ପ୍ରମୂଖ ଖବର
  • ବାଲେଶ୍ବରରେ ଗାଡ଼ି ସାଇଡ୍ ମାରିବାରୁ ଗୁଳିମାଡ଼, ଜଣେ ଆହତ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ, ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା
  • ||
  • IAS ସ୍ତରରେ ଅଦଳବଦଳ, ସମର୍ଥ ବର୍ମା ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ
  • ||
  • ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାର ହତ୍ୟା ଘଟଣା, ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏସନ୍ କଲା ପୋଲିସ
  • ||
  • ଖୋଲିବ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ପେଡି: ରାଜାଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ
  • ||
  • ଭୁବନେଶ୍ୱର ଘାଟିକିଆରେ ମର୍ମନ୍ତୁଦ ଦୁର୍ଘଟଣା, ଯୁବକଙ୍କ ଉପରେ ଚଢିଗଲା କଲେଜ ବସ୍
  • ||
  • ଗାଜାରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ୍, ୨୦୦ ମୃତ
  • ||
  • ବଦଳିବ ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର୍, ତ୍ରିଶୁଳିଆ ନୁହେଁ କଟକ ଯାଏ ବିସ୍ତୃତ ହେବ ମେଟ୍ରୋ କରିଡର
  • ||
  • ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍, ପରିବାରବର୍ଗଙ୍କର ହେଲା ବୟାନ ରେକର୍ଡ
  • ||
  • ଆମେରିକାର ଫ୍ଲୋରିଡାରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ପରିବାରର ୩ ମୃତ
  • ||
  • ୨୪ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ମିଳିବନି ବ୍ୟାଙ୍କ ସେବା
  • ||
  • ସ୍ୱର୍ଗଦ୍ୱାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ରକ୍ତର ଖେଳ ପୁଣି ଆରମ୍ଭ; ଗାଜାରେ ଇସ୍ରାଏଲର ଭୟଙ୍କର ଏୟାରଷ୍ଟ୍ରାଇକ୍, ୨୦୦ ମୃତ

Published By : Ankita S | March 18, 2025 11:32 AM

ନୂଆଦିଲ୍ଲୀ,୧୮/୦୩: ବୋହିଲା ରକ୍ତର ନଦୀ । ୫୭ ଦିନ ଶାନ୍ତି ପରେ ଅଶାନ୍ତ ଗାଜା । ଗାଜାରେ ଇସ୍ରାଏଲ ସେନା ବଡଧରଣର ଆକ୍ରମଣ କରିଛି । ଯେଉଁଥିରେ ୨୦୦ ଜଣଙ୍କର ମୃତ୍ୟୁ ହୋଇଛି । ଯୁଦ୍ଧବିରାମ ହଟିବା ପରେ ଜୋରଦାର ପ୍ରହାର କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ମିସାଇଲ ମାଡରେ ପ୍ରାୟ ୨୦୦ ଜଣ ପ୍ରାଣ ହରାଇଛନ୍ତି । ଯେଉଁଥିରେ ହମାସର ଜଣେ ମନ୍ତ୍ରୀ ଓ ବ୍ରିଗେଡିୟର ରହିଛନ୍ତି । ଅନେକ ଆହତ ହୋଇଥିବା ସୂଚନା ମିଳିଛି ।

୫୭ ଦିନର ଶାନ୍ତି ପରେ ପୁଣି ନରସଂହାର ହୋଇଛି । ଯୁଦ୍ଧବିରାମ ହଟିବା ପରେ ଗାଜା ଉପରେ ବଡ ଧରଣର ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ ଯେଉଁଥିରେ ୨୦୦ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି । ହମାସ ସହ ଇସ୍ରାଏଲର ଯୁଦ୍ଧବିରତି ଆଲୋଚନା ବିଫଳ ହେବା ପରେ ଆଇଡିଏଫ ପୁଣି ଥରେ ବୋମା ବର୍ଷା କରିଛି । ପାଲେଷ୍ଟାଇନ ନାଗରିକ ରହୁଥିବା ଶରଣାର୍ଥୀଙ୍କ କ୍ୟାମ୍ପ ଓ ସ୍କୁଲ ଉପରେ ଆଟାକ୍ ହୋଇଛି । ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ଶେଷ ହୋଇଛି । ଦୁଇ ପକ୍ଷ ମଧ୍ୟରେ ଦ୍ବିତୀୟ ଥର ଅସ୍ତ୍ରବିରତି ନେଇ ଅସହମତି ପ୍ରକାଶ ପାଇବା ପରେ ଇସ୍ରାଏଲ ଗାଜା ପଟ୍ଟି ଉପରେ ଆଟାକ୍ କରିଛି । ଯୁଦ୍ଧବିରାମ ଶେଷ ହେବା ପରେ ଏହା ସବୁଠୁ ବଡ ହମଲା ବୋଲି କୁହାଯାଉଛି ।

ଇସ୍ରାଏଲ ତାର ବୟାନରେ କହିଛି କି, ''ଏବେଠୁ ଆମର ସୈନ୍ୟ ଶକ୍ତି ବୃଦ୍ଧି କରି ହମାସ ଉପରେ ଆକ୍ରମଣ ଜୋରଦାର କରିବୁ ।'' ଆସୋସିଏଟେଡ ପ୍ରେସ ରିପୋର୍ଟ ମୁତାବକ, ଗାଜା ପଟ୍ଟି ଉପରେ ଇସ୍ରାଏଲର ଏହି ଅପରେସନରେ ପ୍ଲାନିଙ୍ଗ ଆଇଡିଏଫ ଗତ ସପ୍ତାହରେ ଉପସ୍ଥାପନ କରିଥିଲା । ଯାହାକୁ ଇସ୍ରାଏଲ ରଜାନୈତିକ ନେତୃତ୍ବ ପକ୍ଷରୁ ସ୍ବୀକୃତି ମିଳିଥିଲା ।

ଇସ୍ରାଏଲ ଆର୍ମିର ସୂଚନା ମୁତାବକ, ଏହି ଆକ୍ରମଣ ଗାଜାରେ ଥିବା ହମାସ ଠିକଣାରେ ହୋଇଛି । ଏ ନେଇ ଇସ୍ରାଏଲ ସେନା ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମରେ ଏକ ପୋଷ୍ଟ କରି କହିଛି ପାଲେଷ୍ଟାୟୀନ ରହୁଥିବା ଶରଣାର୍ଥୀ କେନ୍ଦ୍ର ନୁହେଁ ହମାସ ଆତଙ୍କବାଦୀ ସଂଗଠନ ଅପରେଟ୍ ହେଉଥିବା ଠିକଣାରେ ସଠିକ୍ ଏୟାରଷ୍ଟ୍ରାଇକ ହୋଇଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.