ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ସିକ୍କିମରେ ପ୍ରବଳ ବର୍ଷା ଓ ଭୂସ୍ଖଳନ: ୨୦୦୦ ପର୍ଯ୍ୟଟକଙ୍କୁ କରାଯିବ ଏୟାରଲିଫ୍ଟ, ଖରାପ ପାଣିପାଗ କାରଣରୁ ତୁରନ୍ତ ହେଉନି ସମ୍ଭବ

ନୂଆଦିଲ୍ଲୀ,୧୮।୬:  ସିକ୍କିମରେ ଲଗାତାର ବର୍ଷା ଓ ଭୂସ୍ଖଳନରୁ ସ୍ଥିତି ଭୟଙ୍କର। ଉତ୍ତର ସିକ୍କିମରେ ହୋଇଛି ଖୁବ୍ କ୍ଷୟକ୍ଷତି। ଏଠାରେ ଏବେ ବି ୨୦୦ ପର୍ଯ୍ୟଟକ ଫଶି ରହିଛନ୍ତି। ଲଗାତାର ବର୍ଷା କାରଣରୁ ମଗନରୁ ଲାଚୁଙ୍ଗ ପର୍ଯ୍ୟନ୍ତ ବହୁ ସ୍ଥାନରେ ଲ୍ୟାଣ୍ଡ ସ୍ଲାଇଡ୍‌ରୁ ନେଇ ସଡକ ପରିବହନ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି। ସିକ୍କିମ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ବାହାର କରିବାର ଚେଷ୍ଟା ଜାରି ରହିଛି। ଏପରିକି ପର୍ଯ୍ୟଟକଙ୍କୁ ରେସକ୍ୟୁ କରିବା ପାଇଁ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ରହିଛି, କିନ୍ତୁ ଖରାପ ପାଣିପାଗ କାରଣରୁ ଏବେ ଏୟାରଲିଫ୍ଟ କରିବା ସମ୍ଭବ ହୋଇପାରୁନି।

ସୋଗବାର ପ୍ରାୟ ୫୦ ଜଣ ପର୍ଯ୍ୟଟକଙ୍କୁ ଅସ୍ଥାୟୀ ମାର୍ଗ ଦେଇ ରେସକ୍ୟୁ କରାଯାଇଛି। ସେମାନଙ୍କୁ ଗାଙ୍ଗଟକ୍ ଅଣାଯାଇଛି। ବର୍ତ୍ତମାନ ସ୍ଥିତି ଏଭଳି ହୋଇଯାଇଛି ଯେ, ଉତ୍ତର ସିକ୍କିମକୁ ପ୍ରଭାବିତ କରୁଥିବା ଅଞ୍ଚଳରେ ରିଲିଫ୍ ସାମଗ୍ରୀ ଠିକ୍ ଭାବରେ ପହଁଞ୍ଚି ପାରୁନି। ମଙ୍ଗଳବାର ସକାଳୁ ବର୍ଷା ଓ ଲ୍ୟାଣ୍ଡସ୍ଲାଇଡ୍‌ ପରେ ପଶ୍ଚିମବଙ୍ଗ ଓ ସିକ୍କିମ ବର୍ଡରରେ ଋଷିଖୋଲାରେ ନ୍ୟାସନାଲ ହାଇଓ୍ବେ -୧୦ ରେ ଯାତାୟତ ବାଧାପ୍ରାପ୍ତ ‌ହୋଇଛି। ଏହା ପୂର୍ବରୁ ଲଗାତାର ବର୍ଷା ଓ ଲ୍ୟାଣ୍ଡସ୍ଲାଇଡ୍‌ କାରଣରୁ ସିକ୍କିମର ମଗନ୍ ଜିଲ୍ଲାର ସବୁ ସ୍କୁଲକୁ ବନ୍ଦ କରିବାର ନିର୍ଦେଶ ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.