ପ୍ରମୂଖ ଖବର
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ବର୍ଷାଦିନେ ଡେଙ୍ଗୁରୁ ରକ୍ଷା ପାଇବାକୁ ଖାଆନ୍ତୁ ଏହି ଖାଦ୍ୟ, ବଢ଼ାଏ ରୋଗ ପ୍ରତିରୋଧକ ଶକ୍ତି...

ଭୁବନେଶ୍ୱର, ୫।୭: ବଢ଼ିଚାଲିଛି ଡେଙ୍ଗୁର ପ୍ରକୋପ । ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା ପାଇଁ ପ୍ରୟାସ ଚାଲିଛି । ଡେଙ୍ଗୁ ଜ୍ୱର ପ୍ରତି ବର୍ଷ ବର୍ଷାଦିନେ ବହୁ ଲୋକଙ୍କୁ ପ୍ରଭାବିତ କରିଥାଏ । ଏପରିକି ପ୍ରାୟ ଲୋକ ମୃତ୍ୟୁବରଣ କରିଥାନ୍ତି । ପ୍ରତିରୋଧ ଶକ୍ତି କମ୍‌ ଥିବା ଲୋକଙ୍କୁ ହିଁ ଡେଙ୍ଗୁ ପ୍ରଭାବିତ କରିଥାଏ । ତେଣୁ ଏହି ସମୟରେ ପ୍ରତିଟି ଲୋକ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଉଚିତ୍‌ । ଚାଲନ୍ତୁ ଜାଣିବା ଏମିତି କିଛି ଖାଦ୍ୟ, ଯାହା ଡେଙ୍ଗୁ ଜ୍ୱରକୁ ପ୍ରତିରୋଧ କରିପାରିବ । 

ଖଟା ଫଳ :

ଆଣ୍ଟିଅକ୍ସିଡାଣ୍ଟରେ ଭରା ଖଟାଫଳ । ବିଭିନ୍ନ ଖଟା ଫଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଭିଟାମିନ୍‌-ସି ଶ୍ୱେତ ରକ୍ତକଣିକାର ଉତ୍ପାଦନ ବଢ଼ାଇବା ସହ ବିଭିନ୍ନ ରୋଗ ସହ ଲଢ଼ିବାକୁ ଶକ୍ତି ଦେଇଥାଏ । 

ପାଳଙ୍ଗ :

ଆଇରନ୍‌ରେ ଭରପୂର ପାଳଙ୍ଗ । ତେଣୁ ଶରୀରରକୁ ଭରପୂର ଆଇରନ୍‌ ମିଳିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । 

ଅଦା ରସୁଣ :

ଅଦା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଗଳା ଦରଜ କମ୍‌ କରିବା ସହ ଡେଙ୍ଗୁ ଜ୍ୱରର ଲକ୍ଷଣକୁ କମ୍‌ କରିଥାଏ । ସେହିପରି ରସୁଣ ମଧ୍ୟ ସଂକ୍ରମଣ ସହ ଲଢ଼ିବାରେ ବେଶ୍‌ ପାରଙ୍ଗମ । ଏଥିରେ ଆଣ୍ଟିଫଙ୍ଗାଲ୍‌ ଓ ଆଣ୍ଟିବ୍ୟାକ୍ଟେିରଆଲ୍‌ ଗୁଣ ରହିଛି । ରସୁଣରେ ଥିବା ସଲଫର୍‌ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ।

ଦହି :

ଦହି ଏକ ଶକ୍ତିଶାଳୀ ପ୍ରୋବାୟୋଟିକ୍‌, ଯାହା ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଏ । ତେଣୁ ଇମ୍ୟୁନିଟିକୁ ବଢାଇବା ପାଇଁ ନିୟମିତ ଦିନର ଯେକୌଣସି ସମୟରେ ସତେଜ ଦହି ଖାଇପାରିବେ । ଏହା ହଜମ ପ୍ରକ୍ରିୟାରେ ସୁଧାର ଆଣେ ।

ଆଲମଣ୍ଡ :

ଏହା ଏକ ସୁସ୍ଥ ବିକଳ୍ପ । ଆଲମଣ୍ଡରେ ଥିବା ଭିଟାମିନ୍‌-ଇ’ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଦିନକୁ ମାତ୍ର ୫/୬ଟି ଆଲମଣ୍ଡ ହୃଦୟକୁ ସୁସ୍ଥ ରଖେ ।

ହଳଦୀ :

ହଳଦୀକୁ ‘ସୁବର୍ଣ୍ଣ ମସଲା’ ବୋଲି ମଧ୍ୟ କୁହାଯାଏ । କାରଣ ଏହା ଔଷଧୀୟ ଗୁଣରେ ଭରା । ଏଥିରେ ଆଣ୍ଟି-ଇନ୍‌ଫାମେଟୋରୀ ଗୁଣ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଏ । ହଳଦୀ କେବଳ ମସଲା ଭାବେ ନୁହେଁ, ଏହାକୁ ଅନ୍ୟ ଉପାୟରେ ମଧ୍ୟ ବ୍ୟବହାର କରିପାରିବେ । ଯେପରିକି ହଳଦୀ-କ୍ଷୀର ପିଇପାରିବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.