ୍କୁ ଇସ୍ତଫା ଦେବାର କାରଣ ଦର୍ଶାଇ ଲେଖିଛନ୍ତି ଯେ, 'ଏସକେଏମ୍ ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଇ ଏହି ନିର୍ବାଚନ ଲଢ଼ିଥିଲି । ବହୁତ ଭାରି ମନରେ ମୁଁ ଆପଣଙ୍କୁ ସୂଚିତ କରୁଛି କି ଅଧିକାରିକ ଭାବେ ନିଜ ଇସ୍ତଫା ଦେଇଛି । ମୁଁ କେବେ ବି ଭାବି ନଥିଲି ଯେ ଏତେ ଶୀଘ୍ର ରାଜନୀତିରେ ପ୍ରବେଶ କରିବି । ମୁଁ ସବୁବେଳେ ରାଜନୀତିକୁ ଏକ ସାମାଜିକ କାର୍ଯ୍ୟ ଭାବେ ଦେଖିଛି ।'ମୋର ବିଶ୍ୱାସ ଯେ ଲୋକଙ୍କ ସେବା କରିବା ପାଇଁ ମୋତେ କୌଣସି ପଦର ଆବଶ୍ୟକତା ନାହିଁ । ମୁଁ ମୋ କ୍ଷମତା ଅନୁଯାୟୀ ଲୋକଙ୍କ ସେବା କରି ଆସୁଛି ଏବଂ କରୁଥିବି ବୋଲି କହିଛନ୍ତି କୃଷ୍ଣା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.