ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଭାରତର ନ୍ୟୁ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ, କହିଲେ-୨୯ ଜୁନ୍ ହୋଇପାରେ ସାରା ବିଶ୍ବ ପାଇଁ ଅନ୍ତିମ ଦିନ

ନୂଆଦିଲ୍ଲୀ,୧୮।୬: ଦୁନିଆ ପାଇଁ ବିପଦଜନକ ଦିନ ହୋଇପାରେ ୨୯ ଜୁନ୍। ଏଭଳି ଏକ ଭବିଷ୍ୟବାଣୀ କରିଛନ୍ତି ଭାରତୀୟ ଜ୍ୟୋତିଷଶାସ୍ତ୍ରୀ ଓ ନ୍ୟୁ ନୋଷ୍ଟ୍ରାଡାମସ୍ ନାମରେ ପରିଚିତ କୁଶାଲ କୁମାର। ନିକଟରେ ଏକ ଇଣ୍ଟରଭ୍ୟୁରେ କୁଶାଲ କହିଛନ୍ତି, ବିଶ୍ବରେ ଖୁବ୍ ଶୀଘ୍ର ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହେବାକୁ ଯାଉଛି। ୧୮ ଜୁନ୍‌ରୁ ୨୯ ଜୁନ୍ ଭିତରେ କେବେ ବି ହୋଇପାରେ। ୨୯ ଜୁନ୍‌ ଦୁନିଆ ପାଇଁ ଖୁବ୍ ବିପଦଜନକ ଦିନ। ଜ୍ୟୋତିଷଶାସ୍ତ୍ରୀ କୁଶାଲ କୁମାର ଇସ୍ରାଏଲ- ହମାସ, ଋଷ-ନାଟୋ, ଉତ୍ତର କୋରିଆ- ଦକ୍ଷିଣ କୋରିଆ ଓ ଚୀନ୍-ତାଇଓ୍ବନ ମଧ୍ୟରେ ବିବାଦ ବଢିବାର ଭବିଷ୍ୟବାଣୀ କରିଛନ୍ତି।

କୁଶାଲ କହିଛନ୍ତି, ସେ ଭବିଷ୍ୟବାଣୀ କରିବା ପାଇଁ ବୈଦିକ ଜ୍ୟୋତିଷ ଚାର୍ଟର ଉପଯୋଗ କରିଛନ୍ତି, ଯାହାକି ହିନ୍ଦୁ ସଂସ୍କୃତି ଉପରେ ଆଧାରିତ। ଗ୍ରହ ଓ ନକ୍ଷତ୍ରକୁ ପଢିବା ପରେ ମୁଁ ସଠିକ ତାରିଖ କହିଛି ଯେ,କେବେ ତୃତୀୟ ବିଶ୍ବଯୁଦ୍ଧ ଆରଆମ୍ଭ ହୋଇପାରେ। ସେ କହିଛନ୍ତି, ମଙ୍ଗଳବାର ୧୮ ଜୁନ୍ ୨୦୨୪ରେ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ କରିବାର ଦିନ। ତେବେ ସେ କହିଥିଲେ ୧୦ ଓ ୨୯ ଜୁନ୍‌ ମଧ୍ୟରେ ଏହା କେବେ ବି ଆରମ୍ଭ ହୋଇପାରେ। ସେ କହିଛନ୍ତି ଦିନ ଆଗକୁ ଯେତେ ବିତୁଛି, ଦୁନିଆ ଉପରେ ନୂଆ ସଙ୍କଟ  ଘନଉଛି।

କୁଶାଲ ଏଭଳି ପ୍ରଥମ ଥର ନୁହେଁ, ସେ ପୂର୍ବରୁ ବହୁ ଭବିଷ୍ୟବାଣୀ କରିଛନ୍ତି। ସେ ଦାବି କହିଥିଲେ,ଇସ୍ରାଏଲ-ଲେବାନନ୍ ଏବଂ ଉତ୍ତର କୋରିଆ -ଦକ୍ଷିଣ କୋରିଆ ଭିତରେ ବିବାଦ ହେବ। ଯାହାକି ସତ ପ୍ରମାଣିତ ହୋଇଛି। ସେ କହିଥିଲେ, ଋଷ ହଓ୍ବାନାରେ ଏକ ପରମାଣୁ ବୁଡା ଜାହାଜ ସହିତ ଯୁଦ୍ଧପୋତ ପଠାଉଛି। ଆମେରିକାର ଅଧିକାରୀଙ୍କୁ ଉସକାଇବା ପାଇଁ ଚୀନ୍ ତାଇଓ୍ବାନର ତଟରେ ସମରାଭ୍ୟାସ କରୁଛି।  

ତେବେ ଆସନ୍ତୁ ଜାଣିବା ନୋଷ୍ଟ୍ରାଡାମସ୍ କିଏ ? ନୋଷ୍ଟ୍ରାଡାମସ୍ ଫ୍ରାନ୍ସ ର ଜ୍ୟୋତିଷ ଥିଲେ। ୧୬ ଶ ଶତାବ୍ଦୀରେ ’ଲେସ୍ ପ୍ରଫିଟିଜ୍’ ନାମକ ଏକ ପୁସ୍ତକ ଜରିଆରେ ୨୦୨୪ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଥିଲେ। ନୋଷ୍ଟ୍ରାଡାମସ୍ ଭବିଷ୍ୟବାଣୀ କରିଥିଲେ ୨୦୨୪ ଗମ୍ଭୀର ପାଣିପାଗ ଘଟଣା ଓ ବିଶ୍ବ ଯୁଦ୍ଧର ସାକ୍ଷୀ ହେବ। ୨୦୨୪ ରେ ଯୁଦ୍ଧ ଏବଂ ଜଳବାୟୁ ସଙ୍କଟ ଗୁରୁତର ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.