ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ପୁଣି ବୋମା ଆାତଙ୍କ, ଭୟଭୀତ ଯାତ୍ରୀ

ନୂଆଦିଲ୍ଲୀ,୧୮/୬: ପୁଣି ବୋମା ଧମକ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇ ଅଭିମୁଖେ ଯାଉଥିବା ଏକ ବିମାନକୁ ମିଳିଛି ବୋମାା ଧମକ। ଗତକାଲି  ଇମେଲ ମାଧ୍ୟମରେ ଏହି ଧମକ ମିଳିଛି ବୋଲି ନ୍ୟୁଜ୍ ଏଜେନ୍ସି ସୂତ୍ରରୁ ପ୍ରକାଶ ପାଇଛି। ସେପଟେ  ବିମାନ ଯାଞ୍ଚ କରିବା ପରେ ଏହା ଏକ ମିଥ୍ୟା ଧମକ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ,ସୋମବାର ସକାଳ ୯.୩୫ ରେ ଆଇଜି ବିମାନବନ୍ଦରରେ  ଏହି ଇମେଲ୍ ଧମକ ମିଳିଥିଲା। ଏହାପରେ ଦିଲ୍ଲୀ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକତା ସତର୍କତା ଅବଲମ୍ବନ କରାଯାଇଥିଲା। ତେବେ ଦିଳ୍ଲୀ ବିମାନ ବନ୍ଦରକୁ ବୋମା ଧମକ ମିଳିବା କିଛି ନୂଆ କଥା ନୁହେଁ। ଏହି ମାସ ଆରମ୍ଭରେ, ଦିଲ୍ଲୀରୁ କାନାଡାର ଟରୋଣ୍ଟୋ ଅଭିମୁଖେ ଯାଉଥିବା ଏକ ବିମାନକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିଲା। ପରେ ପୁଲିସ ଜାଣିବାକୁ ପାଇଲା ଯେ ଜଣେ ୧୩ ବର୍ଷର ବାଳକ ଉତ୍ତରପ୍ରଦେଶର ମେରୁଟରୁ ଏହି ମେଲ୍‌ ପଠାଇଥିଲା।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.