ପ୍ରମୂଖ ଖବର
  • ହେଲିକପ୍ଟରରେ ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଫେମା ଆଇନ୍‌ ଉଲ୍ଲଂଘନ ମାମଲା, ମହୁଆ ମୋଇତ୍ରଙ୍କୁ ପୁଣି ଇଡିର ସମନ

Published By : Tapas Panda | March 4, 2024 11:01 PM

କୋଲକାତା: ଟିଏମସି ନେତ୍ରୀ ମହୁଆ ମୋଇତ୍ରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ଫେମା ଆଇନ ଉଲ୍ଲଂଘନ ମାମଲାରେ ପୁଣି ଥରେ ମହୁହା ମୋଇତ୍ରଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏହି ମାମଲାରେ ପଚରା ଉଚରା ଲାଗି ମହୁଆଙ୍କୁ ମାର୍ଚ୍ଚ ୧୧ ତାରିଖରେ ଡାକିଛି ଇଡି । ଏହା ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଫେବୃଆରୀ ମାସରେ ମହୁଆ ମୋଇତ୍ରଙ୍କୁ ସମନ କରିଥିଲା ।  

ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ ପରେ ମହୁଆ ମୋଇତ୍ରଙ୍କ ପିଛା ଛାଡ଼ୁନାହିଁ ବିବାଦ । ନିଶିକାନ୍ତ ଦୁବେ ଅଭିଯୋଗ କରିଥିଲେ ଯେ, ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କ ପାଖରୁ ଉପହାର ଏବଂ ଟଙ୍କା ନେଇ ମହୁଆ ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଛବି ଖରାପ କରିବା ଉଦ୍ଦେଶ୍ୟରେ ଆଦାନୀ ଗ୍ରୁପ ସଂପର୍କିତ ପ୍ରଶ୍ନ ପଚାରିଥିଲେ । ଟଙ୍କା ନେଇ ରାଷ୍ଟ୍ରୀୟ ସୁରକ୍ଷାକୁ ବିପଦରେ ପକାଇଥିବା ନେଇ ମହୁଆଙ୍କ ଉପରେ ଅଭିଯୋଗ ଆଣିଥିଲେ ନିଶିକାନ୍ତ ଦୁବେ । ହେଲେ ମହୁଆ ମୋଇତ୍ର ଦାବି କରିଥିଲେ ଯେ, ଆଦାନୀଙ୍କ ଉପରେ ପ୍ରଶ୍ନ କରିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି ।  

 ସେପଟେ ଏହି ମାମଲାରେ ମହୁଆ ମୋଇତ୍ରଙ୍କ ସଂସଦରେ ସଦସ୍ୟତା ରଦ୍ଦ ହୋଇଛି । ନିଶିକାନ୍ତ ଦୁବେ ଏହି ମାମଲାରେ ତଦନ୍ତ କରିବାକୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ଦାବି କରିଥିଲେ । ଏଥିକ୍ସ କମିଟି ଏହି ଅଭିଯୋଗର ସତ୍ୟତା ଥିବା ସ୍ବୀକାର କରିବା ସହ ମହୁଆ ମୋଇତ୍ରଙ୍କ ସଦସ୍ୟତା ରଦ୍ଦ କରିବାକୁ ସୁପାରିଶ କରିଥିଲା । 

 ସୋମାବର ମହୁଆ ମୋଇତ୍ରଙ୍କୁ ଦୁଇ ଦୁଇଟି ଝଟକା ଲାଗିଛି । ଦିଲ୍ଲୀ ହାଇକୋର୍ଟ ସୋମବାର ମହୁଆଙ୍କ ପକ୍ଷରୁ ଦାଏର ଆବେଦନକୁ ଖାରଜ କରିଦେଇଛନ୍ତି ।   ନିଶିକାନ୍ତ ଦୁବେ ଏବଂ ଓକିଲ ଜୟ ଅନନ୍ତଙ୍କ ପକ୍ଷରୁ ତାଙ୍କ ବିରୁଦ୍ଧରେ କରାଯାଉଥିବା ଆପତ୍ତିଜନକ ପୋଷ୍ଟ ଉପରେ ରୋକ ଲଗାଇବାକୁ ମହୁଆ ମୋଇତ୍ର ଆବେଦନ କରିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.