ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍

ଢେଙ୍କାନାଳ,୦୯/୦୯: ସଦର ଥାନା ଭାପୁର ଫାଣ୍ଡି  ଅଞ୍ଚଳରେ ଜଣେ ଅସହାୟ ଯୁବତୀଙ୍କୁ ମାସାଧିକକାଳ  ଗଣଦୁଷ୍କର୍ମ ମାମଲାରେ ପୁଲିସ ୪ ଅଭିଯୁକ୍ତଙ୍କୁ  ଉଠାଇ ଆଣିଛି । ଚିହ୍ନଟ ହୋଇଥିବା ଆଉ ୨ ଅଭିଯୁକ୍ତଙ୍କ  ସମେତ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ  ପୁଲିସ ଟିମ୍‌ ତନାଘନା ଚଳାଇଛି । ମାମଲା ରୁଜୁ ହେବା ସହ  ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ଓ ବୟାନ ରେକର୍ଡ କରାଯାଇଛି ।   

ରବିବାର ପୂର୍ବାହ୍ନରେ ସଖୀକେନ୍ଦ୍ରର କର୍ମଚାରୀମାନେ ପୀଡ଼ିତାଙ୍କୁ ନେଇ ସଦର ଥାନାରେ ପହଞ୍ଚିଥିଲେ । ପୁଲିସ  ପ୍ରଥମେ ପୀଡ଼ିତାଙ୍କୁ କାଉନସେଲିଂ କରି ଘଟଣା ସମ୍ପର୍କରେ ପଚାରି ବୁଝିଥିଲା । କେଉଁ କେଉଁମାନେ ଏପରି ଗଣ ଦୁଷ୍କର୍ମ କରି ଆସୁଥିଲେ ପୀଡ଼ିତା ଗୋଟି ଗୋଟି କରି ବଖାଣିଥିଲେ । ସେହିଆଧାରରେ ଏତଲା ଲେଖାଯିବା ସହ ମାମଲା ରୁଜୁ  କରାଯାଇଛି । ଭାରତୀୟ ନ୍ୟାୟ ସଂହିତା(ବିଏନ୍‌ଏସ୍‌ ଆକ୍ଟ) ୧୮୦ରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଇଛି ପୁଲିସ ।  ପୀଡ଼ିତାଙ୍କ ବୟାନ ଅନୁଯାୟୀ ପୁଲିସ ଗାଁରେ ପହଞ୍ଚି ୪ ଜଣ ଅଭିଯୁକ୍ତଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚୁରା  କରୁଛି । ଅନ୍ୟ ୨ ଜଣ ଫେରାର୍‌ ଥିବା ବେଳେ ସେମାନଙ୍କୁ  ଧରିବାକୁ ତନାଘନା ଚଳାଇଛି । ଜଣେ ଅଭିଯୁକ୍ତର କିଛି  ମାସ ପୂର୍ବରୁ ମୃତ୍ୟୁ ହୋଇ ସାରିଥିବା ଜଣାଯାଇଛି ।   

ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଟ୍ୱିଟ୍‌ କରି ଜଣାଇଛନ୍ତି  ଯେ ମୁଁ ଏହି ଘଟଣାରେ ମୁଁ ଗଭୀର ଭାବେ ମର୍ମାହତ ।  ଏହି ବିଷୟରେ ଏସ୍‌ପିଙ୍କ ସହିତ ଆଲୋଚନା କରିବା  ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି । ଡିଏସ୍‌ପି  ର‌୍ୟାଙ୍କର ଜଣେ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌  ଏହି ଘଟଣାର ତଦନ୍ତ କରିବ ବୋଲି ସୂଚନା ମିଳିଛି ।  

ସୂଚନାଯୋଗ୍ୟ, ଢେଙ୍କାନାଳ ସଦର ଥାନା ଭାପୁର  ଫାଣ୍ଡି ଅଞ୍ଚଳରେ ପୀଡ଼ିତାଙ୍କ ବାପା ଘରଜ୍ୱାଇଁ ଭାବେ ଶ୍ୱଶୁର  ଘରେ ରହୁଥିଲେ । ମା’ଙ୍କ ମୃତ୍ୟୁ ପରେ ସମ୍ପର୍କୀୟମାନେ  ସମ୍ପତ୍ତି ବାଡ଼ି ଛଡ଼ାଇ ନେଇଥିଲେ । ରକ୍ଷଣାବେକ୍ଷଣ  ଅଭାବରୁ ଘରଦ୍ୱାର ଭାଙ୍ଗି ଯାଇଥିଲା । ଯେଉଁ ଘରେ  ରହୁଥିଲେ ତାହାର କବାଟ ଭିତରୁ ବନ୍ଦ କରି ହେଉନଥିଲା ।  ବାପାଙ୍କ ମାନସିକ ବିକାରଗ୍ରସ୍ତ ଥିବାର ଫାଇଦା ନେଇ  ଗାଁର ୭ ଜଣ ଯୁବକ ଏପରି କାଣ୍ଡ ଭିଆଇ ଆସୁଥିଲେ ।


  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.