ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଆଇସିସି ଦିନିକିଆ ମାନ୍ୟତା ତାଲିକା: ପାକିସ୍ତାନକୁ ହଟାଇ ଶୀର୍ଷରେ ଅଷ୍ଟ୍ରେଲିଆ, ଦ୍ୱିତୀୟକୁ ଉଠିଲା ଭାରତ

ଦୁବାଇ, ୧୬/୦୯: ସଦ୍ୟ ଘୋଷିତ ଆଇସିସି ଦିନିକିଆ ମାନ୍ୟତା  ତାଲିକାରେ ପାକିସ୍ତାନକୁ ହଟାଇ ଅଷ୍ଟ୍ରେଲିଆ  ଶୀର୍ଷ ସ୍ଥାନ ଦଖଲ କରିଛି। ଏସିଆ  କପ୍‌ ସୁପର-୪ ରାଉଣ୍ଡ୍‌ ମ୍ୟାଚ୍‌ରେ  ଆୟୋଜକ ଶ୍ରୀଲଙ୍କା ନିକଟରୁ ପରାଜିତ  ହେବା ପରେ ପାକିସ୍ତାନ ତୃତୀୟ ସ୍ଥାନକୁ  ଖସିଯାଇଛି। ଅନ୍ୟ ପଟରେ ଏସିଆ କପ୍‌  ଫାଇନାଲ୍‌ରେ ପ୍ରବେଶ କରିଥିବା ଭାରତ  ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଅଷ୍ଟ୍ରେଲିଆ ମୋଟ ୧୧୮ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ଭାରତ  ମାତ୍ର ୨ପଏଣ୍ଟ ପଛୁଆ ରହି ଦ୍ୱିତୀୟରେ  ରହିଛି । 

ରୋହିତବାହିନୀଙ୍କ ନିକଟରେ  ଶୀର୍ଷ ସ୍ଥାନ ଦଖଲ କରିବାର ସୁଯୋଗ  ରହିଛି । ଭାରତୀୟ ଦଳ ଏବେ ଟେଷ୍ଟ  ଓ ଟି-ଟ୍ୱେଣ୍ଟିରେ ଏକ ନମ୍ବର ସ୍ଥାନରେ  ରହିଛି । ଦିନିକିଆ ଏକ ନମ୍ବର ସ୍ଥାନ ପାଇଁ  ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଲଢ଼େଇ  ହେବ । ଅଷ୍ଟ୍ରେଲିଆ ଦଳ ଆଗାମୀ ବିଶ୍ୱକପ୍‌ ପୂର୍ବରୁ ଭାରତ ଗସ୍ତରେ ଆସି ୩ଟି  ଦିନିକିଆ ଖେଳିବାର କାର୍ଯ୍ୟକ୍ରମ ରହିଛି।

  • PrameyaOdia
  • ICC ODI Ranking
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.