ନୂଆଦିଲ୍ଲୀ: ଦକ୍ଷୀଣ ଭାରତରେ ଚାଲୁଥିବା ଭାଷା ଆନ୍ଦୋଳନ ଉପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ। ନୂଆ ଶିକ୍ଷାନୀତି ୨୦୨୦ ଓ ତିନି ଭାଷା ଭିତ୍ତିକ ଶିକ୍ଷାଦାନ ପ୍ରକ୍ରିୟାକୁ ନେଇ ବିଭିନ୍ନ ଦକ୍ଷୀଣ ଭାରତୀୟ ଦଳ ଗୁଡିକ ନିଜ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ଶୁକ୍ରବାର ରାଜ୍ୟ ବିଧାନସଭାରେ ଏାହ ଉପରେ ଚନ୍ଦ୍ରବାବୁ ନିଜ ମନ୍ତବ୍ୟ ରଖିଛନ୍ତି। ସେ ଏହି ତ୍ରିଭାଷି ଫର୍ମୁଲାକୁ ଯୋଗାଯୋଗର ଏକ ମାଧ୍ୟମ କହିବା ସହିତ ଏହାଛଡା ଏହା ଅନ୍ୟ କିଛି ନୁହେଁ ବୋଲି ମନ୍ତବ୍ୟ ଦେଇଛନ୍ତି।
ଗୃହରେ ନିଜ ମନ୍ତବ୍ୟ ରଖି ନାଇଡୁ କହିଛନ୍ତି ଯେ “ଭାଷା ଏମିତି ପ୍ରକାର ନୁହେଁ ଯେ ଯାହାକୁ ଆମେ ଘୃଣା କରିବା। ଆମ ମାତୃଭାଷା ହେଉଛି ତେଲୁଗୁ। କ୍ନତୁ ଜାତୀୟ ଭାଷା ହିନ୍ଦୀ। ଆଉ ଆନ୍ତର୍ଜାତିୟ ଭାଷା ଭାବେ ଆମେ ଇଂରାଜୀ ଶିକ୍ଷା କରୁ। ଏହାଛଡା ଆନେ ଆନ ଜୀବନ ଜୀବିକା ପାଇଁ ଏକାଧିକତ ଭାଷା ଶିକ୍ଷା ଗ୍ରହଣ କରୁ। କୌଣସି ଭାଷାର ଏକ ନିର୍ଦ୍ଧିଷ୍ଟ ସୀମା ନଥାଏ। ତାପରେ ବି ଆମେ ଆମ ମାତୃଭାଷାକୁ କେବେବି ଭୁଲି ଯାଉନା। ଆମକୁ ରାଜ୍ୟ ବାହାରକୁ ଯିବାକୁ ହେଲେ ହିନ୍ଦି କିମ୍ୱା ଇଂରାଜୀ ଶିଖିବାକୁ ପଡିବ ଆଉ ଉତ୍ତର ଭାରତକୁ ଗଲେ ହିନ୍ଦୀବି ଶିଖିବାକୁ ପଡିବ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାଷାକୁ ନେଇ କାହା ମନରେ କିଛି ବି ଘୃଣା ନାହିଁ। ବାସ୍ ଏହାକୁ ନେଇ ରାଜନୀତି କରାଯାଉଛି। ସମସ୍ତଙ୍କୁ ବିଭିନ୍ନ ଭାଷା ଶିଖିବାର ଆବଶ୍ୟକତା ରହିଛି। ମୋ ହିସାବରେ ସମସ୍ତେ ଯୋଗାଯୋଗ କରିବାପାଇଁ ଏକାଧିକ ଭାଷା ଶିଖିବା ମଧ୍ୟ ଦରକାର। କିନ୍ତୁ ଏହାମାନେ ନୁହେଁ ଯେ ଆମେ ଆମ ମାତୃଭାଷା ଭୁଲିଯିବା ବୋଲି ସେ କହିଛନ୍ତି। ଏହା ସହ ଆନ୍ଧ୍ର ପ୍ରଦେଶ ବହୁ ଜଲଦି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜାପାନିଜ ଓ ଜର୍ମାନି ଭାଷା ଶିଖାଇବାକୁ ଯାଉଛି। ଯାହାଦ୍ୱାରା ସେମାନଙ୍କୁ ଜୀବନଜୀବିକାରେ ଉନ୍ନତ୍ତି ପରିଲକ୍ଷିତ ହେବ ବୋଲି ନାଇଡୁ କହିଛନ୍ତି।
ନିକଟରେ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ନୂଆ ସିକ୍ଷାନୀତି(ଏନ୍ଇପି)ରେ ଥିବହା ହିନ୍ଦୀ ଭାଷାକୁ ନେଇ ଏକ ସଭାର ଆୟୋଜନ କରିଥିଲେ। ତାଙ୍କ ଦଳର ପ୍ରତିଷ୍ଟା ପୂର୍ତ୍ତି ଅବସରରେ ମାର୍ଚ୍ଚ ୧୪ ତାରିଖରେ ଏହି ସବାର ଆୟୋଜନ କରାଯାଇଥିଲା। ଏହି ସଭାରେ କଲ୍ୟାଣ ଭାରତର ସମସ୍ତ ଭାଷାର ଆବଶ୍ୟକତା ରହିଚି ବୋଲି ଘୋଷଣା କରିଥିଲେ। ଏହା ସହ ସେ ପ୍ରଶ୍ନ କରିଥିଲେ ଯେ ଯଦି ତାମିଲନାଡୁ ହିନ୍ଦୀ କୁ ବିରୋଧ କରୁଛି ତେବେ କଣ ପାଇଁ ତାମିଲ ଫିଲ୍ମ ଗୁଡିକୁ ହିନ୍ଦୀରେ ଡବ କରାଯାଉଛି। ତେଣୁ ବର୍ତ୍ତମାନ ଭାଷାକୁ ନେଇ ଲୋକମାନଙ୍କ ମୁଣ୍ଡରେ ଥିବା କଥାକୁ ବଦଳାଇବାକୁ ପଡିବ ବୋଲି ସେ କହିଛନ୍ତି।
ଅଭିନେତାରୁ ରାଜନେତା ବନିଥିବା ପ୍ରକାଶ ରାଜ ଏହାର ଉଦାହରଣ ଦେଇ ପୱନଙ୍କ ହିନ୍ଦୀ ସମର୍ଥନକୁ ନେଇ ଦେଇଥିବା ଭାଷଣକୁ ଟାର୍ଗେଟ କରିଥିଲେ। ଯେଉଁଥି ପାଇଁ ସେ ନିଜ ଟୁଇଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ପୋଷ୍ଟ କରିଥିଲେ। ଯେଉଁଥିରେ ଲେଖାଥିଲା ଯେ “ଦୟାକରି ତୁମ ହିନ୍ଦୀକୁ ନେଇ ଥିବା ତୁମ ଭାବନାକୁ ଆମ ଉପରେ ଲଦିବାକୁ ଚେଷ୍ଟା କରନାହିଁ। ଆମକୁ ଆମ ମାତୃଭାଷାର ଗାରିମା ଓ ଗର୍ବ ଜଣାଅଛି। ବାସ ଆମେ ତାକୁ ବଞ୍ଚାଇ ରକିବାକୁ ଚାହୁଁଛୁ।” ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଲୋକ ଏହାକୁ ଟ୍ରୋଲ କରିଥିଲେ।