ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

'ଜିୟୋ ଔର ଜିନେ ଦୋ'... ବକରିଦ୍‌ରେ ନୀରିହ ପଶୁଙ୍କ ଜୀବନ ବଞ୍ଚାଇବାକୁ କିଣିଲେ ୧୧ ଲକ୍ଷ ଟଙ୍କାର ଛେଳି

ନୂଆଦିଲ୍ଲୀ, ୧୮/୦୬ : ସୋମବାର ବକରିଦ୍ ପାଳିଲା ସାରା ଦେଶ। ପରମ୍ପରା ମୁତାବିକ ଦିଆଗଲା ବଳିଦାନ। ଏଥିରେ ବଳି ପଡ଼ିଗଲେ ଲକ୍ଷାଧିକ ଛେଳି। ହେଲେ ଏହି ନୀରିହ ପଶୁଙ୍କ ଜୀବନ ରକ୍ଷା ପାଇଁ ଦିଲ୍ଲୀରେ ହୋଇଛି ଏକ ନିଆରା ପ୍ରୟାସ। କିଛି ଲୋକ ମିଶି ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ରକ୍ଷା କରିଛନ୍ତି ୧୨୭ ଛେଳିଙ୍କ ଜୀବନ। ହେଲେ ଏମାନେ କେବଳ ଏହି ଛେଳି ଗୁଡ଼ିକୁ କିଣି ନାହାଁନ୍ତି ବରଂ ଜୀବନସାରା ସେମାନଙ୍କ ସେବା କରିବା ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

ସୂଚନାନୁଯାୟୀ, ପୁରୁଣା ଦିଲ୍ଲୀ ସ୍ଥିତ ଧର୍ମପୁରା ଜୈନ ମନ୍ଦିର ସହ ଜଡ଼ିତ ଜୈନ ସମାଜର କିଛି ଲୋକ ଏହି ଛେଳି ଗୁଡ଼ିକୁ କିଣିଛନ୍ତି। ବକରିଦ୍‌ର ୨ ଦିନ ପୂର୍ବରୁ ଏନେଇ ସମସ୍ତେ ଆଲୋଚନା କରିଥିଲେ। ଏହାପରେ ହ୍ଵାଟସଆପ୍ ଗ୍ରୁପ୍ ମାଧ୍ୟମରେ କ୍ରାଉଡ୍ ଫଣ୍ଡିଂ ପାଇଁ ଅପିଲ୍ କରିଥିଲେ। ଦେଖୁ ଦେଖୁ ୧୧ ଲକ୍ଷ ଟଙ୍କା ଜମା ହୋଇଥିଲା। ଏହି ଟଙ୍କାରେ ସେମାନେ ୧୨୭ଟି ଛେଳିଙ୍କୁ କିଣିଥିଲେ। 

ସେମାନଙ୍କ କହିବା ଅନୁଯାୟୀ, ପ୍ରତି ଜୀବର ବଞ୍ଚିବା ଅଧିକାର ରହିଛି। ଆମ ଦ୍ଵାରା ଯାହା ହୋଇପାରିଛି, କ୍ଷମତା ହିସାବରେ ଆମେ ଏଭଳି କରିଛୁ। ଏହି ଛେଳି ଗୁଡ଼ିକର ଖାଦ୍ୟପେୟ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ଡାକ୍ତରୀ ଟିମ୍ ସକାଳ ସନ୍ଧ୍ୟାରେ ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ୍ କରୁଛନ୍ତି। ଦିନେ ଦୁଇ ଦିନ ମଧ୍ୟରେ ଏହି ଛେଳି ଗୁଡ଼ିକୁ ଖତୌଲି ନିକଟ ଏକ ପଶୁଶାଳରେ ଛଡ଼ାଯିବ। ଏହି ପଶୁଶାଳକୁ ଜୈନ ସମାଜରର ସଙ୍ଗଠନ ଦ୍ଵାରା ସଞ୍ଚାଳନ କରାଯାଉଛି। 

ସୋସିଆଲ ମିଡିଆରେ ଜୈନ ସମାଜର ଲୋକମାନେ ଏହି ଛେଳି ଗୁଡ଼ିକର ଫଟୋ ପୋଷ୍ଟ କରି ଜିଓ ଏବଂ ଜିନେ ଦୋ କ୍ୟାମ୍ପେନ ଆରମ୍ଭ କରିଛନ୍ତି। ଜୈନ ସମାଜର ଅଧ୍ୟକ୍ଷ ଚକ୍ରେଶ ଜୈନଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ଏହି କ୍ୟାମ୍ପେନର ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଦେଶ ବିଦେଶରୁ ଲୋକମାନେ ଏହି କ୍ୟାମ୍ପେନର ଭାଗ ନେଇଛନ୍ତି। ଆଗକୁ ଏହି ପ୍ରୟାସ ଜାରି ରହିବ। ଅଧିକରୁ ଅଧିକ ପଶୁଙ୍କ ଜୀବନ ରକ୍ଷା କରାଯିବ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.