ନୂଆଦିଲ୍ଲୀ,୧୮/୦୩: ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ। ଆଜି ସକାଳୁ ଇଣ୍ଡୋନେସିଆରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରରେ ଥିବା ବେଳେ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ।
ଏହା ମଧ୍ୟ ପଢନ୍ତୁ-Ranya Rao: ରାନ୍ୟା ରାଓଙ୍କ ସ୍ୱାମୀଙ୍କ ବିସ୍ପୋରକ ବୟାନ; କହିଲେ ନଭେମ୍ୱରରେ ବାହାଘର ଆଉ ଡିସେମ୍ବରେ ହୋଇଥିଲୁ ଅଲଗା...
ସେହିପରି ଗତକାଲି ଚୀନ୍ ଏବଂ ଇଥିଓପିଆରେ ମଧ୍ୟ ଭୂକମ୍ପ ହୋଇଥିଲା। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୫.୫ ଏବଂ ୪.୩ ରେକର୍ଡ଼ କରାଯାଇଥିଲା। ଉଭୟ ଦେଶରେ ଭୂମିକମ୍ପ ଯୋଗୁଁ କୌଣସି ଜୀବନହାନି ନେଇ ସୂଚନା ନାହିଁ। ରବିବାର ରାତିରେ କାଲିଫର୍ନିଆର ମାଲିବୁ ଅଞ୍ଚଳରେ ଏକ ଭୂମିକମ୍ପ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରେକର୍ଡ଼ କରାଯାଇଥିଲା। ଲସ୍ ଆଞ୍ଜେଲସ୍, ଥାଉଜାଣ୍ଡ ଓକ୍ସ, ସିମି ଭ୍ୟାଲି, ଭେଣ୍ଟୁରା, ଆଗୋରା ହିଲ୍ସ ଏବଂ ୱେଷ୍ଟଲେକ୍ ଗ୍ରାମରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ ଭୂମିକମ୍ପର ସତ୍ୟାସତ୍ୟ ପ୍ରମାଣ କରିଛି ଏବଂ କହିଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ମାଲିବୁରୁ ପ୍ରାୟ ୬.୨ ମାଇଲ , ଉତ୍ତର-ପଶ୍ଚିମରେ ୯ ମାଇଲ ଗଭୀରତାରେ ଥିଲା। ପୂର୍ବରୁ ମାର୍ଚ୍ଚ ୯ ତାରିଖରେ ମାଲିବୁ ନିକଟସ୍ଥ ୱେଷ୍ଟଲେକ୍ ଗ୍ରାମରେ ୪.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେହି ଭୂମିକମ୍ପ ଲସ୍ ଆଞ୍ଜେଲସ୍, ଥାଉଜାଣ୍ଡ ଓକ୍ସ, ଭେଣ୍ଟୁରା କାଉଣ୍ଟି, ସିମି ଭ୍ୟାଲି ଏବଂ ଲଙ୍ଗ ବିଚ୍ ରେ ମଧ୍ୟ ଅନୁଭୂତ ହୋଇଥିଲା। ସେହି ଭୂମିକମ୍ପର କେନ୍ଦ୍ରସ୍ଥଳ ୧୧.୭ କିଲୋମିଟର ଗଭୀର ଥିଲା।