ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଯୁବଗୋଷ୍ଠୀଙ୍କ ଜୀବନ ନେଉଛି ସେଲ୍‌ଫି ଓ ରିଲ୍ସ ନିଶା; ଅସାବଧାନତାଜନିତ ମୃତ୍ୟୁରେ ଆଗରେ ଭାରତ

Image source: NBT

ନୂଆଦିଲ୍ଲୀ,୧୮/୦୬: ମହାରାଷ୍ଟ୍ରରେ ଜଣେ ମହିଳା ରିଲ କରୁଥିବା ବେଳେ ୩୦୦ ଫୁଟ ଖାଇ ତଳକୁ ଖସି ତାଙ୍କର ମୃତ୍ୟୁ ହୋଇଛି। ଏହି ମାମଲା ଔରଙ୍ଗାବାଦ ଜିଲ୍ଲାର ସୁଲିଭଞନ ଅଞ୍ଚଳର ଅଟେ। ମହିଳା ଜଣଙ୍କ ୨୩ ବର୍ଷୀୟ ଶ୍ୱେତା ଦୀପକ ବୋଲି ଜଣାପଡିଛି। ଖାଲରେ ପଡ଼ିବାର କିଛି ସେକେଣ୍ଡ ପୂର୍ବରୁ ନିଆଯାଇଥିବା ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସୋମବାର (ଜୁନ୍ ୧୭) ଦିନ ପ୍ରାୟ ୨ ଟା ବେଳେ ଶ୍ୱେତା ତାଙ୍କର ୨୫ ବର୍ଷୀୟ ପୁରୁଷ ବନ୍ଧୁ ସୁରଜ ସଞ୍ଜୁ ମୁଲେଙ୍କ ସହ ଔରଙ୍ଗାବାଦରୁ ସୁଲିଭଞ୍ଜନ ପାହାଡ଼କୁ ଯାଇଥିଲେ। ସେ ସୁଲିଭଞ୍ଜନ ପାହାଡ଼ରେ ‌ଥିବା ଦତ୍ତ ମନ୍ଦିର ନିକଟରେ ଡ୍ରାଇଭିଂ ଶିଖିବାବେଳେ ରିଲ ତିଆରି କରୁଥିଲେ। ଏହି ସମୟରେ ଗାଡିଟି ପଛକୁ ପଛକୁ ଯାଇ ୩୦୦ ଫୁଟ ଖାଇରେ ଖସିପଡ଼ିଥିଲା।

ଭିଡିଓରେ ଦେଖାଯାଇଛି ଯେ ଶ୍ୱେତା ଡ୍ରାଇଭିଂ ସିଟରେ ବସି କାର ଚଳାଉଥିଲେ। ତାଙ୍କ ବନ୍ଧୁ ସୁରଜ କାର ବାହାରେ ଭିଡିଓ ସୁଟିଂ କରୁଥିଲେ। ଏହି ସମୟରେ ଶ୍ୱେତା କାରକୁ ଓଲଟପାଲଟ କରିବା ଆରମ୍ଭ କରିଥିଲେ। ସେହି ସମୟରେ ଖାଇ ଏବଂ କାର ମଧ୍ୟରେ ମାତ୍ର ୫୦ ମିଟର ଦୂରତା ଥିଲା। କାରକୁ ପଛକୁ ନେଉଥିବା ବେଳେ ତାଙ୍କ ପୁରୁଷବନ୍ଧୁ ତାଙ୍କୁ ଅଟକାଇବା ସହିତ କ୍ଳଚ୍‌ ଓ ବ୍ରେକ୍‌ ଦବାଇବାକୁ କହିଥିଲେ, କିନ୍ତୁ ସେ ବ୍ରେକ୍‌ ପରିବର୍ତ୍ତେ ଆକ୍ସିଲେଟରକୁ ଦବାଇଥିଲେ ଫଳରେ କାର୍‌ ସିଧା ସଳଖ ଯାଇ ଖାଇକୁ ଖସିପଡ଼ିଥିଲା। ତାଙ୍କ ପୁରୁଷବନ୍ଧୁ କାର୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା କିଛି ଲାଭ ହୋଇନଥିଲା। ଦୁର୍ଘଟଣାରେ ଶ୍ୱେତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏ ଘଟଣା ଯଦିଓ ନୂଆ ନୁହେଁ ତଥାପି ଉଦ୍‌ବେଗଜନକ। କାରଣ ଏପରି ଘଟଣାକୁ ନେଇ ବାରମ୍ବାର ଖବର ଆସୁଥିବା ବେଳେ ବିପଦସଂକୁଳ ସ୍ଥାନରେ ସେଲ୍ଫି ଓ ରିଲ୍ସ କରିବା କେତେଦୂର ଯୁକ୍ତିଯୁକ୍ତି? ଏନେଇ ସରକାରଙ୍କ ପକ୍ଷରୁ ମଧ୍ୟ ବାରମ୍ବାର ସଚେତନ କରାଯାଉଥିଲେ ସୁଦ୍ଧା ଆଧୁନିକ ଶୈଳୀକୁ ମଜାଦାର ଢ଼ଙ୍ଗରେ ବିତାଇବାକୁ ଯାଇ ଯେଉଁ ବେପରୁଆ ଜୀବନ ଆଜିକାର ଯୁବପିଢ଼ୀ ଜିଉଁଛନ୍ତି, ତାହା ଅତ୍ୟନ୍ତ ଚିନ୍ତାଜନକ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହିପରି ସେଲ୍ଫି ଓ ରିଲ୍ସ ପ୍ରାଣ ହରାଇଥିବା ମାମଲା ଗୁଡ଼ିକରେ ବିଶ୍ବରେ ଭାରତର ସ୍ଥାନ ପ୍ରଥମ। ଏଥିରୁ ସହଜରେ ଅନୁମେୟ, କେଉଁଠି ନା କେଉଁଠି ସଚେତନାର ଅଭାବ ରହିଛି। ତଥାପି ଯୁବଗୋଷ୍ଠୀ ଯେ, ନିୟମର ଅବମାମନା କରୁଛନ୍ତି, ଏହାକୁ ମଧ୍ୟ ଏଡ଼ାଇଦିଆଯାଇପାରିବ ନାହିଁ। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.