ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଇଣ୍ଡିଗୋ ଆରମ୍ଭ କଲା ନୂଆ ସେବା, ମହିଳା ଯାତ୍ରୀଙ୍କ ପାଖ ସିଟ୍‌ ବାଛିପାରିବେ ଫିମେଲ୍‌ ପାସେଞ୍ଜର

ନୂଆଦିଲ୍ଲୀ,୩୦/୦୫: ଘରୋଇ ବିମାନ କମ୍ପାନି ଇଣ୍ଡିଗୋ ଏକ ନୂଆ  ସୁବିଧା ଆରମ୍ଭ କରିଛି । ଏହା ଅନ୍ତର୍ଗତ ମହିଳା ଯାତ୍ରୀ ୱେବ୍‌ ଚେକ୍‌-ଇନ୍‌ ସମୟରେ ଦେଖିପାରିବେ ଯେ, ଅନ୍ୟ ମହିଳା ଯାତ୍ରୀମାନେ କେଉଁ ସିଟ୍‌ଗୁଡ଼ିକ ପ୍ରି-ବୁକ୍‌ କରିଛନ୍ତି । ଏହି ସୁବିଧା ଜରିଆରେ ସେମାନେ ଅନ୍ୟ ମହିଳା ଯାତ୍ରୀଙ୍କ ପାଖ ସିଟ୍‌କୁ ନିଜ କମ୍ଫର୍ଟ ହିସାବରେ ବାଛିପାରିବେ । ତେବେ ଏ ବୈଶିଷ୍ଟ୍ୟ କେବଳ ୱେବ୍‌ ଚେକ୍‌-ଇନ୍‌ ସମୟରେ ହିଁ ମହିଳା ଯାତ୍ରୀଙ୍କ  ପକ୍ଷରୁ ବୁକ୍‌ କରାଯାଇଥିବା ସିଟ୍‌ ନେଇ  ବିବରଣୀ ଦେବ । ତେବେ ଇଣ୍ଡିଗୋ  ପକ୍ଷରୁ ବର୍ତ୍ତମାନ ପରୀକ୍ଷାମୂଳକ  ଭାବେ ଏହାକୁ ଆରମ୍ଭ କରାଯାଇଛି । 

ଟ୍ରାଭେଲ କମ୍ଫର୍ଟ ଏବଂ ନିରାପତ୍ତା  ପାଇଁ ଏୟାର୍‌ଲାଇନ୍ସ ଏହି ସୁବିଧା ଆରମ୍ଭ  କରିଛି । ବିଶେଷ କରି ଯେଉଁ ମହିଳାମାନେ  ଏକାକୀ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏ ସୁବିଧା କାର୍ଯ୍ୟରେ ଆସିବ । ଇଣ୍ଡିଗୋ  ପକ୍ଷରୁ କୁହାଯାଇଛି ଯେ,ଏ ସୁବିଧାକୁ  ଆରମ୍ଭ କରିବା ପୂର୍ବରୁ ଏୟାର୍‌ଲାଇନ୍‌  ମହିଳା ଯାତ୍ରୀଙ୍କ ଆବଶ୍ୟକତାକୁ ଉତ୍ତମ  ଢଙ୍ଗରେ ବୁଝିବା ପାଇଁ ବଜାର ସର୍ଭେ  କରିଥିଲା । ଏହି ନିଷ୍ପତ୍ତି ମହିଳାଙ୍କ ନିରାପତ୍ତା  ଏବଂ କମ୍ଫର୍ଟ ପ୍ରତି ଏୟାର୍‌ଲାଇନ୍‌ର  ପ୍ରତିବଦ୍ଧତାର ଅଂଶ। ୱେବ୍‌ ଚେକ୍‌-ଇନ୍‌  ଜରିଆରେ ଯାତ୍ରୀ ବିମାନ ବନ୍ଦର ଚେକ୍‌-ଇନ୍‌ କାଉଣ୍ଟର ନ ଯାଇ ନିଜ କମ୍ପ୍ୟୁଟର  କିମ୍ବା ସ୍ମାର୍ଟଫୋନ ଜରିଆରେ ଚେକ୍‌-ଇନ୍‌  ପ୍ରୋସେସ୍‌କୁ ସମ୍ପୂର୍ଣ୍ଣ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.