ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ସିଆଲଦା ଷ୍ଟେସନରେ ପହଞ୍ଚିଲା ଦୁର୍ଘଟଣାଗ୍ରସ୍ତ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌

କୋଲକାତା,୧୮/୬:କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ଟ୍ରେନ ଦୁର୍ଘଟଣା ଘଟଣା। ଗତକାଲି ପଶ୍ଚିମବଙ୍ଗର ଫାନ୍‌ସିଦେବା ଠାରେ ମାଲବାହୀ ଟ୍ରେନ୍‌ ଧକ୍କାରେ ଦୁର୍ଘଟଣାର ଶିକାର ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦା ଷ୍ଟେସନରେ ପହଞ୍ଚିଛି। ସେପଟେ ଦୁର୍ଘଟଣାର ୧୨ ଘଣ୍ଟା ମଧ୍ୟରେ ଦାର୍ଜିଲିଂ ରୁଟ୍‌ରେ ଥିବା ରେଳ ଟ୍ରାକ୍ ରିଷ୍ଟୋର୍‌ ହୋଇଥିବା ବେଳେ ରେଳ ସେବା ପୁଣି ଥରେ ଆରମ୍ଭ ହୋଇଛି।

ଦୁର୍ଘଟଣାର ଶିକାର ହୋଇଥିବା ତିନୋଟି ବଗିକୁ ଛାଡି ବାକି କାଞ୍ଚନଜଙ୍ଗା ଏକ୍ସପ୍ରେସ ଆଜି ଭୋରୁ ସିଲଦାଠାରେ ପହଞ୍ଚିଛି। ପରେ ଯାତ୍ରୀମାନଙ୍କୁ ବସ୍ ମାଧ୍ୟମରେ ସେମାନଙ୍କ ଘରକୁ ପଠାଯାଇଥିଲା। ଯଦିଓ ମାଲଗାଡି ଟ୍ରେନ୍‌ ଡ୍ରାଇଭରଙ୍କ ଅବହେଳା ଯୋଗୁ ଏହି ଟ୍ରେନ୍ ଦୁର୍ଘଟଣାର ଘଟିଥିବା କୁହାଯାଉଛି, ତଥା ରେଳ ମନ୍ତ୍ରଣାଳୟ ଏହି ଦୁର୍ଘଟଣାର ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରିଛି। ତେବେ ଏହି ଟ୍ରେନ୍‌ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିସହ ୫୦ ଜଣ ଆହତ ହୋଇଛନ୍ତି। ରେଳବାଇ ତରଫରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି। ଏଥିସହ ଗୁରୁତରଙ୍କୁ ଅଢ଼େଇ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି।


  • prameyanews
  • PrameyaOdia
  • prameya
  • Kanchanjunga Express Accident
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.