ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ତେଲେଙ୍ଗାନା ସରକାରଙ୍କ ବଡ଼ ଘୋଷଣା, ଓବିସି ବର୍ଗଙ୍କୁ ମିଳିବ ୪୨% ସଂରକ୍ଷଣ !

Published By : Tapas Panda | March 17, 2025 8:55 PM

Image Courtesy: deccanherald

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ସୋମବାର ବିଧାନସଭାରେ ବଡ଼ ଘୋଷଣା କରିଛନ୍ତି । ତେଲେଙ୍ଗାନାର କଂଗ୍ରେସ ସରକାର ରାଜ୍ୟରେ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ସଂରକ୍ଷଣ ସୀମାକୁ ୨୩% ରୁ ୪୨%କୁ ବୃଦ୍ଧି କରିବାକୁ ଯାଉଛନ୍ତି । ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ରାଜ୍ୟରେ ସଂରକ୍ଷଣ ସୀମା ୬୨%କୁ ବୃଦ୍ଧି ପାଇବ । ଏହା ସୁପ୍ରିମକୋର୍ଟ ଦ୍ୱାରା ସ୍ଥିର କରାଯାଇଥିବା ୫୦% ସଂରକ୍ଷଣ ସୀମାର ଉଲ୍ଲଂଘନ ହେବ।  କଂଗ୍ରେସ ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ ଓବିସି କୋଟା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିଲା । 

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଥିଲେ ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ ଓବିସି ସଂରକ୍ଷଣକୁ ୪୨ ପ୍ରତିଶତକୁ ବୃଦ୍ଧି କରାଯିବ। କ୍ଷମତା ଗ୍ରହଣ କରିବା ପରେ ଆମ ସରକାର ଜାତିଗତ ଜନଗଣନା ଆରମ୍ଭ କରିଥିଲେ । ପୂର୍ବରୁ କଂଗ୍ରେସ ସରକାର ଓବିସି ସଂରକ୍ଷଣକୁ ୩୭ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ରାଜ୍ୟପାଳଙ୍କୁ ଏକ ପ୍ରସ୍ତାବ ପଠାଇଥିଲା । ଏହି ସରକାର ପୂର୍ବ ପ୍ରସ୍ତାବକୁ ପ୍ରତ୍ୟାହାର କରୁଛି ଏବଂ ଏବେ ୪୨ ପ୍ରତିଶତ ସଂରକ୍ଷଣର ଏକ ନୂତନ ପ୍ରସ୍ତାବ ପଠାଉଛି । ଆମେ ଓବିସି ସଂରକ୍ଷଣକୁ ୪୨ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଆବଶ୍ୟକୀୟ ଆଇନଗତ ସହାୟତା ମଧ୍ୟ ନେବୁ । ପଛୁଆ ବର୍ଗଙ୍କ ପାଇଁ ୪୨ ପ୍ରତିଶତ ସଂରକ୍ଷଣ ହାସଲ ନହେବା ପର୍ଯ୍ୟନ୍ତ ଆମେ ଚୁପ୍ ବସିବୁ ନାହିଁ ।

୧୧୭ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭାରେ କଂଗ୍ରେସର ୬୪ ବିଧାୟକ ଅଛନ୍ତି। ତେଣୁ, ବିଧାନସଭାରେ ଓବିସି ସଂରକ୍ଷଣ ବିଲ୍ ଗୃହୀତ ହେବ କିନ୍ତୁ ଏହା କାର୍ଯ୍ୟକାରୀ ହେବା ପରେ ତେଲେଙ୍ଗାନାରେ ସଂରକ୍ଷଣ ସୀମା ୬୨% ରେ ପହଞ୍ଚିବ । ଏହା ସୁପ୍ରିମକୋର୍ଟ ଦ୍ୱାରା ସ୍ଥିର କରାଯାଇଥିବା ୫୦% ସଂରକ୍ଷଣ ସୀମାକୁ ଉଲ୍ଲଂଘନ କରିବ।

ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ସମ୍ବିଧାନରେ ସଂଶୋଧନ ଏବଂ କେନ୍ଦ୍ର ସରକାରଙ୍କ ଅନୁମୋଦନ ଆବଶ୍ୟକ ହେବ । ଏପରି ପରିସ୍ଥିତିରେ ଏହି ବିଲ୍ କାର୍ଯ୍ୟକାରୀ ହେବ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ତେଲେଙ୍ଗାନା ସରକାରଙ୍କ ସଂରକ୍ଷଣ ଲାଗୁ କରିବାର ପଦକ୍ଷେପକୁ ବିରୋଧ କରେ, ତେବେ କଂଗ୍ରେସ ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଘେରିପାରେ । 

ସୂଚନାଯୋଗ୍ୟ, ତେଲେଙ୍ଗାନା ପୂର୍ବରୁ ବିହାରରେ ସଂରକ୍ଷଣ ସୀମା ୫୦% ରୁ ବୃଦ୍ଧି କରିବାକୁ ଚେଷ୍ଟା କରାଯାଇଥିଲା। ସଂରକ୍ଷଣ ସଂଶୋଧନ ବିଲ୍ ୨୦୨୩, ନଭେମ୍ବର ୯, ୨୦୨୩ରେ ବିହାର ବିଧାନସଭାରେ ଗୃହୀତ ହୋଇଥିଲା । ଏଥିରେ ଜାତି ଭିତ୍ତିକ ସଂରକ୍ଷଣର ପରିସରକୁ ୬୫%କୁ ବୃଦ୍ଧି କରାଯାଇଥିଲା । ବିହାରରେ ମୋଟ ସଂରକ୍ଷଣ ୭୫ ପ୍ରତିଶତ କରାଯିବାର ଥିଲା । ଏହା ସଂରକ୍ଷଣ ପାଇଁ ଧାର୍ଯ୍ୟ ସର୍ବାଧିକ ସୀମା ଅର୍ଥାତ୍ ୫୦ ପ୍ରତିଶତ ଅପେକ୍ଷା ବହୁ ଅଧିକ ଥିଲା। ତେଣ ଏହା ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.