ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଓଡ଼ିଶା ସମେତ ୪ ରାଜ୍ୟରେ ହେବ ହାଇଡ୍ରୋଜେନ ଗ୍ରୀନ୍‌ ଭ୍ୟାଲି ପ୍ରକଳ୍ପ, ପ୍ରତି ପ୍ରକଳ୍ପ ପିଛା ୫୦ କୋଟି ଖର୍ଚ୍ଚ ହେବ

ନୂଆଦିଲ୍ଲୀ,୦୬/୦୬: ଓଡ଼ିଶା ସମେତ ୪ ରାଜ୍ୟରେ  ହେବ ହାଇଡ୍ରୋଜେନ ଗ୍ରୀନ୍‌ ଭ୍ୟାଲି ପ୍ରକଳ୍ପ । ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ପ୍ରତି ପ୍ରକଳ୍ପ ପିଛା ୫୦ କୋଟି ଟଙ୍କା ହିସାବରେ ମୋଟ ୨୦୦ କୋଟି ଟଙ୍କା ଯୋଗାଇ  ଦିଆଯିବ । ପ୍ରସ୍ତାବିତ ହାଇଡ୍ରୋଜେନ ଭ୍ୟାଲି ଇନୋଭେସନ କ୍ଲଷ୍ଟରଗୁଡିକର ଯୋଗ୍ୟତା ଓ ପ୍ରସ୍ତୁତି ଆଧାରରେ ଆଗାମୀ ୫ ବର୍ଷ ମଧ୍ୟରେ ଅର୍ଥ ଯୋଗାଣ ହେବ ବୋଲି କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । 

ଚଳିତ  ବର୍ଷ ୪ଟି ଗ୍ରୀନ୍‌ ହାଇଡ୍ରୋଜେନ ଭ୍ୟାଲିକୁ ସରକାର ସହାୟତା  ଦେବେ । ଏଗୁଡିକ କେରଳ, ଭୁବନେଶ୍ୱର, ପୁନେ ଏବଂ  ଯୋଧପୁରରେ ସ୍ଥାପନ ହେବ । ଭୁବନେଶ୍ୱର ହାଇଡ୍ରୋଜେନ  ଭ୍ୟାଲି ଇନୋଭେସନ କ୍ଲଷ୍ଟର ଇଲେକ୍ଟ୍ରୋଲାଇଜର ଜରିଆରେ  ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନ ଉପରେ ଧ୍ୟାନ କେନ୍ଦ୍ରୀତ  କରିବ । ଷ୍ଟିଲ ଓ ମୋବିଲିଟି କ୍ଷେତ୍ରରେ ବ୍ୟବହାର ହେଉଥିବା  ଗ୍ରୀନ ହାଇଡ୍ରୋଜେନ ଏଠାରେ ଉତ୍ପାଦନ ହେବ । 

ସେହିଭଳି କେରଳ କ୍ଲଷ୍ଟର ବାୟୋମାସ ଏବଂ  ଇଲେକ୍ଟ୍ରୋଲୋଜିର ବ୍ୟବହାର ଦ୍ୱାରା ଗ୍ରୀନ ହାଇଡ୍ରୋଜେନ  ଉତ୍ପାଦନ କରିବ । ସାମୁଦ୍ରିକ କ୍ଷେତ୍ର ଏବଂ ରାଜପଥ କ୍ଷେତ୍ର  ପାଇଁ ଏଠାରୁ ବାହାରୁଥିବା ଗ୍ରୀନ ହାଇଡ୍ରୋଜେନ ବ୍ୟବହାର  ଲକ୍ଷ୍ୟ ରଖାଯାଇଛି । ଏହାବାଦ ଯୋଧପୁର କ୍ଲଷ୍ଟର ମଧ୍ୟ  ବାୟୋମାସ ଓ ଇଲେକ୍ଟ୍ରୋଲାଇଜର ପଦ୍ଧତି ବ୍ୟବହାର କରିବ ।  ହାଇଡ୍ରୋଜେନ ଭିତ୍ତିକ ଇଞ୍ଜିନରେ ଏହାର ବ୍ୟବହାର ହେବ । ଏହି ପ୍ରକଳ୍ପ ଗୁଡିକୁ ବାଣିଜ୍ୟିକ ଉତ୍ପାଦନକ୍ଷମ କରାଯିବ ।  

ଏହା ଦ୍ୱାରା ଗ୍ରୀନ୍‌ ହାଇଡ୍ରୋଜେନ କ୍ଷମତା ବୃଦ୍ଧି ସହ ଏହାର  ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଦିଗରେ ଅଂଶୀଦାରଙ୍କୁ  ଉତ୍ସାହିତ କରାଯିବା ଲକ୍ଷ୍ୟ ରହିଛି ବୋଲି ଅଧିକାରୀ  କହିଛନ୍ତି । ମିଶନ ଇନୋଭେସନ ଅଧିନରେ ହାଇଡ୍ରୋଜେନ  ଭ୍ୟାଲି ସ୍ଥାପନ ଲାଗି କେନ୍ଦ୍ର ସରକାର ଏଜେନ୍ସିଗୁଡିକ ଠାରୁ  ପ୍ରସ୍ତାବ ଆହ୍ୱାନ କରିଛନ୍ତି । ମିଶନ ଇନୋଭେସନ ଏକ  ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ହୋଇଥିବା ବେଳେ ୨୩ ଦେଶ  ସମେତ ୟୁରୋପିଆନ କମିଶନ ଏହାର ଅଂଶ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.